Home ଜିଲ୍ଲା ପରିକ୍ରମା କୋମଳମତି ଶିଶୁ ଅସୁରକ୍ଷିତ : ସରୁନି ଅଙ୍ଗନାବାଡ଼ି ଗୃହ କାମ

କୋମଳମତି ଶିଶୁ ଅସୁରକ୍ଷିତ : ସରୁନି ଅଙ୍ଗନାବାଡ଼ି ଗୃହ କାମ

20

ନୟାଗଡ଼ ୦୨/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରଣପୁର ସୁଆଁସିଆ ସାହି ନେଳିଆ ପ୍ରାଥମିକ ବିଦ୍ୟାଳୟ କାନ୍ଥ ଭୁଷୁଡି ୭ ଜଣ କୋମଳମତି ଶିଶୁ ମାନଙ୍କର ମୃତ୍ୟୁ ଘଟିବା ପରେ ସାରା ଓଡିଶାରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାଫଳରେ ସରକାର ପ୍ରତି ଅଙ୍ଗନାବାଡି ଗୃହକୁ ପକ୍କାଘର କରିବା ପାଇଁ ନିଷ୍ପତି ନେଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅଙ୍ଗନାବାଡି ଗୃହ ନିର୍ମାଣ ସରୁନି ଫଳରେ କୋମଳମତି ଶିଶୁ ମାନେ ଏବେବି ଅସୁରକ୍ଷିତ। ସେଭଳି ଏକ ସମସ୍ୟା ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚମ୍ପାପେଡି ଗ୍ରାମପଞ୍ଚାୟତ ନାଗଝର ଗ୍ରାମରେ। ୨୦୧୯ ମସିହାରେ ନାଗଝର ଗ୍ରାମରେ ୭ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ଏକ ଅଙ୍ଗନାବାଡି ଗୃହ ରଣପୁର ବ୍ଲକ ସହକାରୀ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟ ଅଧାରୁ ବନ୍ଦ ହୋଇଯାଇଥିଲା। ଏବେ ସେହି ପୁରୁଣା କାନ୍ଥ ପୁରୁଣା ଖୁଣ୍ଟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ପୁରୁଣା ଖୁଣ୍ଟରେ ଲାଗିଥିବା ଲୁହାଛଡ ବର୍ଷା ପାଣି ପବନରେ କଳଙ୍କି ଲାଗିବା ସହ କାନ୍ଥ ଦୁର୍ବଳ ହୋଇପଡିଛି। ଏହି ଦୁର୍ବଳ କାନ୍ଥ ଖୁଣ୍ଟରେ ଗୃହ ନିର୍ମାଣ କଲେ ଗୃହର ସ୍ଥାୟୀତ୍ୱ ପ୍ରତି ସନ୍ଦେହ ପ୍ରକଟ କରୁଛି। ଏ ସର୍ମ୍ପକେ ରଣପୁର ବ୍ଲକ ସରକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଅଙ୍ଗନାବାଡି ଗୃହ ପାଇଁ ବ୍ୟୟ କରାଯାଉଥିବା ୭ ଲକ୍ଷ ଟଙ୍କା ମଧ୍ୟରୁ ୫ ଲକ୍ଷ ହେଉଛି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା। ଶ୍ରମିକ ମାନଙ୍କର ଜବକାର୍ଡ ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଖାତା କୁ ମଜୁରୀ ଯାଇଥାଏ। କିନ୍ତୁ ଶ୍ରମିକ ମାନେ କାର୍ଯ୍ୟ କରିବା ସମୟରେ ଅଗ୍ରୀମ ମଜୁରୀ ନେଇ କାର୍ଯ୍ୟ କରିଥାନ୍ତି। ପ୍ରକୃତରେ ମଜୁରୀ ଦିନକୁ ୩୦୦ ଟଙ୍କା ଥିବା ବେଳେ ମନରେଗା ଯୋଜନା ରେ ମଜୁରୀ କମ ରହିଅଛି। ସେହି ମଜୁରୀ ଶ୍ରମିକ ଙ୍କ ଜମା ଖାତାକୁ ଯିବା ପରେ ସେ ଆଉ ଫେରାନ୍ତି ନାହିଁ। ତେଣୁ ଠିକାଦାର ମାନେ ଅଙ୍ଗନାବାଡି ଗୃହ ନିର୍ମାଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାଁନ୍ତି। ଫଳରେ କାର୍ଯ୍ୟ ରେ ବିଳମ୍ବ ଘଟୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.