Home Top News ପରଫରମ୍ୟାକ୍ସ ଆକ୍ଟିଭ୍‌ଓୟାରର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ହେଲେ କ୍ରିକେଟ୍ ତାରକା ଯଶ୍‌ପ୍ରୀତ୍ ବୁମ୍‌ରା

ପରଫରମ୍ୟାକ୍ସ ଆକ୍ଟିଭ୍‌ଓୟାରର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ହେଲେ କ୍ରିକେଟ୍ ତାରକା ଯଶ୍‌ପ୍ରୀତ୍ ବୁମ୍‌ରା

62

– ପରଫରମ୍ୟାକ୍ସକୁ ଭାରତର ଅଗ୍ରଣୀ ସ୍ପୋର୍ଟସ୍‌ଓୟାର ବ୍ରାଣ୍ଡ୍‌ରେ ପରିଣତ କରିବ ରିଲାଏନ୍ସ ରିଟେଲ୍‌

ଭୁବନେଶ୍ୱର ୩-୯ (ଓଡ଼ିଆ ପୁଅ) : ରିଲାଏନ୍ସ ରିଟେଲ୍‌ର ଫେସନ୍ ଓ ଲାଇଫ୍‌ଷ୍ଟାଇଲ୍ ପୋର୍ଟଫୋଲିଓର ସ୍ପୋର୍ଟସ୍ ବ୍ରାଣ୍ଡ୍ ପରଫରମ୍ୟାକ୍ସ ଆକ୍ଟିଭ୍‌ଓୟାର ପକ୍ଷରୁ ଭାରତର ତାରକା କ୍ରିକେଟ୍ ଖେଳାଳି ଓ ଦୁନିଆର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଯଶ୍‌ପ୍ରୀତ ବୁମ୍‌ରାଙ୍କୁ ନିଜର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ପରଫରମ୍ୟାକ୍ସ ହେଉଛି ଏକ ଭାରତୀୟ ବ୍ରାଣ୍ଡ୍ ଯାହା ବିଶ୍ୱର ସ୍ପୋର୍ଟସ୍‌ଓୟାର ଓ ଆକ୍ଟିଭ୍ ଓୟାର ବଜାରରେ ନିଜ ସ୍ଥିତି ଦୃଢ଼ କରିବାକୁ ଚାହୁଛି। ବିଶ୍ୱ ବଜାରରେ ପରିଚୟ ସୃଷ୍ଟି କରିବାରେ ଏହା ହେଉଛି ପ୍ରଥମ ଭାରତୀୟ ବ୍ରାଣ୍ଡ୍।

ଏହି ଅବସରରେ ରିଲାଏନ୍ସ ରିଟେଲ୍‌ର ଫେସନ ଓ ଲାଇଫଷ୍ଟାଇଲ୍‌ର ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି ଯେ, “ଯଶପ୍ରୀତ ବୁମ୍‌ରାଙ୍କ ସହିତ ସହଯୋଗିତା ବିଷୟରେ ଘୋଷଣା କରୁଥିବାରୁ ମୋତେ ବହୁ ଖୁସି ଲାଗୁଛି। ଯଶପ୍ରୀତ୍ କିଛି ବର୍ଷ ଧରି ଭାରତର ଦ୍ରୁତ ବୋଲିଂ କ୍ଷେତ୍ରର ନେତୃତ୍ୱ ନେଉଛନ୍ତି ଓ ସେ ହେଉଛନ୍ତି ଜଣେ ଚମତ୍କାର ଖେଳାଳି। ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ହାସଲ କରିଥିବା ପ୍ରଥମ ଭାରତୀୟ ସ୍ପୋର୍ଟସ୍ ବ୍ରାଣ୍ଡ୍ ଭାବେ ଆମେ ପରଫରମ୍ୟାକ୍ସକୁ ଉପସ୍ଥାପନ କରିବାକୁ ଚାହୁଛୁ। ପରଫରମ୍ୟାକ୍ସ ସହିତ ବୁମ୍‌ରାଙ୍କ ସହଯୋଗିତା ସେହି ଦିଗରେ ଏକ ପଦକ୍ଷେପ।’’

ଯଶ୍‌ପ୍ରୀତ୍ ବୁମ୍‌ରା କହିଛନ୍ତି ଯେ, “ଜଣେ ଖେଳାଳି ଭାବେ ମୁଁ ସେହି ଗିୟରକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରେ ଯାହାର ସଠିକ୍ ଫିଟିଙ୍ଗ୍ ମୋ ଖେଳକୁ ଆହୁରି ଉନ୍ନତ କରିବାରେ ସହାୟକ ହୋଇଥାଏ। ପରଫରମ୍ୟାକ୍ସରେ ଉନ୍ନତ ପ୍ରଦର୍ଶନକାରୀ ପ୍ରଯୁକ୍ତି ଭିତିକ ଆକ୍ଟିଭ୍‌ଓୟାରର ପରିଧାନ ରହିଛି। ଯାହା ଆଗାମୀ ପିଢ଼ିର ଭାରତୀୟ ଖେଳାଳିଙ୍କ ଆଦର୍ଶ ସହଯୋଗୀ ସାବ୍ୟସ୍ତ ହେବ। ମୋ ଭଳି ସର୍ବୋଚ୍ଚ ପ୍ରଦର୍ଶନରେ ବିଶ୍ୱାସ ରଖୁଥିବା ଏଭଳି ଏକ ବ୍ରାଣ୍ଡ୍ ସହ ଯୋଡ଼ି ହେବା ଅତ୍ୟନ୍ତ ରୋମାଂଚକ ବିଷୟ।’’

ଯଶ୍‌ପ୍ରୀତ୍ ବୁମ୍‌ରାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରିବା ସହିତ ଆଧୁନିକ ଉପଭୋକ୍ତାଙ୍କ ମଧ୍ୟରେ ବୁମ୍‌ରାଙ୍କ ରହିଥିବା କ୍ରେଜ୍ ଜରିଆରେ ରିଲାଏନ୍ସ ରିଟେଲ୍ ଲାଭାନ୍ୱିତ ହେବ ବୋଲି ଆଶାବାଦୀ ରହିଛି। ରିଲାଏନ୍ସ ରିଟେଲ୍ ନିଜର ଫେସନ୍ ଓ ଲାଇଫଷ୍ଟାଇଲ ଷ୍ଟୋର ଓ ଡିଜିଟାଲ ପ୍ଲାଟଫର୍ମ, ମଲ୍‌ଟି ବ୍ରାଣ୍ଡ୍ ଆଉଟ୍‌ଲେଟ୍ ଓ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍‌ଲେଟ୍ ଜରିଆରେ ପରଫରମ୍ୟାକ୍ସ ବ୍ରାଣ୍ଡ୍‌ର ଉପସ୍ଥିତିକୁ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛି। ପରଫରମ୍ୟାକ୍ସ ହେଉଛି ରିଲାଏନ୍ସ ରିଟେଲ୍‌ର ନିଜସ୍ୱ ବ୍ରାଣ୍ଡ୍ ଯାହା ପାଖରେ ଆକ୍ଟିଭ୍‌ଓୟାର ମର୍କେଣ୍ଡାଇଜ୍‌ର ବିଶେଷତା ରହିଛି ଏବଂ ଏହା ବ୍ୟତୀତ ଏହା ପାଖରେ ଫୁଟ୍‌ଓୟାର ଓ ଆକ୍‌ସେସୋରିଜ୍‌ର ବିସ୍ତୃତ ବର୍ଗମାଳା ରହିଛି। ବର୍ତମାନ ଏହି ବ୍ରାଣ୍ଡ୍‌ର ୩୩୦ରୁ ଅଧିକ ସହରରେ ୧୦୦୦ରୁ ଅଧିକ ଷ୍ଟୋର ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.