Home ଆମ ସଂସ୍କୃତି, କଳା ଓ ଐତିହ୍ୟ ପୁରପଲ୍ଲୀରେ ପାଳିତ ହେଲା ଷଠୀ ଓଷା

ପୁରପଲ୍ଲୀରେ ପାଳିତ ହେଲା ଷଠୀ ଓଷା

41

ନୟାଗଡ଼ ୦୨/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସନାତନ ଧର୍ମର ହିନ୍ଦୁ ସଂସ୍କୃତି ଓ ପରମ୍ପରା ଅନୁଯାଇ ଅନେକ ଓଷା, ଉପବାସ କରାଯାଇଥାଏ। ସେ ମଧ୍ୟରୁ ଭାଦ୍ରବ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ଷଷ୍ଠୀ ଦେବୀଙ୍କୁ ପୂଜା କରାଯାଇଥାଏ। ଉପକୂଳ ଓଡ଼ିଶାର ଏହା ଏକ ଗଣ ଓଷା ଭାବେ ପୁରପଲ୍ଲୀରେ ଘରେ ଘରେ ପାଳନ କରାଯାଇଥାଏ। ପ୍ରତି ପରିବାରର ମା’ ମାନେ ନିଜ ସନ୍ତାନ ସନ୍ତତି ମାନଙ୍କର ଶୁଭ ମନାସି ଦୀର୍ଘାୟୁ କରିବା ପାଇଁ ଷଷ୍ଠୀ ଦେବୀ ଙ୍କ ନିକଟରେ ପୂଜା ଆରଧନା କରିଥାନ୍ତି। ଗତ ୨ବର୍ଷହେଲା କୋଭିଡ୍ କଟକଣାରେ ଏହି ପୂଜା କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ରଣପୁର ଅଂଚଳର ପ୍ରତି ପରିବାରରେ ଏହି ଷଷ୍ଠୀ ଓଷା ପଳାନ କରାଯାଇଅଛି।

ଖିରୀ, ଖେଚୁଡି, ପିଠା, ୬ ପ୍ରକାର ଶାଗ କୁ ମିଶାଇ ଶାଗ ଖରଡା, ୬ ପ୍ରକାର ପରିବା ମିଶାଇ ଘାଣ୍ଟ ତରକାରୀ ଓ ଦେଶୀ ମାଛ ଏହି ଓଷାରେ ବ୍ୟଞ୍ଜନ ଭାବେ ପୂଜା କରାଯାଇ ଥାଏ। ୬ ପ୍ରକାର ଗଛ ଡାଳ ଯଥା ବଣସାରୁ, ବଜ୍ରମୂଳୀ, ଓଲୁଅ, ବାଉଁଶ, ବରକୋଳି ଡାଳ ଓ ଆମ୍ଭ ଡାଳ ମନ୍ତ୍ରୀତ କରି ସନ୍ତାନ ସନ୍ତତି ମାନଙ୍କର ଶରୀରକୁ ନିରୋଗ ରଖିବା ସହ ବଜ୍ର କରିବା ପାଇଁ ୬ ପ୍ରହାର ମା ମାନେ କରିଥାନ୍ତି। ଷଷ୍ଠୀ ଦେବୀ ଙ୍କ ନାମରେ ୬ ଗଣ୍ଠି ପକାଇ ସନ୍ତାନ ସନ୍ତତି ମାନଙ୍କର ହାତରେ ଏକ ବ୍ରତ ବାନ୍ଧିଥାନ୍ତି। ବିଶ୍ୱାସ ଓ ପରମ୍ପରା ଅନୁଯାଇ ସବୁ ପରିବାରରେ ଏହି ଓଷା କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.