Home ଜିଲ୍ଲା ପରିକ୍ରମା କୋଭିଡ୍ ଟିକାକରଣ ନେଇ ଜିଲା ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

କୋଭିଡ୍ ଟିକାକରଣ ନେଇ ଜିଲା ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

24

ନୟାଗଡ଼, ୧୧ା୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଖାଦ୍ୟ ସୁରକ୍ଷା ପରାମର୍ଶଦାତା କମିଟି ବୈଠକ ଅନୁୂଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦେଇଥିବା ସିଏସଓ, ସିଡିଭିଡି, ଡିବ୍ଲୁଓ, ଡିଏସଡବ୍ଲୁଓ, ଡିଇଓ ଓ ଡିଆଇସି ଙ୍କୁ କହିଲେଯେ ଖାଦ୍ୟ ସୁରକ୍ଷା ପାଇଁ ସମସ୍ତଙ୍କର ଦାୟିତ୍ୱ, ଭୂମିକା ଓ କର୍ତ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ସୁରକ୍ଷା ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ପଞ୍ଜିକରଣ କରିବା ସହିତ ରାଜସ୍ୱ ଆଦାୟ କରିବା ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଫାଇଲେରିିଆ ରୋଗକୁ ନିରାକରଣ କରିବା ପାଇଁ ଔଷଧ ବଂଟନ କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ଆରମ୍ଭ କରିବା ପାଇଁ ଆଲୋଚନା ହୋଇଥିଲାବେଳେ ସଠିକ୍ ଭାବରେ ବଟିକା ଯେପରି ପ୍ରଦାନ କରାଯିବ ସେଥିପ୍ରତି ଯତ୍ନବାନ ହେବାପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ମଶାରୀ ବଂଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରାଯିବା ସହ କୋଭିଡ ନିରାକରଣ ପାଇଁ ବିଭିନ୍ନ ବ୍ଳକରେ ବିଡିଓଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକମାନଙ୍କରେ ଥାନା ଅଧିକାରୀ, ଡାକ୍ତର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ହେବାପାଇଁ କହିଥିଲେ। ଆସନ୍ତା ୧୬ତାରିଖରୁ ଟିକାକରଣ କରାଯାଉଥିବାରୁ ସେଥିପାଇଁ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରମାନେ ଯତ୍ନବାନ ହେବା ସହିତ କୋଭିଡ୍ ଟିକା ଦାନ କାର୍ଯ୍ୟକ୍ରମ ପ୍ରାୟ ନିର୍ବାଚନ ପଦ୍ଧତିରେ ହେବାପାଇଁ ପରାମର୍ଶ ଦେଇଥିଲେ। ସୁରକ୍ଷାକର୍ମୀ ପରିଚୟ ପତ୍ର ଦେଖି ଅନୁମତି ଦେବେ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଟିକା ଦିଆଯିବ ବୋଲି କୁହାଯାଇଥିଲା। ଯେଉଁବ୍ୟକ୍ତି ଟିକା ନେବେ ଟିକା ନେବାର ୩୦ ମିନିଟ ସମୟ ବିଶ୍ରାମ ନେଇ ଘରକୁ ଫେରିବା ପାଇଁ ଜିଲାପାଳ କହିଥିଲେ। ଏହି ବୈଠକରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ, ଉପଜିଲାପାଳ ଲଗ୍ନଜିତ ରାଉତ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତି ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.