Home ଓଡ଼ିଶା କୂଅରୁ ମୃତ ଦେହ ଉଦ୍ଧାର

କୂଅରୁ ମୃତ ଦେହ ଉଦ୍ଧାର

127

ଗଞ୍ଜାମ,୨୯/୦୯,(ଓଡ଼ିଆ ପୁଅ ପି ନାଏକ): ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦୂତପୁରୀ କଲୋନୀର ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ତାଙ୍କ ନାଁ ବୁଡୁ ପାଢ଼ୀ (୪୫) । ତାଙ୍କ ଘର ଶକ୍ତି ନଗର ଅଞ୍ଚଳରେ ଥିବା ଜଣାପଡିଛି । ସେ ଜଣେ ପୋଲିସ୍‌ କର୍ମଚାରୀଙ୍କ ଭାଇ ବୋଲି ଜଣାପଡ଼ିଛି ।

ଦୁଇ ଦିନ ହେଲା ବୁଡୁ ନିଖୋଜ ଥିଲେ । ଏନେଇ ତାଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ତାଙ୍କ ମୃତଦେହ ବିଦୂତପୁରୀ କଲୋନୀର ଏକ ପରିତ୍ୟକ୍ତ କୂଅରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ । ବୁଡ଼ୁ ପହଁରାରେ ମାହିରଥିବା ବେଳେ କିପରି କୂଅଁରେ ବୁଡ଼ି ମୃତ୍ୟୁ ବରଣ କଲେ ତାହା ଆଶ୍ଚର୍ଯ୍ୟ ଜନକ । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।ବୈଦ୍ୟନାଥପୁର ପୁଲିସ୍‌ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.