Home ଓଡ଼ିଶା କିପରି ହେବ ବୁଦ୍ଧି ପ୍ରଖର

କିପରି ହେବ ବୁଦ୍ଧି ପ୍ରଖର

2268

ଭୁବନେଶ୍ଵର,୧୭/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ଜୀବନରେ ସବୁକିଛି ପାଇଯିବା ଆଶାରେ ଅନେକ ଲୋକ ଦିନରାତି କାମ କରିବାକୁ ପଛାଉନାହାନ୍ତି। ଦରକାର ଠାରୁ ଅଧିକ କାମ କରିବା ଏବଂ ଚିନ୍ତାରେ ରହିବା ଯୋଗୁଁ ମନୁଷ୍ୟ ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ। କାମ ପ୍ରେସର ଏବଂ ଚିନ୍ତା ଯୋଗୁଁ ମନୁଷ୍ୟ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ମଣିଷ ଭୁଲିବାକୁ ଲାଗିଥାଏ। ଯଦି ଆପଣଙ୍କୁ କୌଣସି ଜିନିଷ ମନେ ରଖିବା ପାଇଁ ଏପରି ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ଏହା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ଯଦି ଆପଣ ବହୁତ କିଛି କଥା ଭୁଲି ଯାଉଛନ୍ତି ତେବେ ଆପଣ ମୁଣ୍ଡରେ ମେହେନ୍ଦୀ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କୁ ଫାଇଦା ମିଳିବ। ପ୍ରାକୃତିକ ଭାବେ ମେହେନ୍ଦୀରେ କରନୋସିକ ତତ୍ତ୍ୱ ମିଳିଥାଏ। ଯାହା ମଣିଷର ମସ୍ତିଷ୍କ ମାଂସପେଶୀକୁ ସକ୍ରିୟ କରିଥାଏ ଏବଂ ଏହାର ପ୍ରଭାବ ଖୁବଶୀଘ୍ର ମସ୍ତିଷ୍କ ଉପରେ ପଡିଥାଏ।

ଯଦି ଆପଣ ପ୍ରତିଦିନ ମସ୍ତିଷ୍କକୁ ସୁସ୍ଥ ଏବଂ ଶାନ୍ତ ରଖିବାକୁ ଚାହୁଁଚନ୍ତି, ତେବେ ସବୁଦିନ ସକାଳୁ ଉଠି ଭ୍ରମଣରେ ଯାଆନ୍ତୁ। ନିୟମିତ ଭାବେ ଏହି କାମ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ। ଯଦି ଆପଣଙ୍କ ପାଖେ ସମ୍ଭବ ତେବେ ଖାଲି ପାଦରେ କିଛି ସମୟ ଚାଲିବା ଦ୍ୱାରା ମଧ୍ୟ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ

ଫଳରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଥାଏ, ଯାହା ମସ୍ତିଷ୍କକୁ ବେଶ ସକ୍ରିୟ ରଖିଥାଏ। ତେବେ ଆପଣ ପ୍ରତିଦିନ ସେଓ ଏବଂ ଡାଳିମ୍ବ ରସ ପିଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ସୁସ୍ଥ ରହିଥାଏ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.