Home ଓଡ଼ିଶା କାଶ୍ମୀରରେ ଲ୍ୟାଣ୍ଡଲାଇନ ସେବା ଆରମ୍ଭ

କାଶ୍ମୀରରେ ଲ୍ୟାଣ୍ଡଲାଇନ ସେବା ଆରମ୍ଭ

376

ନୂଆଦିଲ୍ଲୀ,୧୬ ।୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଧାରା ୩୭୦ ଉଠିବା ପରେ ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ ରଖି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ସଚିବ ବି.ଆର. ସୁବ୍ରମଣ୍ୟମ । ସେ କହିଛନ୍ତି ଯେ, ‘ପ୍ରଦେଶରେ ଆଇନ କାନୁନ୍ ବ୍ୟବସ୍ଥା ସହ ବିଜୁଳି, ପାଣି ଓ ମେଡିକାଲ ସୁବିଧା ପ୍ରଭାବିତ ହୋଇଛି । ଲୋକଙ୍କ ସୁରକ୍ଷା ପାଇଁ ଆମେ ବହୁ ସୁବିଧା ବ୍ୟବସ୍ଥା କରିଛୁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେହିବି ମୃତାହତ କିମ୍ବା ଆହତ ହୋଇନାହାନ୍ତି । ଆଗାମୀ ଦିନରେ ପର୍ଯ୍ୟାୟ  କ୍ରମେ ପ୍ରତିବନ୍ଧକ ହଟାଯିବ। ଆଜି ଅନେକ ସ୍ଥାନରେ ଟେଲିଫୋନ, ଲ୍ୟାଣ୍ଡଲାଇନ ସୁବିଧା ଉପଲବ୍ଧ କରାଯାଇଛି ।’

ଏହା ସହ ସୁବ୍ରମଣ୍ୟମ କହିଛନ୍ତି ଯେ, ‘ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରେ ରଖି ସମସ୍ତ ପ୍ରତିବନ୍ଧକ ଗୁଡିକ ହଟାଇ ଦିଆଯାଉଛି । ସୋମବାରଠାରୁ ସମସ୍ତ ସ୍କୁଲ, କଲେଜ ସମେତ ସମସ୍ତ ଅଫିସ ଖୋଲାଯିବ । ଟେଲିଫୋନ୍ ବ୍ୟବସ୍ଥାକୁ ମଧ୍ୟ ଧୀରେ ଧୀରେ ଢିଲା କରାଯାଉଛି ।’ତେବେ ଇଣ୍ଟରନେଟ୍ ସେବାକୁ କିଛିଦିନ ପାଇଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସୁବ୍ରମଣ୍ୟମ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.