ad
ଜିଲ୍ଲା ପରିକ୍ରମା

କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହିଦ ଙ୍କୁ ସଲାମ କାର୍ୟ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ୨୬-୬-୨୦୨୦ ( ଓଡିଆପୁଅ) ଭବାନୀପାଟଣାସ୍ଥିତ ଗାନ୍ଧିପାର୍କ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହିଦ ଙ୍କୁ ସଲାମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ସ୍ଥାନୀୟ ଗାନ୍ଧିପାର୍କ ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଯୋଗ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।ଗଲୱାନ ଘାଟିରେ ଚୀନ ସୈନ୍ୟ ଙ୍କ ବର୍ବରୋଚିତ ଆକ୍ରମଣରେ ସହିଦ ଅମର ଯବାନ ଙ୍କ ଉଦ୍ଦେଶ୍ୟରେ ମହମବତୀ ପ୍ରଜ୍ବଳନ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସହିଦଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ ।ଶ୍ରୀଦାସ ଏହି ଅବସରରେ ଦେଶବାସୀ ନିକଟରେ ସହିଦ କୋଡିଏ ଜଣ ଅମର ଯବାନ ଙ୍କ ସହିଦ ଘଟଣା ରେ ପ୍ରଧାନମାନ୍ତ୍ରୀ ଦେଶବାସୀ ଙ୍କୁ ବିଭ୍ରାନ୍ତ ନ କରି ସତ୍ୟ ତଥ୍ୟ ଉପସ୍ଥାପନ କରିବା ପାଇଁ ଦାବି କରିବାସହ ଦେଶ ର ରକ୍ଷା ବିଶେଷଜ୍ଞଙ୍କ ମତ ଓ ଗଣମାଧ୍ୟମ ର ରିପୋର୍ଟ ସମ୍ପର୍କରେ ଉଲ୍ଲେଖ କରି ଦେଶ ର ପ୍ରତ୍ୟେକ ନାଗରିକ ଙ୍କୁ୧ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଉତ୍ତର ଦେବାକୁ ଦାବି କରିଥିଲେ ।
ଏହି ଅବସରରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଶାନ୍ତନୁ ବେହେରା, ମହମ୍ମଦ ଅଲ୍ଲୀ, ଉଛବ ସାହୁ, ବ୍ରଜ ସାହୁ, ପରମାନନ୍ଦ ମାଝୀ, ସୁରେଶ ପଟନାୟକ, ଭାଗବତ ୟାଦବ, ଶ୍ରୀମତୀ ମାଣିକ୍ୟ ସୁନା, ସିଦ୍ଧାର୍ଥ ନାୟକ, ରାଜଗୁରୁ ପାଣିଗ୍ରାହୀ, ଶରତ ନାଏକ ମହମ୍ମଦ ସାହେବ, ତ୍ରିଲୋଚନ ପାଣିଗ୍ରାହୀ, ସାଗର ପଟନାୟକ, ଋଷିରାଜ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ରହି ଅମର ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top