Home ଜଗତସିଂହପୁର କନ୍ଦରପୁର ଓ ଛପଡା ଲେବଲକ୍ରସିଂ ଠାରେ ରେଲବାଇ ଓଭରବ୍ରିଜ୍ ନିର୍ମାଣ ହେବ

କନ୍ଦରପୁର ଓ ଛପଡା ଲେବଲକ୍ରସିଂ ଠାରେ ରେଲବାଇ ଓଭରବ୍ରିଜ୍ ନିର୍ମାଣ ହେବ

161

ଜଗତସିଂହପୁର ୧୨/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – କଟକ ଜଗତସିଂହପୁର ରାସ୍ତାର କନ୍ଦରପୁର ଓ ଜଗତସିଂହପୁର-ଜଇପୁର ରାସ୍ତାର ଛପଡା ଠାରେ ମାନବଚାଳିତ ଲେବଲକ୍ରସିଂ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପ୍ରତିଦିନ କନ୍ଦରପୁର ଲେବଲକ୍ରସିଂ ଦେଇ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ, କୁଜଙ୍ଗ, ଏରସମା, ତିର୍ତୋଲ, ବାଲିକୁଦା, ନାଉଗାଁ ଓ ବିରିଡି ଅଂଚଳରୁ ଲୋକେ ଯାତାୟତ କରୁଥିବା ବେଳେ ଛପଡା ଲେବଲକ୍ରସିଂ ଦେଇ ତିର୍ତୋଲ, ପାରାଦ୍ୱୀପ, ଏରସମା, କୁଜଙ୍ଗ ଅଂଚଳରୁ ଲୋକମାନେ ଜଗତସିଂହପୁର ଜିଲ୍ଲା ସଦରମହକୁମାକୁ ଯାତାୟତ କରୁଛନ୍ତି। ଅନ୍ୟୁନ ୪୦ଟି ଆମ୍ବୁଲାନ୍ସ ଏହି କନ୍ଦରପୁର ଓ ଛପଡା ଲେବଲକ୍ରସିଂ ଦେଇ ରୋଗୀମାନଙ୍କୁ ସରକାରି ଓ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଆଣିବା କରୁଛନ୍ତି। ରାଜ୍ୟ ଓ ରାଜ୍ୟବାହାରର ତୀର୍ଥଯାତ୍ରୀମାନେ ଗୋରେଖନାଥ ଓ ଶାରଳାମନ୍ଦିର ଦର୍ଶନ କରିବାକୁ ଆସିଥାନ୍ତି। ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ କନ୍ଦରପୁର ଓ ଛପଡାଠାରେ ମାନବ ଚାଳିତ ଲେବଲକ୍ରସିଂ ଠାରେ ଦୁଇଟି ଓଭରବ୍ରିଜ୍ ନିର୍ମାଣ ନିମନ୍ତେ ପୂର୍ତବିଭାଗ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.