Home ଓଡ଼ିଶା କଟକରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟଣା : ଗିରଫ ହେଲେ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ

କଟକରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟଣା : ଗିରଫ ହେଲେ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ

70

କଟକ :୧୭/୧ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ମଧୁପାଟଣା ଥାନା ଶ୍ରୀରାମ ନଗରରେ ପୁଅକୁ ମାରି ମା ର ଆତ୍ମହତ୍ୟା ଘଟଣାରେ ଶେଷରେ ପୋଲିସ ମୃତ ଶିଳ୍ପୀଙ୍କ ସ୍ବାମୀ ସନ୍ତ‌ୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି। ଶିଳ୍ପୀଙ୍କ ପରିବାରପକ୍ଷରୁ ସନ୍ତୋଷ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ ଦାବି କରିଥିଲେ। ଶେଷରେ ସନ୍ତ‌ୋଷ ଖୁଣ୍ଟିଆଙ୍କୁ ଗିରଫ କରାଯାଇଛି। ତାଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ନେତାଜୀ ନଗର ଅଞ୍ଚଳର ଶିଳ୍ପୀ ଖୁଣ୍ଟିଆ ମଧ୍ୟ ଜଣେ ଇଞ୍ଜିନିଅର। ସେ ଗତ ବର୍ଷ ସନ୍ତୋଷ ଖୁଣ୍ଟିଆଙ୍କୁ ବିବାହ କରିଥିଲେ। ସନ୍ତୋଷ ଙ୍କ ପୈତୃକ ଘର ସାଲେପୁର ବ୍ଲକ ତରିତୋ ପଞ୍ଚାୟତରେ। ବିବାହର କିଛିଦିନ ପରେ ଉଭୟ ସ୍ୱମୀ ସ୍ତ୍ରୀ ଙ୍କ ମଧ୍ୟ୍ୟ ରେ ବିବାଦ ଉପୁଜି ଥିଲା। ଘଟଣାର ଆପୋଷ ସମାଧାନ ହୋଇଥିଲା। ଗତକାଲି କବାଟ ଭାଙ୍ଗି ମା ପୁଅ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଚାଞ୍ଚଲ୍ୟକର ଘଟଣାର ତଦନ୍ତକୁ ଜୋରଦାର କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.