Home Top News ସୋସିଆଲ ମିଡ଼ିଆରେ ଭାଇରାଲ: ବଞ୍ଚିବା ପାଇଁ ମହିଳାଙ୍କ ସଙ୍ଘର୍ଷ କାହାଣୀ

ସୋସିଆଲ ମିଡ଼ିଆରେ ଭାଇରାଲ: ବଞ୍ଚିବା ପାଇଁ ମହିଳାଙ୍କ ସଙ୍ଘର୍ଷ କାହାଣୀ

109

– ଲକ୍ଷ୍ନୌ ସହରରେରେ ପାଦରେ ଚାଲି ଚାଲି ସ୍ୱିଗି ବ୍ୟାଗ ଟାଙ୍ଗି କରୁଛନ୍ତି ବିତରଣ

ନୂଆ ଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) : ଜଣେ ବୁର୍ଖା ପିନ୍ଧିଥିବା ମହିଳା। ତାଙ୍କର ସଂଘର୍ଷର କାହାଣୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ନାମ ରିଜୱାନା। ସେ ପାଦରେ ଚାଲିଚାଲି ଏକ ସ୍ୱିଗି ଡେଲିଭରି ବ୍ୟାଗରେ କିଛି ପେପର ଡିସ୍ପୋଜେବଲ ସାମଗ୍ରୀ ବିତରଣ କରି ନିଜର ପରିବାର ପାଳନ ପୋଷଣ କରନ୍ତି। ଏବେ

ଏକ ଗରିବ ପରିବାରରୁ ଆସି ଲକ୍ଷ୍ନୌର ଏକ କଲୋନୀରେ ଗୋଟିଏ ରୁମରେ ଭଡ଼ାରେ ରହୁଥିବା ରିଜୱାନା ପ୍ରକୃତରେ ଅନଲାଇନ୍ ଫୁଡ଼ ଡେଲିଭରି ଚେନ ସ୍ୱିଗି ପାଇଁ କାମ କରନ୍ତି ନାହିଁ କିନ୍ତୁ ସେ ଏହି ବ୍ରାଣ୍ଡର ଏକ ବ୍ୟାଗକୁ କେବଳ ୫୦ ଟଙ୍କା ଦେଇ କିଣିଛନ୍ତି ଯାହାଦ୍ବାରା କି ସେ ତାଙ୍କର ସାମଗ୍ରୀ (ପେପର କପ) ବିଭିନ୍ନ ପ୍ରକାରର ଚା’ ଦୋକାନରେ ବିତରଣ କରିପାରିବେ। ପ୍ରକୃତରେ ସେ ପୂର୍ବରୁ ଯେଉଁ ବ୍ୟାଗ ବ୍ୟବହାର କରୁଥିଲେ ତାହା ଛିଣ୍ଡିଯିବା ପରେ ଏବେ ଏହି ବ୍ୟାଗକୁ ବ୍ୟବହାର କରୁଛନ୍ତି ସାମଗ୍ରୀ ବିତରଣ କରିବା ପାଇଁ।

ସେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ସେ ଡିସପୋଜେବଲ୍ ବିକ୍ରି କରନ୍ତି ଏବଂ ସ୍ଥାନୀୟ ବଜାରରେ ଥିବା ଚା ଦୋକାନ ଗୁଡ଼ିକରେ ଏହାକୁ ନେଇ ବିକ୍ରି କରନ୍ତି। ଏଥିରେ ସେ ଦୈନିକ ୨୦ କିଲୋମିଟର ବାଟ ଚାଲିଥାନ୍ତି।

ତାଙ୍କ ସ୍ୱାମୀ ଯିଏକି ଅଟୋ ରିକ୍ସା ଚଳାଉଥିଲେ ତାଙ୍କୁ ତିନି ବର୍ଷ ପୂର୍ବେ ଛାଡ଼ିଦେଇଥିଲେ। ସେ ବର୍ତ୍ତମାନ ତାଙ୍କର ତିନି ସନ୍ତାନଙ୍କ ସହିତ ରହୁଛନ୍ତି। ତେବେ ତାଙ୍କ ସଂଘର୍ଷର କାହାଣୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.