Home ଉପ ନିର୍ବାଚନ କଂଗ୍ରେସର ପ୍ରାର୍ଥୀ ଚୟନକୁ ବିରୋଧ

କଂଗ୍ରେସର ପ୍ରାର୍ଥୀ ଚୟନକୁ ବିରୋଧ

70

ବାଲେଶ୍ୱର, ୧୪ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସଦର ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ କ୍ରମଶଃ ଦାନା ବାନ୍ଧୁଥିବା ଲକ୍ଷ୍ୟ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି କର୍ମକର୍ତ୍ତାଙ୍କ ସମେତ ସଦର ନିର୍ବାଚନମଣ୍ଡଳୀରେ ବହୁ ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ ଜନୈକ ଅନାମଧେୟ ମହିଳାଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କଂଗ୍ରେସର ସଦସ୍ୟତା ପ୍ରଦାନ ସହ ପ୍ରାର୍ଥୀଭାବେ ମନୋନୀତ କରାଯିବା ପଛର କାରଣକୁ ନେଇ ଆଇନଜୀବୀ ଶେଖ୍ ଅବଦୁଲ ରଫିକ୍ ପ୍ରଶ୍ନ କରିଛନ୍ତି। ଦୀର୍ଘଦିନ ଧରି କଂଗ୍ରେସ ସଂଗଠନକୁ ଚଳାଇ ରଖିଥିବା ଟାଣୁଆ ନେତାଙ୍କୁ ଅଣଦେଖା କରି ପଦସ୍ଥ ଦଳୀୟ କର୍ମକର୍ତ୍ତାମାନେ ଏଭଳି ନିଷ୍ପତି ଗ୍ରହଣ ଆଗାମୀ ଦିନରେ ଦଳ ପାଇଁ କ୍ଷତିକାରକ ହେବ ବୋଲି ସେ କହିଛନ୍ତି। ବିଜେପିର ଉଚ୍ଚସ୍ତରୀୟ ନେତାଙ୍କ ସହ ଆଲୋଚନା କରି କଂଗ୍ରେସ ଏଭଳି ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶେଖ୍ ରଫିକ୍ ଆରୋପ ଉଠାଇଛନ୍ତି। ମମତା କୁଣ୍ଡୁଙ୍କର ପ୍ରାଥିତ୍ୱକୁ ବିରୋଧ ସହ ଖୁବଶୀଘ୍ର ୧୦ ହଜାର ଦସ୍ତଖତ ସମ୍ବଳିତ ପ୍ରତିବାଦ ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.