Home ଉପ ନିର୍ବାଚନ ବାଲେଶ୍ୱର ସଦର ଉପ-ନିର୍ବାଚନ ଖବର ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ନାମାଙ୍କନ ପତ୍ର ଦାଖଲ

ବାଲେଶ୍ୱର ସଦର ଉପ-ନିର୍ବାଚନ ଖବର ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ନାମାଙ୍କନ ପତ୍ର ଦାଖଲ

71

ବାଲେଶ୍ୱର, ୧୪ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସଦର ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ କୁମାର ଦତ୍ତ ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସକାଳେ ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେ ବିଜେପି ସଦର କାର୍ଯ୍ୟାଳୟକୁ ଆସି ସ୍ୱର୍ଗତ ପିତାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ସେଠାରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମାଆ ପ୍ରେମଲତା ଦେବୀ ଦେବୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବର୍ଷୀୟାନ ବିଜେପି ନେତାଙ୍କୁ ଭୂମିଷ୍ଟ ପ୍ରଣାମ କରିଥିଲେ। ପୁଅର ଶୁଭ ମନାସୀ ମଆ ତାଙ୍କୁ ଦହି ଖୁଆଇ ଦେଇଥିଲେ। ଉଭୟ ମାଆ ପୁଅଙ୍କ ଲୁହ ଛଳଛଳ ଅଖି ଓ ବାଷ୍ପରୁଦ୍ଧ କଣ୍ଠ ସେଠରେ ଏକ ଭାବାବେଗମୟ ପରିସ୍ଥିତି ସୃଷ୍ଟି କରିଥିଲା। ଏମିତିକ ସେଠାରେ ଉପସ୍ଥିତ ବିଜେପି ନେତାଙ୍କଠାରୁ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। କୋଭିଡ୍ କଟକଣା ମଧ୍ୟରେ ସ୍ପଳ୍ପ ସଂଖ୍ୟକ କର୍ମୀ ଓ ସହଯେଗୀଙ୍କୁ ନେଇ ମାନସ ପାର୍ଟି ଅଫିସରୁ ପଦଯାତ୍ରାରେ ବାହାରି ସହର ପରିକ୍ରମା ସହ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହି ପଦଯାତ୍ରାରେ ମନ୍ତ୍ରୀଙ୍କ ସମେତ ରାଜ୍ୟ ବିରୋଧୀ ଦଳନେତା ପ୍ରଦୀପ୍ତ କୁମାର ନାୟକ, ଉପନେତା ବିଷ୍ଣୁ ସେଠୀ, ବିରୋଧୀଦଳ ମୁଖ୍ୟ ସଚେତନକ ମୋହନ ମାଝୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ବିଜେପି ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଗୋଲକ ନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଠାକୁର ରଂଜିତ୍ ଦାସ, ପ୍ରଚାର କମିଟି ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି ଓ ପର୍ଶୁରାମ ବେହେରା, ଜୋନାଲ କ୍ଷେତ୍ରିୟ ମିଡିଆ ସଂଯୋଜକ ସତ୍ୟଜିତ୍ ମିଶ୍ର, ରାଜ୍ୟ ନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି କମଳା ବିନ୍ଧାଣୀଙ୍କ ସମେତ ଜିଲ୍ଲା ବିଜେପିର ବହୁ କର୍ମକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ସରକାରୀ ନିୟମ ଅନୁସାରେ କେବଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଓ ତାଙ୍କ ମାଆଙ୍କ ସହ ମାନସ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜିର ଏହି ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେପି କର୍ମୀଙ୍କ ମହଲରେ ବେଶ୍ ଖୁସୀର ଲହରି ଖେଳିଯାଉଥିବା ଲକ୍ଷ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.