Home ଅନୁଗୁଳ ଏ.ଆଇ.ସି.ଡବ୍ଲ୍ୟୁ.ର ଅନୁଗୋଳ ଜିଲ୍ଲା ସଭାପତି ବୀରବର ସାହୁଙ୍କୁ ସମ୍ବର୍ଦ୍ଧନା

ଏ.ଆଇ.ସି.ଡବ୍ଲ୍ୟୁ.ର ଅନୁଗୋଳ ଜିଲ୍ଲା ସଭାପତି ବୀରବର ସାହୁଙ୍କୁ ସମ୍ବର୍ଦ୍ଧନା

75

ଅନୁଗୋଳ,୨୮/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅଲ ଇଣ୍ଡିଆ କଂଗ୍ରେସ ୱାର୍କର୍ସ (ଏଆଇସିଡବ୍ଲ୍ୟୁ)ର ଅନୁଗୋଳ ଜିଲ୍ଲା ସଭାପତି ଭାବରେ କଂଗ୍ରେସ ନେତା ବୀରବର ସାହୁଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସଙ୍ଗଠନର ରାଜ୍ୟ ସଭାପତି ଏସ୍‌.କେ ବୋଗ୍‌ବାଦ୍ ଙ୍କ ସୁପାରିଶ କ୍ରମେ ସର୍ବଭାରତୀୟ ସଭାପତି କୁଳଦୀପ ସିଂହ ବ୍ରାର ଶ୍ରୀ ସାହୁଙ୍କୁ ଏହି ନିଯୁକ୍ତି ଦେଇଥିବାର ଜଣାପଡିଛି । ଏହି ଅବସରରେ ଶ୍ରୀ ସାହୁଙ୍କୁ ଜିଲ୍ଲାର ବିଭିନ୍ନ ସଙ୍ଗଠନ ଅଭିନନ୍ଦନ ଜଣାଇଥିବା ବେଳେ ଏମ୍‌.ସି.ଏଲ୍ ଜଗନ୍ନାଥ ଭଡାଗାଡି ମାଲିକ ସଂଘ ପକ୍ଷରୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଭଡାଗାଡି ସଂଘର ସାଧାରଣ ସମ୍ପାଦକ ବିଷ୍ଣୁଚରଣ ସାହୁ ପୁଷ୍ପଗୁଚ୍ଛ ଦେବା ପରେ ସମଦୂରତା ଅବଲମ୍ବନ କରି କୋଷାଧ୍ୟକ୍ଷ ସମୀର ମହାନ୍ତି ଉତରୀୟ ପ୍ରଦାନ କରିଥିଲେ । ସଂଘର ଉପଦେଷ୍ଟା ଇଂ.ଦିଲ୍ଲୀପ କୁମାର ଭୂକ୍ତା ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଦସ୍ୟ ଦେବେନ୍ଦ୍ର ମହାନ୍ତି,ଦିନେଶ ପଟ୍ଟନାୟକ,ଶୈଳେନ୍ଦ୍ର ପ୍ରସାଦ,ବିଦ୍ୟାଧର ତ୍ରୀପାଠୀ,ସଞ୍ଜୟ କୁମାର ସିଂହ,ଦୀପଙ୍କର ପଟ୍ଟନାୟକ,ଦିଲ୍ଲୀପ ସିଂହ,ବାପି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଗୋଳ ଜିଲ୍ଲା କଂଗ୍ରେସକୁ ତୃଣମୂଳ ସ୍ତରରୁ ସଦୃଢ କରିବା ସହ ଯୁବଗୋଷ୍ଠୀଙ୍କୁ ଏକତ୍ରିତ କରି ଦଳକୁ ଆଗକୁ ନେବା,ଶ୍ରମିକ ମାରଣ ନୀତିକୁ ବନ୍ଦ କରିବା,ସ୍ୱାସ୍ଥ୍ୟ,ଶିକ୍ଷା,ନିଯୁକ୍ତି, ପାନୀୟ ଜଳ,ଜମିହରା ପ୍ରଜାମାନଙ୍କର ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନେବେ ବୋଲି ଶ୍ରୀ ସାହୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.