Home ଓଡ଼ିଶା ଏବେ ସବୁ ନେତାଙ୍କୁ ମିଳିବନି ଗାର୍ଡ ଅଫ ଅନର

ଏବେ ସବୁ ନେତାଙ୍କୁ ମିଳିବନି ଗାର୍ଡ ଅଫ ଅନର

375

ଭୁବନେଶ୍ୱର, ୧୪ା୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ରାଜ୍ୟରେ ଗାର୍ଡ଼ ଅଫ ଅନର ବ୍ୟବସ୍ଥା ଉଚ୍ଛେଦ ହୋଇଛି । ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀ ମାନଙ୍କୁ ଗାର୍ଡ଼ ଅଫ ଅନର ବ୍ୟବସ୍ଥା ଦିଆଯିବ ନାହିଁ । କେବଳ ରାଷ୍ଟ୍ରପତି, ଉପରାଷ୍ଟପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଏହା ଦିଆଯିବ ବୋଲି ସୂଚନା ମିଳିଛି । ସୁପ୍ରିମକୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିଙ୍କୁ ବି ଦିଆଯିବ । ଲୋକାୟୁକ୍ତଙ୍କ ପାଇଁ ପୂର୍ବଭଳି ଏହି ବ୍ୟବସ୍ଥା ଦିଆଯିବ ।

ସେହିପରି ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ଏଣିକି ସଂଗ୍ରାମୀଙ୍କୁ ସମ୍ବୋଧନ ବେଳେ ମାନ୍ୟବର ବ୍ୟବହାର କରାଯିବ । ସାମ୍ବିଧାନିକ ପଦବୀର ବ୍ୟକ୍ତିଙ୍କୁ ବି ମାନ୍ୟବର ସମ୍ବୋଧନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.