ad
ଆନ୍ତର୍ଜାତୀୟ

ଏଠାରେ ଲୋକମାନେ ଟ୍ରଲିରେ ଟଙ୍କା ଭରିକରି ନିଅନ୍ତି ଘରପାଇଁ ଜିନିଷ କିଣିବା ପାଇଁ ! ମୁଣ୍ଡରେ ବୋଝେଇ କରି ନୋଟ ନିଅନ୍ତି ପରିବା, କ୍ଷୀର କିଣିବା ପାଇଁ ! ହେଲେ କ’ଣ ପାଇଁ …

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରୋବର୍ଟ ମୁଗାବେଙ୍କର ସିଙ୍ଗାପୁରର ଏକ ହସ୍ପିଟାଲରେ ନିଧନ ହୋଇଯାଇଛି। ୯୫ ବର୍ଷର ରୋବର୍ଟ ମୁଗାବେ ଗତ ଅନେକ ଦିନରୁ ରୋଗାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆସନ୍ତୁ ଜାଣିବା ତାଙ୍କର କାର୍ଯ୍ୟକାଳରେ କିପରି ଦରବୃଦ୍ଧି ଲୋକମାନଙ୍କୁ କଷ୍ଟ ଦେଇଥିଲା।

ରୋବର୍ଟ ମୁଗାବେ ୧୯୮୦ ରୁ ୧୯୮୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ୧୯୮୭ ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ଅର୍ଥାତ୍ ରୋବର୍ଟ ମୁଗାବେ ୩୭ ବର୍ଷ ପର୍ଯ୍ୟନ୍ତ ଜିମ୍ବାୱେର ନେତୃତ୍ଵ ନେଇଥିଲେ। କିନ୍ତୁ ତାଙ୍କର କାର୍ଯ୍ୟକାଳରେ ଜିମ୍ବାୱେ ସବୁଠାରୁ ଖରାପ ସମୟ ଦେଖିଥିଲା। ଗତ ବର୍ଷରେ, ୨୪ ଘଣ୍ଟାର ଖାଇବା-ପିଇବା ସମେତ ଅନେକ ଆବଶ୍ୟକୀୟ ଦ୍ରବ୍ୟର ଦାମ (Hyper Inflation) ଡବଲ ହୋଇଯାଇଥିଲା। ଏହି ଦେଶ ଲୋକ ବ୍ୟାଗରେ ନୋଟ ଭରିକରି କ୍ଷୀର ଏବଂ ପରିବା କିଣିବା ପାଇଁ ଯାଉଥିଲେ। ଯଦି ଘରର ପୂରା ସଉଦା କିଣିବାକୁ ଟ୍ରଲିରେ ନୋଟ ଭରିକରି ନେବାକୁ ପଡ଼ୁଥିଲା।

ଲୋକମାନେ ଟ୍ରଲିରେ ନୋଟ ଭରିକରି କିଣିବାକୁ ଯାଉଥିଲେ ଏବଂ ଜିମ୍ବାୱେର ସଡ଼କରେ ଟ୍ରଲିରେ ନୋଟ ଭରିକରି ରଖାଯାଇଥିବା ଲୋକମାନେ ସହଜରେ ଦେଖିପାରୁଥିଲେ। ପ୍ରକୃତରେ, ଏଠାରେ ଦରବୃଦ୍ଧି ବହୁତ ଅଧିକ ବଢ଼ିଯାଇଥିଲା। ଏହି କାରଣରୁ ଲୋକମାନଙ୍କୁ ଛୋଟରୁ ଛୋଟ ଜିନିଷ ପାଇଁ ମଧ୍ୟ ବହୁତ ଅଧିକ ପଇସା ଦେବାକୁ ପଡ଼ୁଥିଲା।

ୱାର୍ଲ୍ଡ ବ୍ୟାଙ୍କର ରିପୋର୍ଟ ମୁତାବକ ଜିମ୍ବାୱେରେ ଇତିହାସର ଦ୍ୱିତୀୟ ସବୁଠାରୁ ଅଧିକ ଦରବୃଦ୍ଧି ଦର ହେଉଥିଲା। ପ୍ରତି ୨୪ ଘଣ୍ଟାରେ ଦ୍ରବ୍ୟର ଦାମ ଡବଲ ହୋଇଯାଉଥିଲା।

ଆପଣଙ୍କୁ ସୂଚନା ଦିଆଯାଇପାରେଯେ, ଜିମ୍ବାୱେର ବାର୍ଷିକ ମୁଦ୍ରାସ୍ଫୀତି ଦର ଜୁନ ମାସରେ ୧୭୫ ପ୍ରତିଶତ ଉପରକୁ ପହଁଚିଯାଇଥିଲା।

ଅର୍ଥନୀତିଜ୍ଞମାନେ କହୁଥିଲେ କି ଜିମ୍ବାୱେ ସରକାରଙ୍କ ପାଖରେ କୌଣସି ଭଲ ପଲିସି ନଥିଲା। ସେହି ସମୟରେ ସରକାର ବିନା କୌଣସି ପ୍ଲାନିଙ୍ଗରେ କେବଳ ନୋଟ ଛାପିବା ଆରମ୍ଭ କରିଦେଇଥିଲେ। ଏହି କାରଣରୁ ଲୋକମାନଙ୍କ ପାଖକୁ ବହୁତ ଟଙ୍କା ଆସିଯାଇଥିଲା।

ସରକାର ଯଦି ଅଧିକ ନୋଟ ଛାପିବା ବଦଳରେ ଚାଷ କାମ ପାଇଁ ଚାଷୀମାନଙ୍କୁ ଠିକ ଭାବରେ ଟ୍ରେନିଙ୍ଗ ଦେଇଥାନ୍ତେ ତେବେ ହୁଏତ ଏହି ଦେଶରେ ଏଭଳି ଦରବୃଦ୍ଧି ହୋଇନଥାନ୍ତା। ଏଠାରେ ଲୋକମାନଙ୍କ ପାଖକୁ ଟଙ୍କା ତ ଆସିଯାଇତିଲା, କିନ୍ତୁ ଖାଇବା-ପିଇବା ପାଇଁ ଦ୍ରବ୍ୟ କମ ହେବା କାରଣରୁ ଦରବୃଦ୍ଧି ହୋଇଥିଲା।

ଗରୀବ ମଧ୍ୟ ବନି ବନିଯାଇଥିଲା କୋଟିପତି !

ଜିମ୍ବାୱେରେ ଯେଉଁମାନଙ୍କଉ ଗରୀବ କୁହାଯାଉଥିଲା, ତାଙ୍କ ପାଖରେ ମଧ୍ୟ କୋଟିକୋଟି ଟଙ୍କା ଥିଲା। କିନ୍ତୁ ଏହାର କୌଣସି ଫାଇଦା ନଥିଲା, କାରଣ ସେହି ଟଙ୍କାର ମୂଲ୍ୟ ଏଠାରେ ବହୁତ କମ ଥିଲା। ସେହି ସମୟରେ ଏକ ହଜାର ଲକ୍ଷ କୋଟି ଜିମ୍ବାୱେ ଡଲାରର ମୂଲ୍ୟ କେବଳ ୫ ଆମେରୀକୀୟ ଡଲାର ହୋଇଯାଇଥିଲା। ତେଣୁ କରେନ୍ସିର ମୂଲ୍ୟ ସହଜରେ ଆପଣ କ’ଣ ଥିବ ଜାଣିପାରୁଥିବେ। ଏପରି ସମୟ ଆସିଲାଯେ, ସପ୍ତାହପାଇଁ ବସର ଭଡ଼ା ମଧ୍ୟ ପ୍ରାୟତଃ ୧୦୦ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଁଚି ଯାଇଥିଲା। ସରକାରଙ୍କୁ ବର୍ଷ ୨୦୦୯ ରେ ହାଇପର ଇନଫ୍ଲାସନକୁ ନିୟନ୍ତ୍ରିତ କରିବା ପାଇଁ ନିଜ ମୁଦ୍ରାକୁ ଛାଡ଼ିକରି ଆମେରୀକାର ‘ଡଲାର’ ଏବଂ ଦକ୍ଷିଣ ଆଫ୍ରିକା ‘ରେଣ୍ଡ’ କୁ ଆଧିକାରିକ ମୁଦ୍ରା ଭାବରେ ଆପଣାଇବାକୁ ପଡ଼ିଥିଲା।

ଏମିତି କାହିଁକି ହେଲା ?

ଯେତେବେଳେ ଏହି ଦେଶର ଲୋକମାନଙ୍କ ପାଖରେ ଟଙ୍କା କମ ହେବାକୁ ଲାଗିଲା, ସେତେବେଳେ ସରକାର ଅନ୍ଧଭାବରେ ନୋଟ ଛାପିବା ଆରମ୍ଭ କରିଦେଇଥିଲେ। ଏହା ଫଳରେ ଲୋକମାନଙ୍କର ପାଖକୁ ବହୁତ ଟଙ୍କା ବା ନୋଟ୍ ଆସିଗଲା। କିନ୍ତୁ ଦରବୃଦ୍ଧି ବଢ଼ିଗଲା ଏପରିକି ଲୋକମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସୁଟକେସରେ ଟଙ୍କା ଭରିକରି ନେବାକୁ ପଡ଼ୁଥିଲା।

୧୯୮୦ ରୁ ଅପ୍ରିଲ ୨୦୦୯ ପର୍ଯ୍ୟନ୍ତ ଜିମ୍ବାୱେର କରେନ୍ସୀ ଜିମ୍ବାୱେଆନ୍ ଡଲାର ଥିଲା। ଏହା ପୂର୍ବରୁ ଏଠାରେ କରେନ୍ସୀ ରୋଡେସିୟାନ ଡଲାର ଥିଲା। ବର୍ତ୍ତମାନ ଏହି ଦେଶରେ ଅନେକ ଦେଶର କରେନ୍ସୀ ବ୍ୟବହାର କରାଯାଉଛି। ଯେପରି ସାଉଥ ଆଫ୍ରିକାର ରୈଣ୍ଡ, ଜାପାନୀ ୟେନ, ଚାଇନିଜ ୟୁଆନ, ଅଷ୍ଟ୍ରେଲିଆ ଏବଂ ଆମେରୀକାର ଡଲାର ଇତ୍ୟାଦି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top