Home ଓଡ଼ିଶା ଟ୍ୟାଙ୍କର ଧକ୍କାରେ ନାବାଳିକା ମୃତ

ଟ୍ୟାଙ୍କର ଧକ୍କାରେ ନାବାଳିକା ମୃତ

142

କେସିଙ୍ଗା,୦୬/୦୯,(ଓଡ଼ିଆ ପୁଅ ପି ନାଏକ): କେସିଙ୍ଗା ଥାନା ଜାତୀୟ ରାଜପଥ ନୁନମାଠ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ବେଦାନ୍ତ କମ୍ପାନୀର ଏକ ଟ୍ୟାଙ୍କର ଧକ୍କା ମାରିବା ଫଳରେ ଜଣେ ୧୦ ବର୍ଷର ନାବାଳିକାର ମୃତ୍ୟୁ ଘଟିଛି । ମୃତ ନାବାଳିକା ହେଉଛନ୍ତି ଲଳିତା ମାଝୀ । ଏହାକୁ ନେଇ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଟ୍ୟାଙ୍କର ଡ୍ରାଇଭର୍ ଫେରାର୍ ଥିବାବେଳେ ପୋଲିସ୍ ଟ୍ରକକୁ ଜବତ କରିଛି ।

ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥକୁ  ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛି । ରାସ୍ତରୋକ ହେବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.