Home ଓଡ଼ିଶା ଉତ୍ତର ଓଡିଶାର ଉତରପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଅବପାତ

ଉତ୍ତର ଓଡିଶାର ଉତରପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଅବପାତ

338

– ୬ ଓ ୭ରେ ପ୍ରବଳ ବର୍ଷା ସମ୍ଭାବନା
– ୪୫ରୁ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା
– ଆଗାମୀ ୪୮ ଘଂଟା ମଧ୍ୟରେ ସମୁଦ୍ର ମଧ୍ୟକୁ ଯିବା ପାଇଁ ମତ୍ସ୍ୟଜୀବିଙ୍କୁ ବାରଣ

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଉପଗ୍ରହ ଚିତ୍ରରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ ଉତର ଓଡିଶାର ଉତର ପଶ୍ଚିମ ବଙ୍ଗୋପସାଗର ଉପକୂଳ-ପଶ୍ଚିମବଙ୍ଗ ଉପକୂଳରେ ଏକ ଅବପାତ ସୃଷ୍ଟି ହୋଇଛି। ଏହା ଆଜି ସକାଳ ୮.୩୦ ସୁଦ୍ଧା ୨୦.୫ ଡିଗ୍ରୀ ଉତର ଅକ୍ଷ୍ୟାଂଶ ଏବଂ ୮୮.୦ ପୂର୍ବ ଦ୍ରାଘିମାରେ ବାଲେଶ୍ୱରର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୧୬୦ କିଲୋମିଟର ଓ ପଶ୍ଚିମବଙ୍ଗ ଦିଘାର ଦକ୍ଷିଣ ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୧୩୦ କିଲୋମିଟର ଦୂରତାରେ କେନ୍ଦ୍ରିଭୂତ ଅଛି। ଆଗାମୀ ୨୪ ଘଂଟା ମଧ୍ୟରେ ଏହା ତୀବ୍ର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଗାମୀ ୪୮ ଘଂଟା ମଧ୍ୟରେ ଏହା ପଶ୍ଚିମ ଓ ଉତର ପଶ୍ଚିମ ଦିଗରେ ଗତି କରି ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ।

ଏହାର ପ୍ରଭାବରେ ଅଗଷ୍ଟ ୬ ଓ ୭ରେ ଓଡିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା, କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଅଳ୍ପ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା (୨୦ ସେମିରୁ ଅଧିକ) ହେବାର ସମ୍ଭାବନା ରହିଛି। ଆଗାମୀ ୪୮ ଘଂଟା ମଧ୍ୟରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୪୫-୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପବନର ବେଗ ବୃଦ୍ଧି ପାଇ ୬୫ କିଲୋମିଟରେ ପହଂଚିବାର ମଧ୍ୟ ସମ୍ଭାବନା ରହିଛି। ଓଡିଶାର ଆଭ୍ୟନ୍ତରୀଣ ଅଂଚଳରେ ୩୫-୪୦ କିଲୋମିଟର ବେଗରେ ପବନ ବହି ଏହା ୫୦ କିଲୋମିଟରରେ ପହଂଚିବାର ସମ୍ଭାବନା ରହିଛି।

ଏହି ଅବପାତ ପ୍ରଭାବରେ ଅଗଷ୍ଟ ୬ ଓ ୭ରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆଗାମୀ ୪୮ ଘଂଟା ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବି ମାନଙ୍କୁ ବାରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.