Home ଓଡ଼ିଶା ଇନ୍ଦୁପୁର ବିରୂପା ନଦୀରୁ ବିରାଟକାୟ ବଉଳାକୁମ୍ଭୀର ଉଦ୍ଧାର

ଇନ୍ଦୁପୁର ବିରୂପା ନଦୀରୁ ବିରାଟକାୟ ବଉଳାକୁମ୍ଭୀର ଉଦ୍ଧାର

169

କେନ୍ଦ୍ରାପଡା ୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଇନ୍ଦୁପୁର ନିକଟ ବିରୂପା ନଦୀରେ ଥିବା ଏକ ବଉଳା କୁମ୍ଭୀର ସୋମବାର ଏକ ଘୁସୁରୀକୁ ନିକଟସ୍ଥ ପୋଖରୀକୁ ଆସିଥିଲା। ଘୁସୁରୀକୁ ଆକ୍ରମଣ କରିବା ସମୟରେ ଘୁସୁରିଆଳ ଦେଖିଦେବାରୁ ଘୁସୁରୀକୁ ରକ୍ଷା କରିବାକୁ ପ୍ରୟାସ କରିବାରେ କୁମ୍ଭୀରଟି ପାଣି ଭିତରକୁ ପଳାଇଯାଇଥିଲା। କିନ୍ତୁ ସେତେବେଳକୁ ଘୁସୁରୀଟି ମରିଯାଇଥିବା ଜାଣିପାରି ଘୁସୁରୀଆଳଟି ସେହି ମଲା ଘୁସୁରୀଟିକୁ ବାନ୍ଧି ସେହି ପୋଖରୀ ନିକଟରେ ରଖିଦେଇଥିଲା। ରାତିରେ ସେହି କୁମ୍ଭୀରଟି ଘୁସୁରୀକୁ ଖାଇବାକୁ ଆସିଥିବା ସମୟରେ ପ୍ରଥମେ ଅନ୍ୟ ଘୁସୁରୀଆଳ ସହ ମିଶି ପୋଖରୀରୁ ନଦୀକୁ ସଂଯୋଗ ପଥଟିକୁ ମାଟି ପକାଇ ସେମାନେ ପୋତିଦେଇଥିଲେ ଓ ଲୋକମାନଙ୍କୁ ପାଟିକରି ଡାକପକାଇଥିଲେ। ରାତିସାରା ଲୋକମାନେ କୁମ୍ଭୀରକୁ ସେଠାରେ ଜଗିରହିଥିଲେ। ସକାଳେ ରାଜନଗର ବନଖଣ୍ଡ କାର୍ଯ୍ୟ।।ଳୟକୁ ଖବର ଦିଆଯିବା ପରେ ସେଠାରୁ ବିଭାଗର କର୍ମଚାରୀମାନେ ଆସି ଜାଲପକାଇ ସେହି କୁମ୍ଭୀରଟିକୁ ଧରି ରାଜନଗର ନେଇଯାଇଥିବା ସୂଚନା ମିଳିଛି। ପ୍ରାୟ ୪ବର୍ଷ ଧରି ସେହି ବଉଳା କୁମ୍ଭୀରଟି ସେଠାରେ ରହିଥିବା ଓ ପୂର୍ବରୁ ଏକ ମଇଁଷିଆଳକୁ ସେଠାରେ ଆକ୍ରମଣ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରାୟ ୧୨ଫୁଟ ଲମ୍ବର ସେହି ବଉଳା କୁମ୍ଭୀରଟି ବାରମ୍ବାର ସେଠାରେ ଲୋକମାନଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଶେଷରେ ଧରାହୋଇ ସେହି କୁମ୍ଭୀରଟି ରାଜନଗର ଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.