Home କେନ୍ଦ୍ରାପଡ଼ା ଖାଉଟି ସାମଗ୍ରୀ ପାଇବା ଦାବିରେ ବ୍ଲକ ସମ୍ମୁଖରେ କାର୍ଡଧାରୀ ଧାରଣା ଦେବେ

ଖାଉଟି ସାମଗ୍ରୀ ପାଇବା ଦାବିରେ ବ୍ଲକ ସମ୍ମୁଖରେ କାର୍ଡଧାରୀ ଧାରଣା ଦେବେ

132

କେନ୍ଦ୍ରାପଡା ୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ଜଂଟିଲୋ ରିଟେଲର ଅମୀୟ କୁମାର ବାରିକ ଚଳିତବର୍ଷ ଅପ୍ରେଲ, ମଇ ଓ ଜୁନମାସର ପିଡିଏସ ସାମଗ୍ରୀ ଯଥା ଚାଉଳ, ଗହମ ପ୍ରଭୃତି ସୁଚାରୁ ରୂପେ ବଂଟନ କରିଥିଲେ। କିନ୍ତୁ ଜୁଲାଇ ଓ ଅଗଷ୍ଟମାସର ଖାଉଟି ସାମଗ୍ରୀ ବଂଟନ ପାଇଁ ତାଙ୍କ ନାମରେ ଆଲଟମେଂଟ ଥାଇ ସୁଦ୍ଧା ତାଙ୍କୁ ପିଡିଏସ ସାମଗ୍ରୀ ବାଂଟିବାକୁ ଦିଆନଯାଇ ନିକଟସ୍ଥ ରିଟେଲରଙ୍କୁ ବାଂଟିବାକୁ ଦିଆଯାଇଥିଲା। ଏହାର ପ୍ରତିବାଦରେ ରିଟେଲର ଅମୀୟ ଓଡିଶା ଓଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ଅମୀୟଙ୍କୁ ପିଡିଏସ କୋଟା ବନ୍ଦ କରାଯିବା ଉପରେ ରୋକଲଗାଇ ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ପିଡିଏସ କୋଟା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ ବି କେଉଁ କାରଣ ପାଇଁ ବ୍ଲକ ପ୍ରଶାସନ ହାଇକୋର୍ଟଙ୍କ ନିର୍ଦେଶକୁ ପାଳନ କରୁନାହାନ୍ତି ତାହା ବୁଝାପପଡୁନାହିଁ। ଅନ୍ୟପକ୍ଷରେ ଖାଉଟିମାନେ ଖାଉଟିଦ୍ରବ୍ୟ ପାଇବାରେ ଅସୁବିଧାର ସମ୍ମୁଖିନ ହେଉଥିବାରୁ ସେମାନେ ଏନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି କେନ୍ଦ୍ରାପଡା ବିଡିଓଙ୍କୁ ଲିଖିତ ଭାବରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.