Home ଓଡ଼ିଶା କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନାରେ ଦୀପଦାନ

କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନାରେ ଦୀପଦାନ

153

ବାଲେଶ୍ୱର, ୪ା୮ (ଓଡ଼ିଆ ପୁଅ/ଅଭୟ ଦାସ)- : ଦିବଂଗତ ବାଲେଶ୍ୱର ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତ ରକ୍ଷା ବନ୍ଧନ ପରିପେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଉ ଥିବାବେଳେ ତାଙ୍କ ଅବର୍ତ୍ତମାନରେ ବିଜେପି, ସଦର ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ମୋତିଗଞ୍ଜ ବଜାରରେ ବ୍ୟବସାୟୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ବିଜେପିର ସଂପର୍କ ପତ୍ର ବଣ୍ଟନ କରାଯାଇଛି। ଏଥି ସହିତ ଆଗାମୀ ଦିନରେ ତୃଣମୂଳ ସ୍ତରର ଜନତାଙ୍କ ହକ୍‌ର ଲଢେଇକୁ ବିଜେପି ଆହୁରି ଅଧିକ ଶାଣିତ କରିବାକୁ ସଂକଳ୍ପବଦ୍ଧ ବୋଲି ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ବ୍ୟତୀତ କାର୍ଯ୍ୟକର୍ତ୍ତା ଓ ନେତୃତ୍ୱଙ୍କ ଉପସ୍ଥିତିରେ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା ସହ ସମସ୍ତ କରୋନା ପୀଡ଼ିତଙ୍କର ମଧ୍ୟ ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ଏଥି ନିମନ୍ତେ ସ୍ଥାନୀୟ ଗଣେଶ ମନ୍ଦିରରେ ସାମୂହିକ ଦୀପ ଦାନ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ କରୋନା ଭୁତାଣୁ ଜନିତ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ଥଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଚିତ୍ତରଞ୍ଜନ ପଣ୍ଡା, ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ଶୁଭଙ୍କର ମହାପାତ୍ର, ସିପ୍ରା ବାଜପେୟୀ, ଗୌରାଙ୍ଗ ଦାସ, ସୁଜିତ ଦେବ, ପ୍ରଦୀପ ପତି, ଉପେନ୍ଦ୍ର ଶତପଥୀ, ମାନସ କୁମାର ଦତ୍ତ, ଦିପୁ ପିରି, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ମନୋହର ପେରିୱାଲ, ବିଭୁପଦ ଦାସ, ଧୀରଜ ମହାନ୍ତି, ପ୍ରବୀର ଶଙ୍କର ଦାଶ, ବିବେକାନନ୍ଦ ରାଉତ, ବାବୁଲି ଧଳ, କୌସିକ ଚାନ୍ଦ, ମନ୍ମୟ ଦାସ, ଅରୁପ ଜେନା, ମହୁଆ ପ୍ରଧାନ, ସସ୍ମିତା ଦାଶ, ସଞ୍ଜୀବ ପ୍ରଧାନ, ସରୋଜ ହାଜରା, ଅନିତା ଦାସ, ତରୁଲତା ମହାନ୍ତି, ରାକେଶ ପାଢୀ, ଦିନେଶ ରଣା, କାର୍ତ୍ତିକ ମାଝୀ, ସୌମ୍ୟଜିତ ଜେନା, ଶୋଭାକର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.