ad
ଓଡ଼ିଶା

ଆମେ ନୀଳ ଜହର କବଳରେ…….

– ଦେବପ୍ରସାଦ ମିଶ୍ର
ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି, ଦୃତଗତିରେ ଶିଳ୍ପାୟନ ପ୍ରତିଷ୍ଠା, ଦୃତ ଯାନବାହନ ଚଳାଚଳ, ଜଙ୍ଗଲ ଧ୍ୱଂସ, ବିଭିନ୍ନ ରାସାୟନିକ ପଦାର୍ଥ ଦ୍ୱାରା ନଦୀ ଓ ସମୁଦ୍ର ଜଳର ପ୍ରଦୁଷଣ ଓ ଅନ୍ୟାନ୍ୟ କାରଣରୁ ବାୟୁମଣ୍ଡଳର ପ୍ରଦୁଷଣ, ବାସ୍ତୁବାଦୀ ଦୁନିଆରେ ମଣିଷ ତାର ସୁଖ ସମ୍ଭୋଘ ପାଇଁ ପ୍ରକୃତି ଉପରେ ଅକଥନୀୟ ଅତ୍ୟାଚାର କରିଆସିବା ଫଳରେ ବର୍ତ୍ତମାନ ଆମର ପରିବେଶ ସଂପୂର୍ଣ୍ଣ ପ୍ରଦୁଷିତ ହେବାରେ ଲାଗିଛି। ଜଳ, ସ୍ଥଳ, ଆକାଶ ଆଜି ସଂପୂର୍ଣ୍ଣ ପ୍ରଦୁଷଣରେ ଆଚ୍ଛାଦିତ। ୮୦ ଦଶକରେ ଷ୍ଟକହୋମଠାରେ ପୃଥିବୀର ଅନେକ ଦେଶ ଏ ସମସ୍ୟା ଉପରେ ଗୁରୁତ୍ୱ ଆରୋପ କଲାପରେ କେନ୍ଦ୍ର ସରକାର ଏହାର ଗୁରୁତ୍ୱ ଉପଲବ୍ ଧି କରି ପରିବେଶ ସୁରକ୍ଷାର ଦାୟିତ୍ୱ ପାଇଁ ଜଣେ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇ ଏକ ମନ୍ତ୍ରଣାଳୟ ମଧ୍ୟ ଖୋଲିଛନ୍ତି, ପରିବେଶ ସୁରକ୍ଷା ପାଇଁ ବିଶେଷତଃ ନଦୀଜଳ ଓ ବାୟୁ ମଣ୍ଡଳର ପ୍ରଦୁଷଣର ନିରୋଧ ପାଇଁ କେନ୍ଦ୍ର ସରକାର ଆଇନ ମଧ୍ୟ ପ୍ରଣୟନ କରିଛନ୍ତି, ଗଙ୍ଗାନଦୀ ଜଳକୁ ଶୁଦ୍ଧ ରଖିବା ପାଇଁ ସରକାର ବଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି, ପ୍ରତିବର୍ଷ ଜୁନ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପୃଥିବୀର ପ୍ରାୟ ସର୍ବତ୍ର ପାଳିତ ହେଉଛି ତଥାପି ମଣିଷ ତାର ସୁଖ ସୁବିଧା ପାଇଁ ପ୍ରକୃତି ଉପରେ ତାର ଅତ୍ୟାଚାର ଜାରି ରଖିଛି, ଫଳରେ ବର୍ତ୍ତମାନ ପୃଥିବୀରେ ଋତୁ ପରିବର୍ତ୍ତନ ହେବାରେ ଲାଗିଲାଣି, ଖାଲି ଆମ ଦେଶ ଓ ରାଜ୍ୟ କାହିଁକି ସମଗ୍ର ପୃଥିବୀ ବର୍ତ୍ତମାନ ପ୍ରଦୁଷଣର କରାଳ ଗର୍ଭରେ, ସବୁଠି ଲୋକେ ବିଭିନ୍ନ ପ୍ରକାର ପ୍ରଦୁଷଣରେ କବଳିତ।

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ ସାଂସଦରେ ନମାମୀ ଗଙ୍ଗେ ଯୋଜନାରେ ମହାନଦୀର ସଫେଇ ହେବା, ମହାନଦୀକୁ ବି ଗଙ୍ଗାଭଳି ପ୍ରଦୁଷଣ ମୁକ୍ତ କରାଯିବ ବୋଲି କହିଥିଲେ, କିନ୍ତୁ କଥା ହେଉଛି ଓଡିଶାରେ କେବଳ ଯେ, ମହାନଦୀ ପ୍ରଦୁଷିତ ତାହା ନୁହେଁ, ରାଜ୍ୟରେ ଅନ୍ୟ ୧୬ ଗୋଟି ନଦୀର ପାଣି ବି ବ୍ୟବହାର ଉପଯୋଗୀ ନୁହେଁ ଏଥିରେ ମହାନଦୀର ସମସ୍ତ ଶାଖାନଦୀ, ଉପନଦୀ ସମେତ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ଖରସ୍ରୋତା, ଭଳି ନଦୀ ରହିଥିବା କଥା ଓଡିଶା ଜଳ ଯୋଗାଣ ଏବଂ ସ୍ୱେରେଜ ରିପୋର୍ଟ କହୁଛି, ସ୍ୱେରେଜ ବୋର୍ଡ ବର୍ଜ୍ୟଜଳ ପରିଚାଳନା କରିବା ଏବଂ ବିଶୋଧନ କରିବା ପାଇଁ ଗଠିତ ହୋଇଛି ହେଲେ ଲୋକଙ୍କ ମଧ୍ୟରେ ଆଲୋଚନା ଯେ, ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ବି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହୋଇ ପାରି ନଥିବାରୁ ସାରା ରାଜ୍ୟର ସହରାଞ୍ଚଳର ବର୍ଜ୍ୟ ଜଳ ନଦୀରେ ମିଶୁଛି, ଏବେ ନିକଟରେ କଟକ ସହରର ବର୍ଜ୍ୟଜଳ ବିଶୋଧିତ ନହୋଇ ଖାନନଗର ଠାରେ କାଠ ଯୋଡିରେ ପଡୁଛି, ସେଠାରେ ଆଖପାଖର ଲୋକେ ଦୁର୍ଗନ୍ଧରେ ରହିପାରୁ ନାହାନ୍ତି ଓ ସେହି ପାଣି କାଠ ଯୋଡିରେ ମିଶିବା ଫଳରେ ନଦୀ ପାଶ୍ୱର୍ବର୍ତ୍ତୀ ଲୋକେ ସେ ପାଣିକୁ ବ୍ୟବହାର କରି ବିଭିନ୍ନ ପ୍ରକାର ମାରାତ୍ମକ ଚର୍ମରୋଗ ପେଟରୋଗ ଓ କୀଡ୍ ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ତୁରନ୍ତ ଏହାର ପ୍ରତିକାର ନ ହେବାରୁ ସେଠାକାର ବାସିନ୍ଦା ନ୍ୟାୟାଳୟର ଆଶ୍ରା ନେଇଛନ୍ତି, ଖାଲି କଟକ କାହିଁକି ବିଭିନ୍ନ ନଦୀର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ ନାନା ରୋଗରେ ଆକ୍ରାନ୍ତ ବିଶେଷ କରି କିଡ୍ ନୀ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଉଛନ୍ତି ସହରାଞ୍ଚଳର ବର୍ଜ୍ୟଜଳ ମୁଖ୍ୟତଃ ନଦୀ ଜଳରେ ମିଶିବା ଫଳରେ ଏ ସମସ୍ୟା ଦେଖାଯାଉଛି, ନଦୀ ପ୍ରଦୁଷଣର ଏହା ଏକ ମୁଖ୍ୟ କାରଣ, ବହୁ ଅଞ୍ଚଳରେ ବିଶେଷ କରି ନଦୀ ନାଳ ପାଖା ପାଖି ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନ ଗୁଡିକର ବର୍ଜ୍ୟବସ୍ତୁ ଓ ରାସାୟନିକ ପଦାର୍ଥ ଯୁକ୍ତ ବର୍ଜ୍ୟ ପାଣି ଶୋଧିତ ନ ହୋଇ ସିଧା ନଦୀ ନାଳ ଗୁଡିକୁ ଛାଡିଦିଆ ହେଉଛି ଯେଉଁଠି ଶିଳ୍ପ ନାହିଁ ଘର ଓ ଜନବସତିରୁ ନିର୍ଗତ ନର୍ଦ୍ଦମା ଜଳ ନଦୀ ନାଳକୁ ଯାଉଛି, ସ୍ଥିତି ଏମିତି ହୋଇଛି ଯେ ରାଜ୍ୟର ସବୁ ନଦୀରେ ଜହର ବହୁଛି, କାଛୁ, କୁଣ୍ଡିଆ, ନାନାଦି ଚର୍ମ ରୋଗ ଏପରିକି ଚର୍ମ କର୍କଟ ରୋଗକୁ ମଧ୍ୟ ଏଡାଇ ଦିଆଯାଇ ନପାରେ, ବିନା ବିଶୋଧନରେ ବ୍ୟବହାର କରିବା ଦ୍ୱାରା ଡାଏରିଆ, ଝାଡାବାନ୍ତି, ନାଳରକ୍ତ, କିଡନୀ, ଲିଭର ରୋଗ ସଂକ୍ରମିତ ହେବାର ଆଶଙ୍କା ରହିଛି। ଆଠଗଡ ଡିଗିରିଆ, ନରସିଂହପୁର ଆଦି ଅଞ୍ଚଳର ନଇ କୂଳିଆ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରିଲେଣି ମହାନଦୀର ପାଣିରେ କଟକ ଜିଲ୍ଲାରୁ ସମ୍ବଲପୁର ଯାଏ ଏ ରୋଗ ବ୍ୟାପିଲାଣି ସବୁଠାରୁ ବଡ କଥା ଏ ନଦୀରେ ବଢୁଥିବା ମାଛକୁ ଖାଇଲେ ମଧ୍ୟ ତା ପ୍ରଭାବରେ ଅଜଣା ରୋଗ ସବୁ ବ୍ୟାପୁଛି, ସାରା ରାଜ୍ୟର ନଦୀ, ଶାଖାନଦୀ, ଉପନଦୀ, ନାଳ, କେନାଲରେ ନୀଳ ଜହର ପ୍ରଭାବିତ ହେଲାଣି ବୋଲି ଲୋକେ ଆଲୋଚନା କଲେଣି।

ଓଡିଶା ଜଳ ଯୋଗାଣ ଓ ସ୍ୱେରେଜ୍ ବୋର୍ଡ ତାର ରିପୋର୍ଟରେ କହୁଛି, ରାଜ୍ୟରେ ମହାନଦୀ ରୁ ଆରମ୍ଭ କରି ତାର ସବୁ ଶାଖା, ଉପନଦୀ, ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା ପର୍ଯ୍ୟନ୍ତ ସବୁ ନଦୀରେ ନୀଳ ଜହର ବହୁଛି। ଖୋଦ ରାଜଧାନୀରେ ଗଙ୍ଗୁଆ ନଦୀ ଅତି ମାତ୍ରାରେ ପ୍ରଦୁଷିତ ହୋଇ ସେ ନଦୀପାଣି ପୁରା ବିଷାକ୍ତ ପାଲଟିଛି ଗଙ୍ଗୁଆ ସାଥିକୁ ଦୟା, କୁଆଖାଇ, ଭାର୍ଗବୀ ଆଦି ନଦୀର ବନ୍ୟାଜଳ ବି ବିଷାକ୍ତ ହୋଇ ପଡିଛି କିନ୍ତୁ କଥା ହେଉଛି ଓଡିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ ଏ ସବୁ ନଦୀର ପାଣି ପ୍ରଦୁଷଣର ମାତ୍ରାଠାରୁ ଉର୍ଦ୍ଧରେ ଅଛି କିନ୍ତୁ ଏ ସବୁ ନଦୀର ପାଣିକୁ ବ୍ୟବହାର କରିବା ପାଇଁ କେଉଁଠାରେ ବାରଣ କରାଯାଇ ନାହିଁ ରିପୋର୍ଟ ଅନୁଯାୟୀ ମହାନଦୀ ସମୁଦ୍ରର ଜେତେ ନିକଟତର ହେଉଛି, ସେଠାରେ ପାଣି ସେତେ ବିଷାକ୍ତ ବା ଜହର ପାଲଟୁଛି ଉପକୂଳ ଓଡିଶାର ସବୁନଦୀ ପ୍ରଦୁଷିତ ପ୍ରାୟ ବ୍ୟବହାର ଉପଯୋଗୀ ନୁହେଁ ନିକଟରେ ମହାନଦୀ ଓ ଏହାର ଶାଖା ଉପଶାଖା ନଦୀ ୨୭ଟିର ୫୫ ଯାଗାରେ ପାଣିର ମାନକୁ ପରୀକ୍ଷା କରାଯାଇଥିଲା ହେଲେ ୩୩ ଟି ଯାଗାରେ ପାଣି ପିଇବା ଯୋଗ୍ୟ ନଥିବା ଜଣାପଡିଲା ବାକି ୧୬ ଟି ନଦୀର ୪୧ ଗୋଟି ସ୍ଥାନରେ ପାଣିର ମାନ ମପା ଯାଇଥିଲା ତେବେ ଏଥିରୁ ୨୬ ଟି ସ୍ଥାନରେ ପାଣି ପିଇବା ଯୋଗ୍ୟ କି ବ୍ୟବହାର ଉପଯୋଗୀ ନୁହେଁ ବୋଲି ଜଣାପଡିଲା। ରାଜ୍ୟ ପ୍ରଦୁଷଣ ବୋର୍ଡର ସୂଚନା ମୁତାବକ ଓଡିଶେଜେତେ ଯେତେ ନଦୀ ପ୍ରବାହିତ ହେଉଛି ସବୁ ସି କ୍ୟାଟୋଗରୀର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର କହିବା କଥା କି ଆମ ରାଜ୍ୟରେ ବହିଥିବା ନଦୀରେ ପିଏଚ୍ ଭାଲ୍ୟୁ ୬.୫ ରୁ ୮.୫ ରହିବା ଦରକାର ସେହିପରି ଦ୍ରବିଭୁତ ଅମ୍ଳଜାନ ପରିମାଣ ପ୍ରତି ଏକ ଲିଟର ପାଣିରେ ୪ ମିଲିଗ୍ରାମ ବା ଏହାଠାରୁ ଅଧିକ ରହିବା ଦରକାର, ବିଓଡି ( ବାଇଲୋଜିକାଲ ଅକ୍ସିଜେନ ଡିମାଣ୍ଡ ) ୩ କିମ୍ବା କମ ଟିସି କଲିଫର୍ମ ବ୍ୟାକ୍ଟେରିଆ ୫୦୦୦ ରୁ କମ ରହିବା ଦରକାର କିନ୍ତୁ ବିଓଡିଓଟିସି ସବୁନଦୀରେ ସ୍ୱାଭାବିକ ଠାରୁ ଅଧିକ ରହଛି, ଏହାର ନୀରାକରଣ ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରିବା ଦରକାର ! ରାଜ୍ୟ ସରକାର କେଉଁଠାରେ ଏ ପ୍ରଦୁଷିତ ଅଞ୍ଚଳରେ ନଦୀ ଜଳକୁ ବିଶୋଧିତ କରିବା ପାଇଁ ଆବଶ୍ୟକ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରୁନାହାନ୍ତି, ସରକାର ବିଭିନ୍ନ କଳ କାରଖାନା, ଖଣିଜ ଅଞ୍ଚଳରୁ ସିଏସଆର ବାବଦରେ ଅର୍ଥ ଆଦାୟ କରୁଥିଲେ ମଧ୍ୟ ଏ ଅର୍ଥରେ କେଉଁଠାରେ ହେଲେ ଔାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିନାହାନ୍ତି ଏ ସଂକ୍ରାନ୍ତରେ ବାରମ୍ବାର ରାଜ୍ୟ ବିଧାନ ସଭାରେ ନଦୀଜଳ ପ୍ରଦୁଷିତ ଉପରେ ଆଲୋଚନା ହେଲେ ମଧ୍ୟ ଏହାର ପ୍ରତିକାର ପାଇଁ ଉଦ୍ୟମ ହେଉନାହିଁ, ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ବଡବଡିଆ ପଦସ୍ଥ ସରକାରୀ ଓ ବେସରକାରୀ ପଦସ୍ଥ ଓ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ନିଜଘରେ ଫିଲଟର ଆକୁଓାଗାର୍ଡ ଓ ମିନେରାଲ ପାଣି ବ୍ୟବହାର କଲେ ମଧ୍ୟ ସାଧାରଣ ଭୋଟର ଏ ନଦୀ ପାଣି ଉପରେ ନିର୍ଭରଶୀଳ, କୋଟି କୋଟି ଓଡିଆଙ୍କ ଜୀବନ ରେଖା କୁହାଯାଉଥିବା ନଦୀ ଏବେ ମୃତ୍ୟୁର ଦୂତ ପାଲଟିଛି।

କେଉଁ ନଦୀ କେଉଁଠାରେ ଅଧିକ ପ୍ରଦୁଷିତ ହୋଇଛି ତାର ହିସାବ ନେଲେ ଜଣାଯାଏ ଯେ, ମହାନଦୀ, ବେସିନର ଈବନଦୀ ଝାରସୁଗୁଡାରେ ଅଧିକ ପ୍ରଦୁଷିତ ହୋଇଥିବା ବେଳେ, ମହାନଦୀ ସମ୍ବଲପୁରର ଉପରମୁଣ୍ଡ ଓ ତଳ ମୁଣ୍ଡ ହୁମା, କଟକର ତଳମୁଣ୍ଡ, କାଠଯୋଡି କଟକର ତଳମୁଣ୍ଡ, ମତଗଜପୁର, କାମଶାସନ, ସେରୁଆ ନଦୀ ସାନକ୍ଷେତ୍ରସାରେ କୁଆଖାଇ, ଭୁବନେଶ୍ୱରର ଉପର ଓ ତଳ ମୁଣ୍ଡରେ ଏବଂ ଦୟା ନଦୀ ସଂପୂର୍ଣ୍ଣ ପ୍ରଦୁଷିତ ତାଲିକାରେ ରହିଛି, ଗଙ୍ଗୁଆ ନାଳ ଭଳି ବିରୂପା, କୁଶଭଦ୍ରା, ଭାର୍ଗବୀ, ମଙ୍ଗଳା, ଗୋବରୀ, କୁସୁମୀ, କଂସାରୀ, ସବୁଳିଆ, ବଡଶଙ୍ଖ, ଲୁଣା, ରତ୍ନଚିରା, ସଂପୂର୍ଣ୍ଣ ପ୍ରଦୁଷିତ, ସେହିପରି ମହାନଦୀ ଛଡା ଯେଉଁ ଅନ୍ୟ ମୁଖ୍ୟ ନଦୀ, ଶାଖାନଦୀ, ସଂପୂର୍ଣ୍ଣ ପ୍ରଦୁଷିତ ସେଗୁଡିକ ହେଲା, ଶଙ୍ଖ, କୋଏଲ, ଋଷିକୂଲ୍ୟା, ପ୍ରମୁଖ, ବ୍ରାହ୍ମଣୀ, ତାଳଚେର, କବାଟବନ୍ଧ, ଭୁବନକୁ ଛାଡିଦେଲେ ସବୁଠି ପ୍ରଦୁଷିତ ନନ୍ଦିରାର ତଳମୁଣ୍ଡ, ଖରସ୍ରୋତା, ବିଞ୍ଜାରପୁରରେ ଦୂଷିତ, ଗୁରାଡିନାଳ ନଦୀ, ବଡଝୋରନାଳ, ବାଙ୍ଗୁରୁନାଳ, ବଙ୍ଗରୁ ସିଙ୍ଗଡାଝୋର, ଜରୋନଦୀ ବଡବିଲରେ ପୁରା ପ୍ରଦୁଷିତ ବୋଲି ଜଳ ଯୋଗାଣ ଏବଂ ସ୍ୱେରେଜ ବୋର୍ଡ କହୁଛି, ଆଗକୁ ପ୍ରଦୁଷଣର ପ୍ରଭାବରେ ଋତୁ ପରିବର୍ତ୍ତନ ଘଟି ଏକ ଭୟଙ୍କର ପରିବର୍ତ୍ତନର ସୂଚନା ମିଳୁଛି, ଏପରିକି ଭବିଷ୍ୟତରେ ଜଳ ସଂକଟର ଆଭାସ ପାଇ ପ୍ରଧାନମନ୍ତ୍ରୀ ମଧ୍ୟ ବର୍ଷା ଜଳକୁ ସାଇତି ରଖିବା ପାଇଁ ଈଙ୍ଗିତ କଲେଣି, ବିଭିନ୍ନ ରାଜ୍ୟ ମଧ୍ୟରେ ନଦୀ ଜଳକୁ ଭାଗ ବଣ୍ଟା ନେଇ ବିବାଦ ଦେଖା ଦେଲାଣି। ନଦୀ ଜଳ ସଂକଟ ସାଥିକୁ ଏ ପ୍ରଦୁଷଣ ପୁରାପରି ମାନବ ସମାଜକୁ ଧ୍ୱଂସ ମୁଖକୁ ଠେଲି ଦେବ ତେଣୁ ଯେତିକି ନଦୀରେ ଜଳ ବର୍ତ୍ତମାନ ପ୍ରବାହ ହେଉଛି ତାହାକୁ ସମଗ୍ର ମାନବ ସମାଜ ଓ ଜୀବ ଜଗତ ବ୍ୟବହାର କରୁଛି ତାକୁ ଅନ୍ତତଃ ସ୍ୱଚ୍ଛ ଓ ନିର୍ମଳ ରଖାଯାଉ ଏ ସବୁ ବିପତ୍ତି ଓ ଦୁର୍ବିପାକ ପାଇଁ ଆମେ ମାନବ ସମାଜ ନିଜେ ଦାୟୀ।ବିଳମ୍ବରେ ହେଲେ ମଧ୍ୟ ଏବେଠାରୁ ଏହାର ପ୍ରତିକାର ଚିନ୍ତା ହେଉ।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top