Home ଓଡ଼ିଶା ଆନ୍ଧ୍ରର ଅମରାବତୀଠାରେ ଆୟୋଜିତ ଏନ୍ .ୟୁ.ଜେ.(ଆଇ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସାମ୍ବାଦିକ ସୁରକ୍ଷା ଆଇନ, ପେନସନ୍,...

ଆନ୍ଧ୍ରର ଅମରାବତୀଠାରେ ଆୟୋଜିତ ଏନ୍ .ୟୁ.ଜେ.(ଆଇ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସାମ୍ବାଦିକ ସୁରକ୍ଷା ଆଇନ, ପେନସନ୍, ସ୍ୱାସ୍ଥ୍ୟବୀମା ଓ ନୂତନ ମଜୁରୀ ବୋର୍ଡ ଗଠନ ଉପରେ ପ୍ରସ୍ତାବ ଗୃହୀତ।

141

ଜଗତସିଂହପୁର: ୭/୮(ଓଡିଆ ପୁଅ / ନୃସିଂହ ଚରଣ ବାରିକ) – ଏନ୍ .ୟୁ.ଜେ.(ଆଇ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆନ୍ଧ୍ରପ୍ରଦେଶର ବିଜୟୱାଡା ଅନ୍ତର୍ଗତ ଅମରାବତୀଠାରେ ଚଳିତ ମାସ ୩ ଓ ୪ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏନ୍ .ୟୁ.ଜେ.(ଆଇ)ର ଓଡିଶା ସଭାପତି ରବି ରଥ, ସମ୍ପାଦକ ଚିତ୍ତରଞ୍ଜନ ସ୍ୱାଇଁ, ଜଗତସିଂହପୁର ଜିଲ୍ଲାର ସାଧାରଣ ସମ୍ପାଦକ ନୃସିଂହ ଚରଣ ବାରିକ, ଝାରସୁଗୁଡାର ଜୟକୃଷ୍ଣ ମହାପାତ୍ର, ସମ୍ବଲପୁରର ଗଜେନ୍ଦ୍ର ମହାନ୍ତି ପ୍ରମୁଖ ଏହି ବୈଠକରେ ଯୋଗଦାନ କରି ନିଜ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଷ୍ଟ୍ରୀୟ ନେତାଙ୍କୁ ଅବଗତ କରାଇଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମନୋଜ ମିଶ୍ର, ମହାସଚିବ ସୁରେଶ ଶର୍ମା କୋଷାଧ୍ୟକ୍ଷ ହେମନ୍ତ ବିଷ୍ନୋଇ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗନା ରାଜ୍ୟର ଏନ୍ .ୟୁ.ଜେ. ସଂଯୋଜକ ଉପୋଳା ଲକ୍ଷ୍ମଣ, ପଞ୍ଜାବର ଅବତାର ସିଂ, ହିମାଚଳ ପ୍ରଦେଶର ବଲବିର ସିଂ, ଉତ୍ତରପ୍ରଦେଶର ରମେଶ ଜୈନ, ଚଣ୍ଡିଗଡର ସଞ୍ଜୟପାଣ୍ଡେ, ମଧ୍ୟପ୍ରଦେଶର ଅବସ୍ତିଜୀ ପ୍ରମୁଖ ବୈଠକରେ ଯୋଗଦେଇ କାର୍ଯ୍ୟରତ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଓ ବୃତ୍ତିଗତ ସୁରକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏହାର ନିରାକରଣ ଉପରେ କାର୍ଯ୍ୟକରିବା ଲାଗି ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ଦ୍ୱିତୀୟ ଦିନରେ ପ୍ରକାଶମ୍ ବ୍ୟାରେଜ ନିକଟସ୍ଥ କ୍ରଷ୍ଣାନଦୀ ଉପରେ ଏକ ଚଳମାନ ପାଣି ଜାହାଜରେ ଏନ୍ .ୟୁ.ଜେ.(ଆଇ)ର ଉଦ୍ ଯାପନି ବୈଠକ ଅନୁଷ୍ଠିତ ହୋଇଥିଲା। ଏନ୍ .ୟୁ.ଜେ.(ଆଇ) କେନ୍ଦ୍ରୀୟ କମିଟିର ସାଙ୍ଗଠନିକ ସୁଦୃଢତା, ଆର୍ଥିକ ସ୍ଥିତାବସ୍ତାରେ ଉନ୍ନତି ଓ ସାମ୍ବାଦିକମାନଙ୍କର ସର୍ବାଙ୍ଗୀନ ଉନ୍ନତି ଉପରେ ବିଚାର ବିମର୍ଶ କରାଯାଇ ସାମୁହିକ ପ୍ରଚେଷ୍ଠା ଜାରି ରଖିବାକୁ ଉପସ୍ଥିତ ସଭ୍ୟମାନଙ୍କୁ ପରାମର୍ଶ ଦିଆ ଯାଇଥିଲା। ସ୍ଥାନିୟ ଆୟୋଜକଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିଯିବା ପାଇଁ ଏକ ଶୀତତାପ ନିୟନ୍ତ୍ରିତ ବସର ବ୍ୟବସ୍ଥା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.