Home ଓଡ଼ିଶା ଆଦିବାସୀ ଯୁବକଙ୍କ ସଚ୍ଚୋଟତା:୭୫୦୦ ଟଙ୍କା ଥାଇ ଫେରାଇଲେ ପର୍ସ

ଆଦିବାସୀ ଯୁବକଙ୍କ ସଚ୍ଚୋଟତା:୭୫୦୦ ଟଙ୍କା ଥାଇ ଫେରାଇଲେ ପର୍ସ

722

ଭୁବନେଶ୍ୱର;୧୭,ଅକ୍ଟୋବର:କୁହାଯାଏ ଆଦିବାସୀ ମାନେ ସରଳ,ସଚ୍ଚୋଟ ଏବଂ ନିର୍ଭୀକ।ତାର ପ୍ରମାଣ ଦେଇଛନ୍ତି ରାୟଗଡ଼ା ଅଞ୍ଚଳର ଜଣେ ଆଦିବାସୀ ଯୁବକ।ଯୁବକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳର ଅଜବ ଜାଗାରାଙ୍ଗା।ଏଇ ଆଦିବାସୀ ଯୁବକ ନିଜର ସାଧୁତା ଓ ସଚ୍ଚୋଟତା ପାଇଁ ରାୟଗଡ଼ା ଏସ.ପି ରାହୁଲ ପି.ଆରଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହୋଇଛନ୍ତି।ଏସ.ପି. ରାୟଗଡ଼ା ଅଜବ ଜାଗାରାଙ୍ଗାଙ୍କୁ ଏକ ପ୍ରଶଂସାପତ୍ର ଏବଂ ନଗଦରାଶି ପୁରସ୍କାର ପ୍ରଦାନ କରିଛନ୍ତି।ଗତ ସେପ୍ଟେମ୍ବର ୪ ତାରିଖ ଦିନ ରାସ୍ତାକଡ଼ରେ ପଡ଼ିଥିବା ଏକ ମନିପର୍ସ ଯେଉଁଥିରେ କି ୭୫୦୦ଟଙ୍କା ନଗଦ ରାଶି ସମେତ ଜରୁରୀ କାଗଜପତ୍ର ପାଇବା ପରେ ଅଜବ ଜାଗାରାଙ୍ଗା ଚନ୍ଦ୍ରପୁର ଥାନାରେ ହସ୍ତାନ୍ତର କରିଥିଲେ।ତାଙ୍କର ଏପରି ସାଧୁତା ଓ ସଚ୍ଚୋଟତା ପାଇଁ ନିଜ ଅଞ୍ଚଳ ତଥା ବିଭିନ୍ନ ମହଲରୁ ସାଧୁବାଦ ପାଇବା ସଙ୍ଗେ ସଙ୍ଗେ ଆଜିକାଲି ଯୁବପିଢୀ ପାଇଁ ସେ ଏକ ବଳିଷ୍ଠ ଦୃଷ୍ଟାନ୍ତ ବୋଲି ଏସ.ପି. ରାୟଗଡ଼ା ଶ୍ରୀ ରାହୁଲ ପି.ଆର କହିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.