Home ଅନୁଗୁଳ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଗସ୍ତରେ ଜିଲ୍ଲା ଯୁବ ଜନତାଦଳ ସଭାପତି ଦିନେଶ ପ୍ରଧାନ

ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଗସ୍ତରେ ଜିଲ୍ଲା ଯୁବ ଜନତାଦଳ ସଭାପତି ଦିନେଶ ପ୍ରଧାନ

29

ଆଠମଲ୍ଲିକ,୧୪/୧୨(ଓଡ଼ିଆପୁଅ/ଜିତେନ୍ଦ୍ର ସାହୁ):ବିଜୁ ଯୁବ ଜନତା ଦଳକୁ ମଜଭୁତ କରିବା ପାଇଁ ବିଭିନ୍ନ ଅଂଚଳ ପରିଦର୍ଶନ କରୁଛନ୍ତି ଅନୁଗୋଳ ଜିଲ୍ଲା ଯୁବ ସଭାପତି ଦିନେଶ୍ ପ୍ରଧାନlଏହି ପରିପ୍ରେକ୍ଷୀରେ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ସହ ଶ୍ରୀ ପ୍ରଧାନ ବିଭିନ୍ନ ଅଂଚଳ ପରିଦର୍ଶନ କରି ନାକଚି ବଙ୍ଗଳାଠାରେ ନୂତନ ଭାବେ ଜିଲ୍ଲା କମିଟିରେ ସ୍ଥାନ ପାଇଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଆଶିର୍ବାଦ ଏବଂ ଜିଲ୍ଲା ଯୁବ ସଭାପତି ଦିନେଶ୍ ପ୍ରଧାନଙ୍କ ଭଲ ପାଇବାରୁ ଜିଲ୍ଲା କମିଟିରେ ଆମକୁ ସ୍ଥାନ ମିଳିଛି ବୋଲି ନୂତନ କର୍ମକର୍ତ୍ତାମାନେ ମତ ରଖିବାସହ ଫୁଲଗୁଛ ଓ ଉତରିୟ ଦେଇ ସମ୍ମାନିତ କରିଥିଲେ l ଏହି ସଭା ନୂତନ ଭାବେ ଜିଲ୍ଲା କମିଟିରେ ସ୍ଥାନ ପାଇଥିବା ଅନୁଗୋଳ ଜିଲ୍ଲା ଉପ ସଭାପତି ଜିତେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ l କିଶୋର ନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ,ଆଠମଲ୍ଲିକ ବିଧାୟକଙ୍କ ଆଠମଲ୍ଲିକ ବ୍ଲକ ପ୍ରତିନିଧି ଖିରୋଦ ବଘାର,କିଶୋର ନଗର ବ୍ଲକ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ,ଆଠମଲ୍ଲିକ ବ୍ଲକ ସଭାପତି ବୃନ୍ଦାବନ ପ୍ରଧାନ,ଜିଲ୍ଲା ସାଧାରଣ ସଂପାଦକ ତାପସ ସାହୁ,ତିମିର୍ ନାଏକ, କାଳନ୍ଦୀ ଚରଣ ପ୍ରଧାନ,ଜେନାମଣି ପ୍ରଧାନ,ସେକ୍ରେଟାରୀ ଭାବେ ମନୋନୀତ ହୋଇଥିବା,ବିଶୂଜିତ ପ୍ରଧାନ,ପୁରନ୍ଦର ମହାକୁଡ଼,ସମିର ରଂଜନ ପଣ୍ଡା,ସୁସାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.