Home ଆମ ପର୍ବ ପର୍ବାଣୀ ଆଜିଠୁ ଆରମ୍ଭ ଜ୍ୟେଷ୍ଠ ମାସ; ପଡ଼ିବ ଏହି ସବୁ ପର୍ବପର୍ବାଣୀ ..

ଆଜିଠୁ ଆରମ୍ଭ ଜ୍ୟେଷ୍ଠ ମାସ; ପଡ଼ିବ ଏହି ସବୁ ପର୍ବପର୍ବାଣୀ ..

850

ଭୁବନେଶ୍ୱର: ଜ୍ୟେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ର ମାସକୁ ‘ଜ୍ୟୈଷ୍ଠ’ ବା ‘ଜ୍ୟେଷ୍ଠ’ ମାସ କୁହାଯାଏ। ଏହା ବୈଶାଖର ପରବର୍ତ୍ତୀ ଓ ଆଷାଢ଼ର ପୂର୍ବବର୍ତ୍ତୀ ମାସ। ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବୈଶାଖ ହେଲା ଗ୍ରୀଷ୍ମ ଋତୁ। ଜ୍ୟେଷ୍ଠ ମାସ ଗ୍ରୀଷ୍ମ ଋତୁର ଶେଷ ମାସ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଜ୍ୟେଷ୍ଠ ମାସ ହେଉଛି ବର୍ଷର ତୃତୀୟ ମାସ। ଜ୍ୟେଷ୍ଠ ମାସରେ ସୂର୍ଯ୍ୟଦେବ ତାଙ୍କ ରୁଦ୍ର ରୂପରେ ରୁହନ୍ତି। ଏହି ସମୟ ମଧ୍ୟରେ ଗରମ ପବନ ପ୍ରବାହିତ ହୋଇଥାଏ ଏବଂ ଉତ୍ତାପ ବୃଦ୍ଧି ପାଇଥାଏ। ଏହି ମାସରେ ଜଳର ଗୁରୁତ୍ୱ ଅଧିକ। ଜଳ ଦ୍ରୁତ ଗତିରେ ବାଷ୍ପୀଭୂତ ହୋଇଥାଏ। ଯେଉଁଥିପାଇଁ ନଦୀ, ପୋଖରୀ ଏବଂ କୂଅ ଗୁଡ଼ିକ ଶୁଖିଯାଏ। ହିନ୍ଦୁ ସଭ୍ୟତାରେ ଏହି ମାସରେ ଜଳ ସଂରକ୍ଷଣ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଜ୍ୟେଷ୍ଠ ମାସରେ ଅଧିକ ମାତ୍ରାରେ ପାଣି ପିଇବା ଏବଂ ଜଳଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଇଂରାଜୀ କ୍ୟାଲେଣ୍ଡର ୨୦୨୦ ଅନୁଯାୟୀ, ଜ୍ୟେଷ୍ଠ ମାସ ମେ ୮ ତାରିଖରୁ ଆରମ୍ଭ ହୋଇ ଜୁନ୍ ୬ ତାରିଖରେ ଶେଷ ହେବ।

ଜ୍ୟେଷ୍ଠ ମାସର ପର୍ବପର୍ବାଣୀ –
ମେ’ ୮ ତାରିଖ ବୈଷ୍ଣବ କୃଷ୍ଣ ପ୍ରତିପଦା ତିଥିରେ ଦେବଶ୍ରୀ ନାରଦ ଜୟନ୍ତୀ, ମେ’ ୧୪ ତାରିଖରେ ବୃଷ ସଂକ୍ରାନ୍ତି, ମେ’ ୧୮ ତାରିଖ ଜ୍ୟେଷ୍ଠ କୃଷ୍ଣ ଏକାଦଶୀରେ ଆପାରା ଏକାଦଶୀ ବା ଆଚାଲା ଏକାଦଶୀ, ମେ’ ୨୨ ତାରିଖ ଜ୍ୟେଷ୍ଠ ଅମାବାସ୍ୟାରେ ଶନିଦେବଙ୍କ ଜୟନ୍ତୀ, ଏବଂ ସାବିତ୍ରୀ ଅମାବାସ୍ୟା, ମେ ୨୭ – ୨୮ ତାରିଖରେ ଶିବ ପାର୍ବତୀ ବିବାହ ଏବଂ ଶୀତଳ ଷଷ୍ଠୀ, ମେ’ ୩୧ ତାରିଖ ଜ୍ୟେଷ୍ଠ ଶୁକ୍ଳ ନବମୀ ତିଥିରେ ମହେଶ ଜୟନ୍ତୀ, ଜୁନ ୨ ତାରିଖ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଗାୟତ୍ରୀ ଜୟନ୍ତୀ ଏବଂ ନିର୍ଜଳା ଏକାଦଶୀ ଏବଂ ଶେଷରେ ଜୁନ ୫ ତାରିଖ ପୂର୍ଣ୍ଣମୀ ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଆଦି ପୂଜା ପର୍ବାଣୀ ରହିଛି। -ଦେବଦତ୍ତ ରଥ

ଶୁଭ ସକାଳ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.