Home ଓଡ଼ିଶା ଅସଦାଚରଣ କରିବା ପଡିଲା ମହଙ୍ଗା, ଗିରଫ ହେଲେ ଫାର୍ମାସିଷ୍ଟ

ଅସଦାଚରଣ କରିବା ପଡିଲା ମହଙ୍ଗା, ଗିରଫ ହେଲେ ଫାର୍ମାସିଷ୍ଟ

700

ଭଦ୍ରକ,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ମହଙ୍ଗା ପଡିଲା ପ୍ରସୂୂୂୂତୀ ଙ୍କୁ ଅସଦାଚରଣ କରିବା । ଅସଦାଚରଣ କରି ଶେଷରେ ଗିରଫ ହୋଇଛନ୍ତି ଫାର୍ମାସିଷ୍ଟ । ଜଣେ ପ୍ରସୂତୀଙ୍କୁ ଫାର୍ମାସିଷ୍ଟ ବଳାତ୍କାର ଉଦ୍ୟମ କରିଥିବା ସଂଙ୍ଗୀନ ଅଭିଯୋଗ ହୋଇଛି । ମିଳିଥିବାସୂଚନା ଅନୁଯାୟୀ, ପାଢୀ ହେଲଥ୍ କେୟାରରେ ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅନ୍ତର୍ଗତ କରାଣ୍ଡିପୁର ଗ୍ରାମର ଜନୈକ ପ୍ରସୂତୀ ୧୭ ତାରିଖ ଦିନ ପ୍ରସବ ପାଇଁ ମେଡିକାଲରେ ଆଡ଼ମିଟ୍ ହୋଇଥିଲେ । ୧୮ ତାରିଖ ଦିନ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

ତେବେ ୨୨ତାରିଖ ବିଳମ୍ବିତ ରାତି ରେ ସେଠାରେ କାର୍ଯ୍ୟରତ ଫାର୍ମାସିଷ୍ଟ ମନୋଜ କୁମାର ସାହୁ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ । ଏନେଇ ପରିବାର ଲୋକେ ପାଢୀ ହେଲଥ୍ କେୟାରର କତୃପକ୍ଷଙ୍କୁ ଜଣାଇଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ, ପୀଡିତାଙ୍କ ସ୍ଵାମୀ ଭଦ୍ରକ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.