Home ଓଡ଼ିଶା ଅଲ୍ ଓଡିଶା ବିପିୟୁଟି ଓ ଡିପ୍ଳୋମା ଷ୍ଟୁଡେଣ୍ଟ୍ସ ଅର୍ଗାନାଇଜେସନ୍ ର ପ୍ରସ୍ତୁତି ବୈଠକ

ଅଲ୍ ଓଡିଶା ବିପିୟୁଟି ଓ ଡିପ୍ଳୋମା ଷ୍ଟୁଡେଣ୍ଟ୍ସ ଅର୍ଗାନାଇଜେସନ୍ ର ପ୍ରସ୍ତୁତି ବୈଠକ

182

ଭଉବନେଶ୍ୱର ୨୩-୯ (ଓଡ଼ିଆ ପୁଅ) ଆଜି ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ୍ସ; ଅର୍ଗାନାଇଜେସନ୍ ଓ ଅଲ୍ ଓଡିଶା ଡିପ୍ଳୋମା ଷ୍ଟୁଡେଣ୍ଟ୍ସ; ଅର୍ଗାନାଇଜେସନ୍ ର ଭୁବନେଶ୍ୱର ସ୍ଥିତ କାର୍ଯାଳୟରେ ଆଗାମୀ ଦିନରେ ନୂତନ କର୍ମକର୍ତ୍ତା ଚୟନ କରିବା ସହ ବିପିୟୁଟି ଓ ଡିପ୍ଳୋମା ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବିକୁ କିପରି ଯଥାଶୀଘ୍ର ସମାଧାନ କରାଯିବ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିପିୟୁଟିର ଭୁବନେଶ୍ୱରରେ ସ୍ଥାୟୀ କ୍ୟାମ୍ପ ଅଫିସ୍, ପରୀକ୍ଷା ଫଳାଫଳ ଠିକ୍ ସମୟରେ ପ୍ରକାଶ ପାଇବା ଆଦି ଦାବି ଓ ଡିପ୍ଳୋମାର ସ୍ପେଶାଲ୍ ପରୀକ୍ଷା, ସ୍କିପ୍ ଆଦି ଦାବିକୁ ସମାଧାନ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଓ କୂଳପତିଙ୍କ ନିକଟରେ ଦାବିକୁ ତ୍ୱରାନ୍ୱିତ କରାଯିବ ବୋଲି ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ସଂଘର ପ୍ରତିଷ୍ଠାତା ତଥା ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ, ଉପଦେଷ୍ଟା ଦୁଷ୍ମନ୍ତ ପଟ୍ଟନାୟକ ଓ ଧ୍ରୃତି ରଞ୍ଜନ ମାର୍ଥା, ଉପପ୍ରତିଷ୍ଠାତା ତାରିଣୀ ପ୍ରସାଦ ନାୟକ ଓ ରଶ୍ମିରଞ୍ଜନ ଦାସ, ଏଓବିଏସ୍ଓ ର ମୁଖ୍ୟ ସଂଗଠକ ଦୀପ୍ତେନ୍ଦୁ ଚୈାଧୁରୀ, ଏଓଡିଏସ୍ଓର ମୁଖ୍ୟ ସଂଗଠକ ଅନନ୍ତ ନାରାୟଣ ଜେନା, ଏଓବିଏସ୍ଓର ସଭାପତି ରାଜେଶ କୁମାର ନାୟକ, ଅଶ୍ୱନୀ ପାଢୀ, ପବନ ସ୍ୱାଇଁ, ସୁଧାଂଶୁ ସାହୁ, ଅନିଶା ପ୍ରଧାନ, ଈତିସ୍ମିତା ପରିଡା, ସନ୍ଦିପ୍ ସ୍ୱାଇଁ, ଟୁବୁ ଧଳ, ଅତୁଲ୍, ସ୍ମୃତି ଆଦି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.