Home ଓଡ଼ିଶା ଅବ୍ୟବସ୍ଥା ଘେରରେ ବାଲିଗୁଡ଼ା ଷ୍ଟେଟବ୍ୟାଙ୍କ : ବାରମ୍ବାର ଇଣ୍ଟରନେଟ୍ ସେବା ଅଚଳ ଗ୍ରାହକ ହନ୍ତସନ୍ତ :...

ଅବ୍ୟବସ୍ଥା ଘେରରେ ବାଲିଗୁଡ଼ା ଷ୍ଟେଟବ୍ୟାଙ୍କ : ବାରମ୍ବାର ଇଣ୍ଟରନେଟ୍ ସେବା ଅଚଳ ଗ୍ରାହକ ହନ୍ତସନ୍ତ : ଆନ୍ଦୋଳନ ପାଇଁ ଚେତାବନୀ

143

ବାଲିଗୁଡ଼ା ୧୪/୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ମୁଖ୍ୟ ତଥା ବୃହତ୍ତମ ଉପଖଣ୍ଡ ବାଲିଗୁଡ଼ା ଟାଉନ୍ୋର ଥିବା ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପ୍ଖଚ୍ଛ ପଦାଧିକାରୀ ତଥା କର୍ମଚାରୀମାନଙ୍କର ସାଧାରଣ ଲୋକଙ୍କ ପ୍ରତି ବେପରୁଆ ମନୋଭାବ ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଲକ୍ଷ୍ୟ ହାସଲ କରିପାରୁନାହିଁ। ସଂପ୍ରତି କେନ୍ଦ୍ର ସରକାରଙ୍କ ଜନଧନ ଯୋଜନାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବ୍ୟାଙ୍କରେ ଖାତା ଖୋଲିବା କାଠିକର ପାଠ ହୋଇପଡ଼ିଛି। ବିଭିନ୍ନ ପ୍ରକାର ଆଳ ଦେଖାଇ ପଦାଧିକାରୀ ତଥା କର୍ମଚାରୀମାନେ ଲୋକଙ୍କୁ ବାରମ୍ବାର ଫେରାଉଥିବା ବିଷୟ ବ୍ୟାଙ୍କର ଜନୈକ ଗ୍ରାହକ ପ୍ରଶାନ୍ତ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି। ଏପରିକି ସାଧାରଣ ଭାବେ ଷ୍ଟେଟବ୍ୟାଙ୍କରେ ଜମା ଖାତାଟିଏ ଖୋଲିବା ଅନେକଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିଛି। କେବଳ ଏତିକି ନୁହେଁ, ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକୁ ମଧ୍ୟ ଏହି ଷ୍ଟେଟବ୍ୟାଙ୍କ କତ୍ତୃପକ୍ଷ ଠିକ୍ଭାବରେ କାର୍ଯ୍ୟକାରୀ କରୁନଥିବା ନେଇ ଜନୈକ ସରକାରୀ କର୍ମଚାରୀ ନାମ ଗୋପନ ରଖି ଅଭିଯୋଗ କରିଛନ୍ତି। ସବୁଠାରୁ ଦୁର୍ଭାଗ୍ୟର କଥା ହେଲା ଯେ ଏଲ୍.ପି.ଜି ଉପରେ ସରକାର ଦେଉଥିବା ସବ୍ସିଡ଼ିକୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାର ବ୍ୟବସ୍ଥା ହୋଇଥିବାରୁ ଏଥିପାଇଁ ହିତାଧିକାରୀମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ନିଜର ଏଲ୍.ପି.ଜି. ଡିଲର ଓ ବ୍ୟାଙ୍କରେ ଦାଖଲ କରିଥିବା ଏହି ଷ୍ଟେଟବ୍ୟାଙ୍କର ବିଭିନ୍ନ ଆକାଉଣ୍ଟରେ ଏହି ଫର୍ମ ଗ୍ରହଣ କରୁ ନଥିବାର ବିଷୟ ସାମସନ ଦିଗାଳ ସମେତ ବିଭିନ୍ନ ହିତାଧିକାରୀ ଅଭିଯେ୍ଧଜ୍ଞ କରିଛନ୍ତି। ଏହି ଷ୍ଟେଟବ୍ୟାଙ୍କ ମଧ୍ୟରେ ବିଭିନ୍ନ ଏକାଉଣ୍ଟ ନିମନ୍ତେ ଭିନ୍ନ ଭିନ୍ନ କାଉଁଣ୍ଟର ଖୋଲିବାର ନିୟମ ରହିଥିଲେ ହେଁ ସ୍ଥାନୀୟ ଷ୍ଟେଟବ୍ୟାଙ୍କ କତ୍ତୃପକ୍ଷଙ୍କ ମନମୁଖୀ ଶାସନ ତଥା କର୍ମଚାରୀ ଅଭାବ ଏବଂ ବାରମ୍ବାର ଇଣ୍ଟରନେଟ୍ ସେବା ଅଚଳ ହେଉଥିବା ଯୋଗୁଁ ଗ୍ରାହକମାନେ ଲମ୍ବାଧାଡ଼ି କରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି, ଶେଷରେ ବିରକ୍ତ ଭାବ ପ୍ରକାଶ କରି ନିରାଶରେ ଫେରିଯାଉଛନ୍ତି। ଏହି ଷ୍ଟେଟବ୍ୟାଙ୍କରେ କୋରବ୍ୟାଙ୍କି ସେବା ଆସିବା ପରଠାରୁ ଗୋଟିଏ କାଉଁଣ୍ଟରରେ ହିଁ ଟଙ୍କା ଆଦାନ ପ୍ରଦାନ, ବ୍ୟାଙ୍କ ଡ୍ରାପ୍ଟ ପ୍ରସ୍ତୁତ, ପାସ୍ବୁକ୍ରେ ଟଙ୍କା ଜମା ଓ ଉଠାଣ ସର୍ବୋପରି କୋର ବ୍ୟାଙ୍କି ମଧ୍ୟ ହୋଇଥାଏ। ଏହି ବ୍ୟାଙ୍କ କୁ ଦୈନିକ ହଜାର ହଜାର ଗ୍ରାହକ ଆଖପାଖ ଅଞ୍ଚଳରୁ ଆସିଥାନ୍ତି। ହେଲେ ସେହି ତୁଳନାରେ ଦକ୍ଷ ତଥା ଆବଶ୍ୟକ କର୍ମଚାରୀ ନାହାନ୍ତି। କୌଣସି କର୍ମଚାରୀ ଛୁଟିରେ ଗଲେ ସେହି କାଉଁଣ୍ଟରଟି ବନ୍ଦ ରହିଥାଏ। ଯାହାକି, ଗ୍ରାହକମାନଙ୍କର କାର୍ଯ୍ୟ ବିଳମ୍ବରେ ହେଉଛି। ଗ୍ରାମାଞ୍ଚଳରୁ ଆସିଥିବା ଗ୍ରାହକ ବ୍ୟାଙ୍କ କାମ ପାଇଁ ସକାଳୁ ଆସି ସନ୍ଧ୍ୟା ବେଳକୁ ଘରକୁ ଫେରିଥାନ୍ତି। ବ୍ୟାଙ୍କରେ ଭିନ୍ନକ୍ଷମ ତଥା ବୃଦ୍ଧ, ବୃଦ୍ଧାଙ୍କ ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା ହୋଇ ପାରିନଥିବାରୁ ଉକ୍ତ ମହଲରେ ନିନ୍ଦା କରାଯାଇଛି। ବ୍ୟାଙ୍କରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଓ ପାସ୍ବୁକ୍ ପ୍ରିଣ୍ଟ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଅଧିକାଂଶ ଦିନ ଅଚଳ ରହୁଛି। ଏହି ବ୍ୟାଙ୍କଟି ଏହି ଅଞ୍ଚଳ ନିମନ୍ତେ ପୁରାତନ ବ୍ୟାଙ୍କ ହୋଇଥିଲେ ମଧ୍ୟ ଏପରି ସବୁ ଅବ୍ୟବସ୍ଥା ଲାଗି ରହେ ତେବେ ବ୍ୟାଙ୍କର ବ୍ୟବସାୟ ଓ ସୁନାମ ପ୍ରତି ଆଞ୍ଚ ଆସିପାରେ ବୋଲି ବୁଦ୍ଧଜୀବି ମହଲରେ ଆଶଙ୍କା ପ୍ରକାଶ ପାଇଛି। ଏହି ବ୍ୟାଙ୍କରେ ଥିବା ଗ୍ରାହକ ସେବା କେନ୍ଦ୍ରର ଏକ ବୋର୍ଡ଼ ମରା ଯାଇଛି କିନ୍ତୁ ସେହି କାଉଁଣ୍ଟର ଅଧିକାଂଶ ସମୟ କର୍ମଚାରୀ ନଥାଆନ୍ତି ଏବଂ ଯେତେବେଳେ ଥିବେ ସେତେବେଳେ କୌଣସି ଗ୍ରାହକ କିଛି ସମସ୍ୟା ସମାଧାନ ପାଇଁ ପଚାରିଲେ ଉକ୍ତ ଗ୍ରାହକଙ୍କୁ ଖାମ୍ଖିଆଲି ଭାବେ ସଠିକ୍ ପ୍ରତ୍ୟୁତ୍ତର ନଦେଇ ଏଠାରେ କିଛି ହୋଇ ପାରିବ ନାହିଁ ବୋଲି ବ୍ୟାଙ୍କ କର୍ମଚାରୀମାନେ କହିଥାନ୍ତି ବୋଲି ବହୁ ଗ୍ରାହକ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଦେବାଶିଷ ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଯେ ଏସି କାମ କରୁଛି, କର୍ମଚାରୀ ଅଭାବ ଯୋଗୁଁ ସମସ୍ତ କାଉଣ୍ଟର ଖୋଲା ଯାଇପାରୁନାହିଁ ବୋଲି କହି କିଛି ସମସ୍ୟାକୁ ଘଣ୍ଟ ଘୋଡ଼ାଇ କଥାକୁ ଏଡ଼ାଇ ଦେଇଥିଲେ। ବ୍ୟାଙ୍କ ଆଧୁନିକିକରଣ ହୋଇଥିଲେ ମଧ୍ୟ ବୈଷୟିକ ଜ୍ଞାନ କୌଶଳ ଅଭାବ ଯୋଗୁଁ ଗ୍ରାହକମାନଙ୍କୁ ଉଚିତ୍ ସେବା ଯୋଗାଇବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ବିଷୟ ବ୍ୟାଙ୍କର କିଛି କର୍ମଚାରୀ ଏଠାରେ ପ୍ରକାଶ କରିଛନ୍ତି। ଏଣୁ ବ୍ୟାଙ୍କର ଏହି ସବୁ ବିପର୍ଯ୍ୟସ୍ତ ବ୍ୟବସ୍ଥା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ମୁତାବକ ଦକ୍ଷ କର୍ମଚାରୀ ସାଙ୍ଗକୁ ପ୍ରତ୍ୟେକ ବିଭାଗ ପାଇଁ ଅଲଗା ଅଲଗା କାଉଁଣ୍ଟର ଖୋଲାଯିବା ପାଇଁ ଜନସାଧାରଣଙ୍କ ତରଫରୁ ପ୍ରବଳ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.