Home ଓଡ଼ିଶା ବଡ଼ସିଂହାରି ମୈାଜାରେ ହେବ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ନିଜସ୍ୱ କ୍ୟାମ୍ପସ

ବଡ଼ସିଂହାରି ମୈାଜାରେ ହେବ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ନିଜସ୍ୱ କ୍ୟାମ୍ପସ

258

ସମ୍ବଲପୁର, ୧୪/୬ (ଓଡ଼ିଆ ପୁଅ) ସମ୍ବଲପୁର ଠାରେ ଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ସହରର ମହାନଦୀ ଅପରପାଶ୍ୱର୍ରେ ଥିବା ବଡ଼ସିଂହାରି ମୌଜାରେ ନିର୍ମାଣ କରାଯିବ। ପ୍ରାଣୀ ସମ୍ପଦ ବିକାଶ ବିଭାଗ ନାମରେ ଏହି ଜମି ରହିଥିଲା। ବିଭାଗ ଏଥିରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ ଚାଳିଶ ଏକଡ଼ ଜମି ଦେବା ପାଇଁ ସବୁଜ ସଙ୍କେତ ଦେଇସାରିଛି। ଗତ ମାସ ୨୦ ତାରିଖ ଦିନ ବିଶ୍ୱବିଦ୍ୟାଳ୍ୟର ପକ୍ଷରୁ କୂଳସଚିବଙ୍କ ସହିତ ରାଜସ୍ୱ, ପ୍ରାଣୀ ସମ୍ପଦ ବିଭାଗ, ମହାନଗର ନିଗମ, ଏସଡ଼ିଏ ପ୍ରଭୃତି ସଂସ୍ତାର ଅଧିକାରୀଙ୍କ ଉପସ୍ତିତିରେ ନିରୂପିତ ଜାଗାର ସରଜମିନ ଅନୁଧ୍ୟାନ କରାଯାଇଥିଲା। ଏବେ ଜିଲ୍ଲା ପ୍ରଶାସନ ଏହି ଜାଗାକୁ ବିଶ୍ୱବିଦ୍ୟାଳୟ ନାମରେ ପଟ୍ଟା କରିବା ସକାଶେ ପ୍ରକ୍ରୀୟା ଆରମ୍ବ କରିଛନ୍ତି। ତେବେ ଆଗତୁରା ଦଖଲ ପ୍ରାପ୍ତ ହେଲେ ବିଶ୍ୱବିଦ୍ୟାଳୟର କୋଠା ନିର୍ମାଣ କରାଯିବ। ଏଥିପାଇଁ ବିଶ୍ୱ ବ୍ୟାଙ୍କ ପନ୍ଦର କୋଟି ଟଙ୍କା ଗତ ଆର୍ଥିକ ବର୍ଷରେ ମଞୁର କରିଛନ୍ତି। ପୂର୍ତ ବିଭାଗର ରାସ୍ତା ଓ ଭବନ ଡ଼ିଭିଜନ କୁ ଏହି ପାଂଠି ହସ୍ତାନ୍ତର ହୋଇସାରଛି। ପ୍ରଥମ ଦଫାରେ ପାଚେରୀ ସହିତ ଚାରୀ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଏଥରେ ପ୍ରଶାସନିକ ଓ ଏକାଡେମିକ ବ୍ଲକ, ପାଠାଗାର, କମ୍ପ୍ୟୁଟର କେନ୍ଦ୍ର ଅତଥି ଭବନ ଭଳି ଜରୂରୀ ଭିତିଭୂମି ବିକଶିତ କରାଯିବ। ଇତିମଧ୍ୟରେ ଏହାର ଆର୍ଚିଟେକ୍ଟ ଡ଼ିଜାଇନ ଚୂଡ଼ାନ୍ତ ଅପେକ୍ଷାରେ ରହିଛି। ନୂଆ କ୍ୟାମ୍ପସକୁ ପରିବେଶ ଅନୂକୁଳ କରିବା ପାଇଁ ବ୍ୟବସ୍ତା କରାଯାଉଥିବା ଜଣାପଡ଼ିଛି। ରାଜ୍ୟରେ କୈାଣସି କାରଣରୁ ଉଚ୍ଚଶିକ୍ଷା ଲାଭ କରିପାରୁନଥିବା କିମ୍ବା ଆଗକୁ ପଢିପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ଉଚ୍ଚତର ଶିକ୍ଷାନୁଷ୍ଟାନ ନୂଆ ସୁଯଯୋଗ ଉନ୍ମୁକ୍ତ କରିବାରେ ସକ୍ଷମ ହୋଇଛି। ଏଣୁ ଏହାର ସ୍ତାୟୀ ଭିତିଭୂମି ନିର୍ମାଣ ପାଇଁ ମତପ୍ରକାଶ ପାଇଆସିଛି।

ସୂଚନା ଯୋଗ୍ୟ ଯେ, ୨୦୧୫ ମସିହା ଜୁନ ୧୦ ତାରଖ ଦିନ ଏହି ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଟା ପାଇଁ ବିଜ୍ଞପ୍ତି ଜାରୀ କରିଥିଲେ। ପୂର୍ବରୁ ଏହା ବିଲ ଆକାରରେ ବିଧାନସଭାର ସ୍ୱୀକୃତୀ ପାଇବା ପରେ ଆକ୍ଟ ରେ ପରଣତ ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟ ଏବେ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ କାର୍ଯ୍ୟ କରୂଛି। ଦିନକୁ ଦିନ ଏହି ବଶ୍ୱବିଦ୍ୟାଳୟର କାୟା, ପାଠ୍ୟକ୍ରମ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଠାରୁ ପ୍ରାୟ ଚାରୀ ହଜାର ଛାତ୍ରଛାତ୍ରୀ ଉତୀର୍ନ ହୋଇସାରିଲେଣି। ଏବେ ଦଶ ହଜାର ବିଦ୍ୟାର୍ଥୀ ରାଜ୍ୟର ବିଭିନ୍ନ ସ୍ତାନରେ ଥିବା ପଚାଶଟି ଶିକ୍ଷା କେନ୍ଦ୍ରରେ ଅଧ୍ୟୟନ କରୁଛନ୍ତି। ବାଣିଜ୍ୟ, କଳା, ମ୍ୟାନେଜମେଂଟ ଆଦି ବିଷୟରେ ଦଶଟି ସ୍ନାତକୋତର, ବାରଟି ସ୍ନାତକୋତର ପାଠ୍ୟକ୍ରମ ସହିତ ପଚାଶଟି ସାର୍ଟିଫିକେଟ ଏବଂ ଡ଼ିପ୍ଲୋମା କୋର୍ସ ରହିଛି। ମୁକ୍ତ ବିଶ୍ୱବିଦ୍ୟାଳୟ ଭାବରେ ଦେଶରେ ପ୍ରଥମ କରି ଏହି ବିଶ୍ୱବିଦ୍ୟାଳୟରେ ସିବିସିଏସ ବା ଚଏସ ଆଧାରିତ କ୍ରେଡ଼ିଟ ସିଷ୍ଟମ ଚଳତ ବର୍ଷ ଠାରୁ କାର୍ଯ୍ୟକାରୀ କରାଯାଇଛି। ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ଚିହ୍ନଟ ଜାଗା ପାଖରେ ଆଇଆଇଏମ-ସମ୍ବଲପୁର, ଗଂଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ, ସୈନିକ ସ୍କୁଲ, ସିଆରପିଏଫ ଗ୍ରୁପ କେନ୍ଦ୍ର, ସେଟଲାଇଟ କ୍ରୀଡ଼ା କମ୍ପ୍ଲେକ୍ସ ପ୍ରଭୃତି ପ୍ରକଳ୍ପ କୁ ଜମି ଦିଆଯାଇଛି। ସିଆରପିଏଫ ଓ ଆଇଆଇଏମ ର ପ୍ରାଥମିକ ନିର୍ମାଣ କାମ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.