Home ଓଡ଼ିଶା ପ୍ଲାଷ୍ଟିକ ଆବର୍ଜନା ପରିଚାଳନା କୋଦଳା ଏନ୍ ଏ ସି ପାଇଁ ମୁଖ୍ୟ ସମସ୍ୟା

ପ୍ଲାଷ୍ଟିକ ଆବର୍ଜନା ପରିଚାଳନା କୋଦଳା ଏନ୍ ଏ ସି ପାଇଁ ମୁଖ୍ୟ ସମସ୍ୟା

191

କୋଦଳା : ୧୪/୦୬ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ପଲିଥିନ ଓ ପ୍ଲାଷ୍ଟିକ୍ ଏବେ ପ୍ରଦୂଷଣର ଚିନ୍ତା ବୃଦ୍ଧି କରୁଛି। ଗଂଜାମ କୋଦଳା ଏନ୍ ଏ ସି ରେ ବର୍ଯ୍ୟବସ୍ତୁ ପରିଚାଳନା ନେଇ ଘନ ଘନ ବୈଠକ ଓ ଧରପଗଡ଼ ସତ୍ବେ ସୁଧୁରୁନି ସମସ୍ଯା। ପାଣି ପାଉଜ୍ ଓ ବିଭିନ୍ନ ଜରି ପ୍ଯାକେଟର ଆବର୍ଜନା ଏବେ ପ୍ରମୁଖ ସମସ୍ୟା ପାଲଟିଛି। ପଲିଥିନ ବ୍ଯବହାର ସମ୍ପୁର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଛି କିନ୍ତୁ ଲୋକଙ୍କ ସଚେତନତାର ଅଭାବ ଯୋଗୁଁ ଏବେ ବି ବଜାର ଛକ ତଥା ଗଳି କନ୍ଦିର ପାନ ଦୋକାନ ଗୁଡିକରେ ପାଣି ପ୍ଯାକେଟ୍ ବିକ୍ରି ହେଉଛି। ତେବେ ଏନ୍ ଏ ସି ପକ୍ଷରୁ ଏଥିପାଇଁ ଧରପଗଡ଼ କରାଯାଉଛି। ଏବଂ ଚଢାଉ କରି ପାଣି ବସ୍ତା ଗୁଡିକ ଜବତକରି ଜରିମାନା ଆଦାୟ କରାଯାଉଛି। ତଥାପି ସୁଧାର ଆସୁନି। ଜିଲ୍ଲାର ବ୍ରହ୍ମପୁର ସହର ସମେତ ବିଭିନ୍ନ ସହରରେ ପଲିଥିନ ବ୍ଯବହାର ବନ୍ଦ କରିବା ପାଇଁ ଚେଷ୍ଟା କରାଯାଉଛି। ଗତ କିଛି ଦିନ ଧରି ବର୍ଯ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଉଥିବା ଏବଂ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ କିପରି କଡାକଡି ପାଳନ କରାଯିବ ସେ ନେଇ ଏନ୍ ଏ ସି ତରଫରୁ ପଦକ୍ଷେପ ନିଆଯାଉଥିବା ବେଳେ କୋଦଳାର ବିଭିନ୍ନ ଓ୍ବାର୍ଡ ରେ ପଡି ରହିଛି କୁଢକୁଢ ପଲିଥିନ ଆବର୍ଜନା। ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.