Home ଅନୁଗୁଳ ଅଜଣା ଗାଡ଼ି ଧକ୍କାରେ ନାବାଳକ ମୃତ

ଅଜଣା ଗାଡ଼ି ଧକ୍କାରେ ନାବାଳକ ମୃତ

61

ପାଳଲହଡା,୭/୨(ଓଡ଼ିଆପୁଅ/ନିହାର ରଞ୍ଜନ ସାମଲ):ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ କଇଁଶିରିପାଲି ଗ୍ରାମ ନିକଟ ୪୯ତମ ଜାତୀୟ ରାଜପଥରେ ଶନିବାର ସନ୍ଧ୍ୟା ୮ଟା ସମୟରେ ଏକ ଅଜଣା ଗାଡି ଧକ୍କା ସାଇକେଲକୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି I ସୁଚନା ଅନୁସାରେ, ସନ୍ଧ୍ୟା ସମୟରେ ବାଲିପଶି ପଞ୍ଚାୟତ କାଞ୍ଜିଆ ଗ୍ରାମର ଶ୍ୟାମ ଦିଗଙ୍କ ପୁଅ ବାଣ୍ଟୁ ଦିଗ୍ (ବୟସ ୧୫)ବର୍ଷ ବଜାରରୁ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲାl ଯାହାଫଳରେ ଘଟଣାସ୍ଥଳରେ ବାଣ୍ଟୁ ଦିଗଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇଁ ପାଲଲହଡା ଅଗ୍ନିଶମ ବିଭାଗ ବାଣ୍ଟୁଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ ଏବଂ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପାଲଲହଡା ପୋଲିସ ଦୁର୍ଘଟଣା ନେଇ ଅଧିକ ତଦନ୍ତ ଆରମ୍ଭ କରିଛି I

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.