Home ଓଡ଼ିଶା ଅଚିହ୍ନା ଶବ ଉଦ୍ଧାର

ଅଚିହ୍ନା ଶବ ଉଦ୍ଧାର

1133

ଗଞ୍ଜାମ ,୦୪/୦୯,(ଓଡ଼ିଆ ପୁଅ ପି ନାଏକ): ନଦୀ ତଟର ବାଲିରେ ପୋତାଯାଇଥୀବା ଜଣେ ଯୁବକର ଶବକୁ ଉଦ୍ଧାର କରିଛି ଗଂଜାମ ପୋଲିସ । ଘଟଣା ଘଟିଛି ଗଂଜାମ ଜିଲ୍ଲା କେ.ନୁଆଗାଁ ଥାନା ନିକଟସ୍ଥ ପାଣ୍ଡିରି ନିକଟ ବାହୁଦା ନଦୀ ତଟରେ । ଏପର୍ଯ୍ୟନ୍ତ ଯୁବକର ପରିଚୟ ମିଳିପାରିନାହିଁ । ଶବକୁ ଜବତ କରି ପୋଷ୍ଟ ମର୍ଟମ୍ ପାଇଁ ବ୍ରହ୍ମପୁର ପଠାଇଛନ୍ତି ପୋଲିସ । ଶବ ଉଦ୍ଧାର କଲାପରେ ପୋଲିସ ତନାଘନା କରିଥିଲେ ମଧ୍ୟ ପରିଚୟ ମିଳିପାରି ନାହିଁ । ଅପରପକ୍ଷେ କେଉଁ ପରିସ୍ଥିତିରେ ଶବ ଏଠାରେ ପୋତାଗଲା ଓ କାହିଁକି ଏଠାରେ ପୋତାଗଲା ତାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଥିବାବେଳେ ମୃତ୍ୟୁ ପରେ ଶବ ଦାହ କରାନଯାଇ କେହି ପୋତିଦେଇଥିବା ଅନୁମାନ କରୁଛି ପୋଲିସ । ଏହାକୁ ନେଇ ବର୍ତ୍ତମାନ ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହା ପଛରେ କଣ ରହସ୍ୟ ରହିଛି ତାହା ତଦନ୍ତ ପରେ ଜଣାପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.