Home କୋରାପୁଟ ଦୁଇଦିନ ପରେ ମଧ୍ୟ ସଂପୂର୍ଣ୍ଣ ଖୋଲିନି କୋରାପୁଟ-ବୋରିଗୁମ୍ମା ରାସ୍ତା

ଦୁଇଦିନ ପରେ ମଧ୍ୟ ସଂପୂର୍ଣ୍ଣ ଖୋଲିନି କୋରାପୁଟ-ବୋରିଗୁମ୍ମା ରାସ୍ତା

138

କୋରାପୁଟ;ତା୦୪-୦୯-୧୯(ଓଡିଆପୁଅ/ରଂଜନ କୁମାର ଦାସ) ଗତ ଚାରିଦିନ ଧରି କୋରାପୁଟ ଜିଲାରେ ବର୍ଷା ଲାଗି ରହିଥିବାବେଳେ ରାଣୀଗଡ ଦେଇ ଯାଇଥିବା କୋରାପୁଟ-ବୋରିଗୁମ୍ମା ରାସ୍ତାର ରାଣୀଗଡ ନିକଟରେ ମାଟି ଅତଡା ଖସିଥିବାରୁ ସେହି ରାସ୍ତାରେ ଯାତାୟତ ସ୍ୱାଭାବିକ କରିବାକୁ ଜିଲ୍ଲାପ୍ରଶାସନ ଜିସିପି ମେସିନ ଲଗାଇ କାର୍ଯ୍ୟକରୁଥିଲେ ମଧ୍ୟ ରାସ୍ତାରୁ ମାଟି ଅତଡା ସଂପୂର୍ଣ୍ଣଭାବେ କଢାଯାଇ ନ ଥିବା ଜଣାପଡିଛି । ଏବେ କେବଳ ଗୋଟିଏ ଗାଡି ଯାତାୟତ କରିପାରିବ ବୋଲି ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟନାୟକ ସୂଚନା ଦେଇଛନ୍ତି ।ଆସନ୍ତାକାଲି ପୁଣି କାର୍ଯ୍ୟ ଚାଲୁ ରହିବ ବୋଲି ସେ ସୂଚନା ଦେଇଛନ୍ତି । ଜିଲା ଜରୁରୀ କାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଓ ପି.କେ.ସାମଲ ଏବଂ ତେଲେଙ୍ଗିରୀ ପ୍ରକଳ୍ପର ଏସଡିଓ ଘଟଣା ସ୍ଥଳରେ ଉପସ୍ଥିତ ରହି ରାସ୍ତାରୁ ମାଟି ହଟାଇବା କାର୍ଯ୍ୟର ତଦାରଖ କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.