Home ଜିଲ୍ଲା ପରିକ୍ରମା ଅଚିହ୍ନା ଯୁବକର ମର ଶରୀରକୁ କାନ୍ଧଦେଲେ ସାରନଗରୀ ଯୁବଗୋଷ୍ଠୀ

ଅଚିହ୍ନା ଯୁବକର ମର ଶରୀରକୁ କାନ୍ଧଦେଲେ ସାରନଗରୀ ଯୁବଗୋଷ୍ଠୀ

123

ରାଉରକେଲା ୧୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ): ଜଣେ ଅଚିହ୍ନା ଯୁବକର ଶବ ସତ୍କାର କରିଛନ୍ତି ଦକ୍ଷିଣ ରାଉରକେଲା ଯୁବ ମଂଚର ସଦସ୍ୟ ଓ କିଛିଯୁବ ଗୋଷ୍ଠୀ। ଏହି ପବିତ୍ର କାର୍ଯ୍ୟରେ ସାମିଲ ହୋଇଥିଲେ ଟାଙ୍ଗରପାଲୀ ଥାନା ଏସଆଇ ଶ୍ରୀ ବାରିକ ଓ ଦକ୍ଷିଣ ରାଉରକେଲା ଯୁବ ମଂଚର ଅକ୍ଷୟପ୍ରହରାଜ, ଘନଶ୍ୟାମ ସାହୁ, ଜଗନ୍ନାଥ ପାତ୍ର, ସୁବାଷ ଜେନା, ରାଜା, ଜିତୁ, ଦିଲୀପ, ପପୁ ଓ ଧନଜଂୟ ବିଶ୍ୱାଳ, ସୈଭାଗ୍ୟ ସ୍ୱାଇଁ, ତ୍ରିଲୋଚନ ବିଶ୍ୱାଳ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆରଜିଏଚରେ ଚିକିତ୍ସିତ ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ଟାଙ୍ଗରପାଲୀ ପୁଲିସ ଶବ ଜବତ କରି ଶବଗୃହରେ ରଖିଥିଲା। ଉକ୍ତ ମୃତ ଯୁବକଙ୍କ କେହି ଦାବବିଦାର ନଆସିବାରୁ ପୁଲିସ ଶବକୁ ୧୦ ଦିନ ରଖିବା ପରେ ଗତକାଲି ଦକ୍ଷିଣ ରାଉରକେଲା ଯୁବ ମଂଚ ସହାୟତାରେ ଟାଙ୍ଗରପାଲୀ ପୁଲିସ ପକ୍ଷରୁ ବେଦବ୍ୟାସ ଘାଟରେ ପୋତା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.