Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ କୁଷ୍ଠରୋଗୀ ଓ କିନ୍ନରମାନଙ୍କ ସଚେତନତା ଶିବିର

ଜିଲ୍ଲାସ୍ତରୀୟ କୁଷ୍ଠରୋଗୀ ଓ କିନ୍ନରମାନଙ୍କ ସଚେତନତା ଶିବିର

107

ନୟାଗଡ଼,୧୭ା୨:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ସ୍ଥାନୀୟ ବିଜୁପଟ୍ଟନାୟକ  କଲ୍ୟାଣ ମଣ୍ଡପଠାରେ ଜିଲ୍ଳାସ୍ତରୀୟ କୁଷ୍ଠରୋଗୀ ଓ କିନ୍ନରମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମଜିକ ସୁରକ୍ଷା ବିଭାଗ  ତଥା ଜିଲ୍ଲା କୁଷ୍ଠ  ପ୍ରକୋଷ୍ଠ  ଓ ଲେପ୍ରାସୋସାଇଟିର ମଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏଥିରେ ଜିଲ୍ଳାପାଳ ଅରିନ୍ଦମ ଡାକୁଆ ଅଧ୍ୟକ୍ଷତା କରିଥିଲେ । ସାମଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ ଏହାର ଉଦେ୍ଦଶ୍ୟ ଓ ଆଭିମୂଖ୍ୟ  ଉପସ୍ଥାପ୍ନା କରିଥିଲାବେଳେ ଲେପ୍ରାସୋସାଇଟିର ଡ.ମିତାଲି ମହାନ୍ତି କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି ଓ ଟ୍ରାନ୍ସଜେଣ୍ଡର ମାନଙ୍କ ନିମନ୍ତେ ଉଦ୍ଦିଷ୍ଠ ସାମଜିକ ସୁରକ୍ଷା ବ୍ୟବସ୍ଥାର ଯୋଜନା ସହାୟ ଓ ସ୍ୱୀକୃତି ର କିପରି ସୁବିଧା ନେଇପାରିବେ ତାହା ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଳାପାଳ ଜିତେନ୍ଦ୍ର କୁମାର ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ସୁରେଶ ଚନ୍ଦ୍ର ମିଶ୍ର,ବିଶିଷ୍ଟ ସମାଜସେବୀ ଡ.ରାଧାମୋହନ ପ୍ରମୁଖ ଯୋଗଦେଇ ଏହି ଯୋଜନାର ସୁପରିଚାଳନା ଓ ସୁବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଳା କୁଷ୍ଠ ପ୍ରକୋଷ୍ଠର ଅଧିକାରୀଙ୍କ ସମେତ ଜିଲ୍ଳାର ବିଭିନ୍ନ ବ୍ଳକ,ଗ୍ରାମ ପଂଚାୟତର ପ୍ରତିନିଧିମାନେ,ବହୁ କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି ଓ ଟ୍ରାନ୍ସଜେଣ୍ଡର ଗୋଷ୍ଠୀର ବ୍ୟକ୍ତି  ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.