Home ଜିଲ୍ଲା ପରିକ୍ରମା ନୟାଗଡ଼ ଏନଏସିର ୱାର୍ଡ଼ ସଂଖ୍ୟା ୧୩ରୁ ୧୭ ହେଲା

ନୟାଗଡ଼ ଏନଏସିର ୱାର୍ଡ଼ ସଂଖ୍ୟା ୧୩ରୁ ୧୭ ହେଲା

106

ନୟାଗଡ଼,୧୭ା୨:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଏନଏସିର ୱାର୍ଡ଼ସଂଖ୍ୟା ୧୩ରୁ ୧୭ ବଢିଥିବାବେଳେ  ବିଭିନ୍ନ ୱାର୍ଡ଼ର ସଂରକ୍ଷିତ ପ୍ରକାଶିତ ହୋଇଛି । ୱାର୍ଡ଼ ନଂ ୧ ,୪ ଓ ୭ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲାବେଳେ ଓ୍ôାର୍ଡ଼ ନଂ ୨ ଓ ୫ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ୱାର୍ଡ଼ନଂ ୩ ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲାବେଳେ ୱାର୍ଡ଼ ନଂ ୬ ଅନୁସୂଚୀତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୱାର୍ଡ଼ ନଂ ୮,୧୦,୧୩ ଓ ୧୫ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ  ୱାର୍ଡ଼ ନଂ ୯,୧୨,୧୪,୧୬ ଓ ୧୭ ଅଣ ସଂରକ୍ଷିତ ରହିଛି । ସେହିପରି ୱାର୍ଡ଼ ନଂ ୧୧ ଅନୁସୂଚୀତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା  ଜିଲ୍ଳା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.