Home ଆନ୍ତର୍ଜାତୀୟ ମହିଳା ଟି-20 ବିଶ୍ଵ କପର କାର୍ଯ୍ୟକ୍ରମ ଘୋଷିତ : ୨୧ ଫେବ୍ରୁଆରୀରେ ପ୍ରଥମ ମ୍ୟାଚ୍ ରେ...

ମହିଳା ଟି-20 ବିଶ୍ଵ କପର କାର୍ଯ୍ୟକ୍ରମ ଘୋଷିତ : ୨୧ ଫେବ୍ରୁଆରୀରେ ପ୍ରଥମ ମ୍ୟାଚ୍ ରେ ଏହି ଟିମ ସହିତ ଖେଳିବ ଟିମ ଇଣ୍ଡିଆ

292

ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ଆଗାମୀ ଆଇସିସି ମହିଳା ଟି-20 ବିଶ୍ଵ କପର ଅନ୍ତିମ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଥାଇଲ୍ୟାଣ୍ଡ ଏବଂ ବାଂଗ୍ଲାଦେଶର ରବିବାରଦିନ ଟୁର୍ଣ୍ଣାର୍ମେଣ୍ଟ ପାଇଁ କ୍ଵାଲିଫାଇ କରିବା ସହିତ ଏହି ବିଶ୍ୱ କପ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ସମସ୍ତ ଦେଶଗୁଡ଼ିକର ନାମ ସ୍ଥିର ହୋଇସାରିଛି। ବାଂଗ୍ଲାଦେଶର ମହିଳା ଟିମ ସ୍କଟଲ୍ୟାଣ୍ଡରେ ଆୟୋଜିତ କ୍ଵାଲିଫାଇଙ୍ଗ ଇଭେଣ୍ଟରେ ବିଜୟ ହାସଲ କରି ଏବେ ବିଶ୍ଵ କପ ପାଇଁ ଗ୍ରୁପ-ଏ ରେ ରଖାଯାଇଛି। ଏହି ଗ୍ରୁପରେ ବର୍ତ୍ତମାନର ଚମ୍ପିଆନ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାର ଟିମ୍ ଅନ୍ତର୍ଭୁକ୍ତ।

ଅପରପକ୍ଷରେ, ୧୨ ବର୍ଷ ପୂର୍ବେ ନିଜର ପ୍ରଥମ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଥିବା ଥାଇଲ୍ୟାଣ୍ଡ ଟିମ ବିଶ୍ଵ କପ ପାଇଁ କ୍ଵାଲିଫାଇ କରି ଇତିହାସ ରଚିଛି। ଏହି ଟିମକୁ ଗ୍ରୁପ-ବିରେ ଇଲଣ୍ଡ, ଦକ୍ଷିଣ ଆଫ୍ରୀକା, ୱେଷ୍ଟ ଇଣ୍ଡିଜ୍ ଏବଂ ପାକିସ୍ତାନ ସହିତ ରଖାଯାଇଛି।

ଆଇସିସି ବିଶ୍ଵ କପ ୨୦୨୦ ଲୋକାଲ ଅର୍ଗାନାଇଜିଙ୍ଗ କମିଟିର ସିଇଓ ନିକ ହାକ୍ଲେ ନିଜର ବୟାନରେ କହିଛନ୍ତି, “ଆମେ ଅଷ୍ଟ୍ରେଲିଆରେ ହେବାକୁଥିବା ଏହି ବିଶ୍ୱକପ୍ ରେ ବାଙ୍ଗ୍ଲାଦେଶ ଏବଂ ଥାଇଲ୍ୟାଣ୍ଡକୁ ସ୍ଵାଗତ କରୁଛୁ। ଆଶା କରୁଛୁ କି ସମସ୍ତ ଟିମକୁ ଅଷ୍ଟ୍ରେଲିଆରେ ଭରପୂର ପ୍ରେମ, ଶ୍ରଦ୍ଧା ଏବଂ ସମର୍ଥନ ମିଳିବ।”

ଥାଇଲ୍ୟାଣ୍ଡର ଟିମ କ୍ଵାଲିଫାଇଙ୍ଗ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ରେ ପହଁଚିବାପରେ ସଫଳ ରହିଥିଲା, କିନ୍ତୁ ତାକୁ ବାଙ୍ଗ୍ଲାଦେଶଠାରୁ ୭୦ ରନରେ ପରାଜୟର ଖଟା ସ୍ୱାଦ ଚାଖିବାକୁ ପଡ଼ିଥିଲା। ଏବେ ଥାଇ ଟିମ ନିଜର ପ୍ରଥମ ମ୍ୟାଚ୍ ରେ ୨୨ ଫେବ୍ରୁଆରୀରେ ୱେଷ୍ଟ ଇଣ୍ଡିଜ୍ ର ସାମନା କରିବ। ଅପରପଟେ, ବାଂଗ୍ଲାଦେଶ ଟିମର ସାମନା ବର୍ତ୍ତମାନର ଚମ୍ପିଆନ୍ ଏବଂ ହୋଷ୍ଟ ଅଷ୍ଟ୍ରେଲିଆରେ ହେବ। ଏହା ମ୍ୟାଚ୍ ୨୭ ଫେବ୍ରୁଆରୀରେ ଖେଳାଯିବ।

ୱେଷ୍ଟ ଇଣ୍ଡିଜ୍ ରେ ୨୦୧୮ ରେ ଆୟୋଜିତ ଗତ ଟି-20 ବିଶ୍ଵ କପରେ ଭାଗ ନେଇଥିବା ଟିମଗୁଡ଼ିକ ମଧ୍ୟରୁ ଶୀର୍ଷ-୮ଟି ଟିମ୍ କୁ ଆସନ୍ତା ବିଶ୍ଵ କପ ପାଇଁ ଅଟୋମେଟିକ କ୍ଵାଲିଫିକେସନ ମିଳିଥିଲା।

ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ରେ ଭାରତର ସାମନା ୨୧ ଫେବ୍ରୁଆରୀରେ ହୋଷ୍ଟ ଅଷ୍ଟ୍ରେଲିଆରେ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମେଲବର୍ଣ୍ଣରେ ୮ ମାର୍ଚ୍ଚରେ ଖେଳାଯିବ।

ଏହି ଦିନ ଅନ୍ତରାଷ୍ଟ୍ରୀୟ ମହଳି ଦିବସ ମନାଯାଉଛି। ଏହି ବର୍ଷ ଅଷ୍ଟ୍ରେଲିଆରେ ହିଁ ପୁରୁଷ ଟି-20 ବିଶ୍ଵ କପ ମଧ୍ୟ ଖେଳାଯିବ। ଯେଉଁଥିରେ ୧୬ଟି ଟିମ୍ ଭାଗ ନେବେ। ଏହି ଟୁର୍ଣ୍ଣାମେଣ୍ଟ ୧୮ ଅକ୍ଟୋବର ରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଭାରତକୁ ନିଜର ପ୍ରଥମ ମ୍ୟାଚ୍ ୨୪ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ସହିତ ଖେଳିବାକୁ ଅଛି। ଏବଂ ଏହା ଦିନ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ ଅଷ୍ଟ୍ରେଲିଆର ସାମନା ପାକିସ୍ତାନ ସହିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.