Home ଓଡ଼ିଶା ପୋଖରୀରେ ବୁଡ଼ିଗଲେ ୬ ନାବାଳିକା

ପୋଖରୀରେ ବୁଡ଼ିଗଲେ ୬ ନାବାଳିକା

266

ଜଗତସିଂହପୁର,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ଜଗତସିଂହପୁର ଜିଲ୍ଲା ସଦର ଥାନା ପାଟଣୀ ଗାଁରେ ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ପୋଖରୀରେ ବୁଡି ଯାଇ ୬ ଜଣ ନାବାଳିକା ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମଣ୍ଡା ସାହି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଖରୀ ମୂଳେ ପୂଜା କରୁଥିବା ବେଳେ ଜଣଙ୍କର ଗୋଡ଼ ଖସି ଯାଇଥିଲା । ଫଳରେ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୫ ଜଣ ଯାକ ମଧ୍ୟ ବୁଡି ଯାଇଥିଲେ । ପାଟି ଶୁଣି ଗ୍ରାମବାସୀମାନେ ଆସି ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.