Home ଅନୁଗୁଳ ଦଳିଦେଲା ହାତୀ – ମହିଳା ମୃତ – କ୍ଷତିପୂରଣ ଦାବିରେ ଛେଣ୍ଡିପଦା-ବାଗଡିଆ ରାସ୍ତା ଅବରୋଧ

ଦଳିଦେଲା ହାତୀ – ମହିଳା ମୃତ – କ୍ଷତିପୂରଣ ଦାବିରେ ଛେଣ୍ଡିପଦା-ବାଗଡିଆ ରାସ୍ତା ଅବରୋଧ

169

ଅନୁଗୁଳ ୨୦-୮ (ଓଡ଼ିଆ ପୁଅ) ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଣପଶି ଗାଁ ନିକଟରେ ବାଗେଡ଼ିଆରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ମହିଳା ଜଣକ ପୁରୁଣାଗଡ଼ ଗାଁର ବୋଲି ଜଣା ପଡ଼ିଛି। ଗାଁର ନଳିତା ମାଝୀ ବୋଲି ଜଣାପଡ଼ିଛି। ହାତୀ ଦାନ୍ତରେ ନଳିତାଙ୍କୁ ଆକ୍ରମଣ କରିବା ସହିତ ମୁହଁକୁ ପାଦରେ ଜଳି ଦେଇଥିଲା। ଏହା ଫଳରେ ନଳିତା ମାଝୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଛେଣ୍ଡିପଦା-ବାଗେଡ଼ିଆ ରାସ୍ତାରୋକ କରିଥିଲେ।

ସହିପରି ଗତକାଲି ହାତୀ ଆକ୍ରମଣରେ ତମୋଳର ମିଥୁନ ସାମଲଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ପ୍ରଦାନ ସହ ଉକ୍ତ ଅଞ୍ଚଳରୁ ହାତୀ ଘଉଡ଼ାଇବା ଦାବି କରିଛନ୍ତି ଗ୍ରାମବାସୀ। ହାତୀ ଯୋଗୁଁ ଅଞ୍ଚଳରେ ଧନ ଜୀବନ ହାନି ଘଟୁଛି।

ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.