Home ଅପରାଧ ତାଜାଖବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଡି.ତିୱାରୀଙ୍କ ପୁଅ ରୋହିତ ଶେଖର ହତ୍ୟା ମାମଲାରେ ପତ୍ନୀ ଅପୂର୍ବା ଶୁକ୍ଲା...

ତାଜାଖବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଡି.ତିୱାରୀଙ୍କ ପୁଅ ରୋହିତ ଶେଖର ହତ୍ୟା ମାମଲାରେ ପତ୍ନୀ ଅପୂର୍ବା ଶୁକ୍ଲା ଗିରଫ

1345

ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ରୋହିତ ଶେଖର ତିୱାରୀଙ୍କର ସଂଦିଗ୍ଧର ଅବସ୍ଥାରେ ହୋଇଥିବା ମୃତ୍ୟୁ ପରେ ପୁଲିସ ତାଙ୍କ ପତ୍ନୀ ଅପୂର୍ବା ଶୁକ୍ଲାଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସ ଆଜି ଦ୍ୱିପ୍ରହର ତିନିଟା ସମୟରେ ଏହିମାମଲାରେ ମାମଲାରେ ପ୍ରେସ କନ୍ଫ୍ରେଂସ କରିବ। କୁହାଯାଇପାରେଯେ, ରବିବାର ଦିନ ପୁଲିସ ଅପୂର୍ବା ଶୁକ୍ଲା ଏବଂ ଘରର ଦୁଇ ଜଣ ଚାକରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଏବଂ ଶନିବାର ରାତିରେ ମଧ୍ୟ କ୍ରାଇମ ବ୍ରାଞ୍ଚର ଅଧିକାରୀମାନେ ଅପୂର୍ବାକୁ ପ୍ରାୟତଃ ୮ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଥିଲେ।

ସୂଚନାଯୋଗ୍ୟଯେ, ସ୍ଵଃ ଏନଡି ତିବାରୀଙ୍କର ପତ୍ନୀ ଏବଂ ରୋହିତ ଶେଖରଙ୍କର ମା’ ଉଜ୍ଜ୍ୱଳା ଶୁକ୍ରବାରଦିନ କହିଥିଲେ କି ତାଙ୍କର ପୁଅ ଏବଂ ବୋହୂ ଅପୂର୍ବାଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା। ସେ କହିଥିଲେ କି ଏହା ମୋ ପାଇଁ ଏକ ଝଟକାରୁ କମ ନୁହେଁ। ମୋର ବିଶ୍ଵାସ ହେଉନାହିଁ କି ମୋର ପୁଅକୁ ହତ୍ୟା କରାଯାଇଛି ବୋଲି। ସେ କହିଲେ କି ଏମିତି କ’ଣ ଥିଲା କି ରୋହିତ ଦ୍ୱିପ୍ରହରରେ ୪ଟା ପର୍ଯ୍ୟନ୍ତ ଶୋଇଥିଲା। ଶେଖର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାହ ପୂର୍ବରୁ ହିଁ ବିବାଦ ଥିଲା।

ଏହା ପୂର୍ବରୁ ଆସିଥିବା ମିଡ଼ିଆ ରିପୋର୍ଟ୍ସ ମୁତାବକ, ମୃତ୍ୟୁର କିଛି ଦିନ ପୂର୍ବରୁ ରୋହିତ ଶେଖର ଏବଂ ତାଙ୍କ ପତ୍ନୀ ଅପୂର୍ବାଙ୍କ ମଧ୍ୟରେ ବହୁତ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ଅପୂର୍ବା ନିଜର ମା’ ଘର ଇନ୍ଦୋର ଚାଲିଯାଇଥିଲେ। ପ୍ରାୟତଃ ୧୫ ଦିନ ପୂର୍ବରୁ ହିଁ ସେ ଦିଲ୍ଲୀ ଫେରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.