Home ଓଡ଼ିଶା ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ସାଂସଦ ଉଦିତ୍ ରାଜ୍

ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ସାଂସଦ ଉଦିତ୍ ରାଜ୍

1027

ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ଅସନ୍ତୁଷ୍ଟ ବିଜେପି ସାଂସଦ ବିଜେପିରୁ ଇସ୍ତପା ଦେଇ ଆଜି କଂଗ୍ରେସରେ ମିଶିଛନ୍ତି। ସୂଚନାଯୋଗ୍ୟଯେ, ଗତକାଲି ଭାରତୀୟ ଜନତା ପାର୍ଟୀର ଉତ୍ତର ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରେ ପଞ୍ଜାବୀ ଗାୟକ ହଂସ ରାଜ ହଂସଙ୍କୁ ଟିକଟ ମିଳିବାରୁ ଭାରତୀୟ ଜନତା ପାର୍ଟିର ଉତ୍ତର ପଶ୍ଚିମ ଦିଲ୍ଲୀରେ ବର୍ତ୍ତମାନର ସାଂସଦ ଉଦିତ ରାଜ ପାର୍ଟୀରୁ ନାରାଜ ହୋଇଯାଇଥିଲେ ଏବଂ ଗତକାଲି ସେ ସକାଳେ ହିଁ ଟ୍ଵୀଟ କର ସ୍ପଷ୍ଟ କରିଥିଲେ କି ପାର୍ଟୀରୁ ଟିକଟ ନ ମିଳିବାରୁ ସେ ଇସ୍ତଫା ଦେଇକରି ଦିଲ୍ଲୀ ସଂସଦୀୟ ସିଟରୁ ନିର୍ଦଳୀୟ ନିର୍ବାଚନ ଲଢ଼ିବେ ବୋଲି। କିନ୍ତୁ ଆଜି ଉଦିତ୍ ରାଜ୍ ବିଜେପିରୁ ଇସ୍ତପା ଦେଇ ଆଜି ରାହୁଲଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.