Home Top News ୧.୨୫ କୋଟି ମୂଲ୍ୟର ସମ୍ପତ୍ତି ବଦଳରେ, ଗାର୍ଲଫ୍ରେଣ୍ଡକୁ ସ୍ୱାମୀଙ୍କ ସହ ରହିବାକୁ ଅନୁମତି ଦେଲା ପତ୍ନୀ

୧.୨୫ କୋଟି ମୂଲ୍ୟର ସମ୍ପତ୍ତି ବଦଳରେ, ଗାର୍ଲଫ୍ରେଣ୍ଡକୁ ସ୍ୱାମୀଙ୍କ ସହ ରହିବାକୁ ଅନୁମତି ଦେଲା ପତ୍ନୀ

97

ଭୋପାଳ ୪-୧ (ଓଡ଼ିଆ ପୁଅ) : ଏହା କୌଣସି ଚଳଚିତ୍ର ଗପ ନୁହେଁ ଏହା ହେଉଛି ଏକ ସତ୍ୟଘଟଣା। ଅବଶ୍ୟ ଜୁଦାଇ ଚଳଚ୍ଚିତ୍ରରେ ମଧ୍ୟ ଏହିପରି ସମାନ ଘଟଣା ଦେଖିବାକୁ ମିଳିଥିଲା। ଏକ କୋଟି ଟଙ୍କାରେ ସ୍ୱାମୀଙ୍କୁ ତାଙ୍କ ପ୍ରେମିକା ସହ ବିବାହ କରାଇ ଦେଇଥିଲା ପତ୍ନୀ। ଏହିପରି ଏକ ଖବର ପ୍ରକାଶିତ ହୋଇଛି ନଇ ଦୁନିଆରେ। ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର କୁଟୁମ୍ବ କୋର୍ଟର ପରାମର୍ଶଦାତାଙ୍କ ନିକଟକୁ ମଧ୍ୟ ଏଭଳି ମାମଲା ଆସିଛି। ଏହି ପରିପ୍ରେକ୍ଷୀରେ, ଜଣେ ମହିଳା ପ୍ରାୟ ୧.୨୫ କୋଟି ମୂଲ୍ୟର ସମ୍ପତ୍ତି ନେଇ ତାଙ୍କ ସ୍ୱାମୀଙ୍କୁ ତାଙ୍କ ପ୍ରେମିକାଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି। ପତିଙ୍କର ଗାର୍ଲଫ୍ରେଣ୍ଡ, ୬୦ ଲକ୍ଷ ଟଙ୍କାର ଏକ ଡୁପଲେକ୍ସ ଫ୍ଲାଟ, ୨୭ ଲକ୍ଷ ନଗଦ ଟଙ୍କା ଏବଂ ଏକ ପ୍ଲଟ ପ୍ରେମୀଙ୍କ ପତ୍ନୀଙ୍କ ନାମରେ ନାମିତ କରିଛନ୍ତି। ବାସ୍ତବରେ ଏହି ଦମ୍ପତିଙ୍କର ୨ ଝିଅ ଅଛନ୍ତି। ଦମ୍ପତ୍ତିଙ୍କର ଝିଅମାନେ, ତାଙ୍କ ପିତାମାତାଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବାପାଇଁ କୁଟୁମ୍ବ କୋର୍ଟରେ ପରାମର୍ଶଦାତା ସରିତା ରଜନୀଙ୍କ ନିକଟକୁ ଯାଇଥିଲେ।

ଘଟଣାଟି ଏହିପରି, ଜଣେ ୫୪ ବର୍ଷୀୟା ମହିଳା ତାଙ୍କ ଅଫିସରେ ୪୨ ବର୍ଷ ବୟସ୍କ ପୁରୁଷଙ୍କ ସହିତ ୮ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ। ଉକ୍ତ ମହିଳାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଛି ଏବଂ ପୁରୁଷ ମଧ୍ୟ ବିବାହିତ। ତାଙ୍କର ୧୬ ଏବଂ ୧୨ ବର୍ଷର ଦୁଇ ଝିଅ ଅଛନ୍ତି। ଯେତେବେଳେ ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ତାଙ୍କ ଘରେ ରହିବାକୁ ଜିଦ୍ ଧରିଲେ, ସେତେବେଳେ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରାମର୍ଶଦାତା, ଦମ୍ପତି ଏବଂ ଗାର୍ଲଫ୍ରେଣ୍ଡଙ୍କୁ ବିଭିନ୍ନ ପର୍ଯ୍ୟାୟରେ ପରାମର୍ଶ ଦେଇଥିଲେ। ତା’ପରେ ଗାର୍ଲଫ୍ରେଣ୍ଡ ତାଙ୍କ ପ୍ରେମିକଙ୍କ ପତ୍ନୀଙ୍କୁ ତାଙ୍କ ଜୀବନବ୍ୟାପୀ ପୁଞ୍ଜି ଦେବାକୁ ରାଜି ହୋଇଥିଲେ।

କାଉନସେଲିଂରେ ସ୍ୱାମୀ କହିଥିଲେ ଯେ, ସେ ଦୁହିଁଙ୍କୁ ଏକାଠି ରଖିବାକୁ ଚାହୁଁଛନ୍ତି। କିନ୍ତୁ ପତ୍ନୀ ଏହାକୁ ଅନୁମୋଦନ କରିନଥିଲେ। ପତି କହିଥିଲେ ଯେ, ଝିଅମାନଙ୍କ ପାଇଁ ସେ ନିଜ ପତ୍ନୀଙ୍କୁ ଛାଡି ପାରିବେ ନାହିଁ। ସେ ପ୍ରେମିକା ମହିଳାଙ୍କଠାରୁ ମଧ୍ୟ ଅଲଗା ରହିପାରିବେ ନାହିଁ ଏବଂ ସେ ତାଙ୍କ ଗାର୍ଲଫ୍ରେଣ୍ଡକୁ ଭଲ ପାଆନ୍ତି।

ପତ୍ନୀଙ୍କ ସର୍ତ୍ତ ଗ୍ରହଣ କଲେ ମହିଳା
ଗାର୍ଲଫ୍ରେଣ୍ଡ କହିଲେ ଯେ, ସେ ତାଙ୍କ ପ୍ରେମିକଙ୍କର ପତ୍ନୀଙ୍କ ରକ୍ଷଣାବେକ୍ଷଣ ଏବଂ ଝିଅମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରି ତାଙ୍କୁ ତାଙ୍କର ଜୀବନବ୍ୟାପି ରୋଜଗାର ଦେବାକୁ ପ୍ରସ୍ତୁତ। ସେ ପ୍ରେମିକଙ୍କ ପତ୍ନୀଙ୍କ ଆଗରେ ଏକ ବାଜି ଲଗାଇଲେ, ଯାହାକୁ ସେ ପ୍ରେମିକଙ୍କ ପତ୍ନୀ ଗ୍ରହଣ କଲେ। ମହିଳା ଜଣକ ତାଙ୍କ ପ୍ରେମିକଙ୍କ ପତ୍ନୀଙ୍କୁ ପ୍ରାୟ ୧.୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପ୍ରଦାନ କଲେ।

ପତ୍ନୀ କହିଛନ୍ତି ଯେ ୧୮ ବର୍ଷର ସମ୍ପର୍କ ଭାଙ୍ଗିଗଲା। ଯେତେବେଳେ ସ୍ୱାମୀ ତାଙ୍କ ସହିତ ରହିବାକୁ କୌଣସି ପ୍ରକାରେ ରାଜି ହୋଇନଥିଲେ, ପତ୍ନୀ ଅନୁଭବ କଲେ ଯେ ଏପରି ସ୍ଥଳେ ସ୍ୱାମୀଙ୍କୁ ଛାଡି ଝିଅମାନଙ୍କ ଭବିଷ୍ୟତ ପାଇଁ ଟଙ୍କା ଆବଶ୍ୟକ, ତେଣୁ ସେ ସ୍ୱାମୀଙ୍କ ପ୍ରେମିକାଙ୍କର ସର୍ତ୍ତ ଗ୍ରହଣ କଲେ।

ତେବେ ପିତାମାତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଦମ୍ପତିଙ୍କ ଝିଅ କାଉନସେଲରଙ୍କ ପାଖକୁ ଆସିଥିଲେ, କିନ୍ତୁ ପୁରୁଷ ଜଣକ ତାଙ୍କ ପତ୍ନୀଙ୍କ ସହ ରହିବାକୁ ପ୍ରସ୍ତୁତ ନଥିଲେ, ତେଣୁ ପତ୍ନୀ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଆପୋଷ ବୁଝାମଣା କରିଥିଲେ। ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ, ସେ ଛାଡପତ୍ର ନଦେଇ ଅନ୍ୟ ମହିଳାଙ୍କୁ ବିବାହ କରିପାରିବେ ନାହିଁ କିନ୍ତୁ ପତ୍ନୀଙ୍କ ସହମତିରେ ସେ କାହା ସହିତ ରହିପାରିବେ। ପତ୍ନୀ କୌଣସି ଅସୁବିଧା ନକରିବାକୁ ଚୁକ୍ତି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.