Home ଅନୁଗୁଳ ଏଥର ମା ହିଙ୍ଗୁଳାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଏଥର ମା ହିଙ୍ଗୁଳାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

47

ତାଳଚେର,୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା ହିଙ୍ଗୁଳାଙ୍କ ମନ୍ଦିର କୋଭିଡ କଟକଣା ମଧ୍ୟରେ ରବିବାର ଦିନ ଖୋଲିଛି । ଏହି ପରିପ୍ରେକ୍ଷୀରେ ମା ହିଙ୍ଗୁଳାଙ୍କ ଦର୍ଶନ କରିବା ପାଇଁ ଗୋପାଳପ୍ରସାଦସ୍ଥିତ ମନ୍ଦିର ପରିସରରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଦୀର୍ଘ ୯ ମାସ ପରେ ମନ୍ଦିର ଖୋଲି ଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା । କୋଭିଡ ମାର୍ଗଦର୍ଶିକା ମଧ୍ୟରେ ପ୍ରତ୍ୟେକ ଶ୍ରଦ୍ଧାଳୁ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରି ଶୃଙ୍ଖଳିତ ଭାବରେ ମାଆଙ୍କ ଦର୍ଶନ କରିବାକୁ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.