Home ଓଡ଼ିଶା ‘ମୁଁ କାହିଁକି ଭାବୁଛି ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି’: ସୁବ୍ରମଣ୍ୟମ ସ୍ୱାମୀ – ୨୪...

‘ମୁଁ କାହିଁକି ଭାବୁଛି ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି’: ସୁବ୍ରମଣ୍ୟମ ସ୍ୱାମୀ – ୨୪ ପଏଣ୍ଟରେ ପ୍ରମାଣ ଦର୍ଶାଇଛନ୍ତି ସ୍ୱାମୀ – ପଢ଼ନ୍ତୁ

262

ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଣ୍ଟାଭିଡ଼ିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଗୁରୁବାରଦିନ ଏ ନେଇ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଅଭିନେତାଙ୍କୁ ହତ୍ୟା କରାଯାଇଛି, ଆତ୍ମହତ୍ୟା ନୁହେଁ।

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲାରେ, ସୁବ୍ରମଣ୍ୟମ ସ୍ୱାମୀ ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ଏହା ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

ସ୍ୱାମୀଙ୍କ ଦ୍ୱାରା ସେୟାର ହୋଇଥିବା ଫଟୋରେ ୨୬ ଟି ବିନ୍ଦୁରେ ପ୍ରମାଣ ଭାବେ ଦର୍ଶାଯାଇଛି। ସେଥିମଧ୍ୟରୁ ୨୪ ଟି ହତ୍ୟା ସିଦ୍ଧାନ୍ତକୁ ସମର୍ଥନ କରୁଥିବାବେଳେ କେବଳ ଦୁଇଟି ବିନ୍ଦୁ ଆତ୍ମହତ୍ୟା ସିଦ୍ଧାନ୍ତକୁ ସମର୍ଥନ କରୁଛନ୍ତି।

ଏହି ତାଲିକାରେ ଏକ ‘ମନ୍ତବ୍ୟ’ ସ୍ତମ୍ଭ ମଧ୍ୟ ଅଛି ଯାହା ଅନୁସନ୍ଧାନ ପାଇଁ ସମ୍ଭାବ୍ୟ ପରିସ୍ଥିତି ସୃଷ୍ଟି କରିବ।

ଅବଶ୍ୟ ଡଃ ସ୍ୱାମୀ ସେୟାର କରିଥିବା ଫଟୋର ଉତ୍ସ ପ୍ରକାଶ କରିନାହାଁନ୍ତି।
ତେବେ ଜାଣନ୍ତୁ ଏହି ତାଲିକାରେ ଥିବା ବିନ୍ଦୁ ଗୁଡ଼ିକ
– ସୋସିଆଲ ମିଡିଆରେ ସୁଶାନ୍ତ ସିଂ ରାଜପୁତଙ୍କ ଅନୁପସ୍ଥିତି
– ଶରୀର ଉପରେ ବିଭିନ୍ନ ଦାଗ,
– କୋଠରୀରେ ମିଳିଥିବା ଆଣ୍ଟି-ଡିପ୍ରେସାଣ୍ଟ,
– ଅବସ୍ଥାନ ଏବଂ ଲିଗାଚର୍ ମାର୍କର ଲମ୍ବ,
– ପାଟିରୁ କୌଣସି ଫେଣ ନାହିଁ,
– ଜିଭ ବାହାରକୁ ବାହାରି ନାହିଁ,
– ଫ୍ୟାନ୍‌ରେ ବନ୍ଧାଯାଇଥିବା କପଡା
– କୌଣସି ଛୋଟ ଟେବୁଲ୍, କିମ୍ବା ଚୌକି ଭିତରୁ ମିଳି ନଥିଲା
– ନିକଟତମ ବନ୍ଧୁମାନଙ୍କର ଶରୀରର ଭାଷା/ବଡ଼ି ଲାଙ୍ଗୁଏଜ୍‌
– ସୁଇସାଇଡ୍‌ ନୋଟ ନମିଳିବା କିମ୍ବା ନାହିଁ
– SSR ତାଙ୍କର ସିମ୍ କାର୍ଡ ଇତ୍ୟାଦି ପରିବର୍ତ୍ତନ କରିବା।
– ଆର୍ଥିକ ଅସୁବିଧା ନଥିଲା।
– ଆମ୍ବୁଲାନ୍ସ ବଦଳାଇବା ଏବଂ କେବଳ କୁପର ହସ୍ପିଟାଲକୁ ପ୍ରାଧାନ୍ୟ ଦେବା
– ଚାକରଙ୍କର ମତ ପରିବର୍ତ୍ତନ
– ସିସିଟିଭି

ଏହିପରି ଅନେକ

ଉପରୋକ୍ତ ତାଲିକା ମଧ୍ୟରେ ଆତ୍ମହତ୍ୟା ସିଦ୍ଧାନ୍ତକୁ ସମର୍ଥନ କରୁଥିବା କେବଳ ଦୁଇଟି ପ୍ରମାଣ ହେଉଛି କୋଠରୀରେ ମିଳୁଥିବା ଆଣ୍ଟି-ଡିପ୍ରେସାଣ୍ଟ ଏବଂ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଅନୁପସ୍ଥିତି।

ଏହାପୂର୍ବରୁ ବୁଧବାର ଦିନ ରିପବ୍ଲିକ୍ ଟିଭି ସହ କଥାବାର୍ତ୍ତା କରି ଡ ସ୍ୱାମୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇର ଆବଶ୍ୟକତାକୁ ଦୋହରାଇଛନ୍ତି।

ରାଜ୍ୟସଭା ସାଂସଦ ଡଃ ସ୍ୱାମୀ କହିଛନ୍ତି ଯେ ମୁମ୍ବାଇ ପୋଲିସ ମାମଲାର ଭିତର ପର୍ଯ୍ୟନ୍ତ ପ୍ରବେଶ କରିବାକୁ ଇଚ୍ଛା କରୁନାହାଁନ୍ତି।

ବଲିଉଡ ସହିତ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସାମାଜିକ ସମ୍ପର୍କକୁ ଆଲୋକପାତ କରି ବିଜେପି ନେତା ଅନୁରୋଧ କରିଛନ୍ତି ଯେ, ସିବିଆଇକୁ ମାମଲାର ତଦନ୍ତ କରିବାକୁ ଅନୁମତି ଦିଆଯାଉ।

ସୁଶାନ୍ତଙ୍କ ମାମଲାରେ FIR ପରେ ବିହାର ସରକାର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି। ସିଏମ୍ ନୀତୀଶ ଶୀଘ୍ର ନ୍ୟାୟ ଚାହୁଁଛନ୍ତି ବୋଲି କହିଛନ୍ତି।

କୋର୍ଟକୁ ଯିବେ ସୁବ୍ରମଣ୍ୟମ ସ୍ୱାମୀ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବିରେ ସ୍ୱାମୀ ଆଗରେ ଅଛନ୍ତି। ସେ ସିବିଆଇ ଯାଞ୍ଚ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଏବଂ ସୁଶାନ୍ତଙ୍କ ପାଇଁ ଦୀପ ଜାଳିବା ସହ ‘ନ୍ୟାୟ’ ଆନ୍ଦୋଳନରେ ଯୋଗ ଦେଇଥିଲେ।

ଡକ୍ଟର ସ୍ୱାମୀ ଏହା ପୂର୍ବରୁ କହିଥିଲେ: “ଯେଉଂପରି ଭାବରେ ମାମଲା ଆଗକୁ ଯାଉଛି ଏବଂ ଯାହା ବାହାରକୁ ଆସୁଛି, ଏଥିରେ ସିବିଆଇ ତଦନ୍ତ ନିତାନ୍ତ ଆବଶ୍ୟକ। ଯଦି ତାହା ନହୁଏ, ମୁଁ କୋର୍ଟକୁ ଯିବି, ମୁଁ ମୁମ୍ବାଇ ପୋଲିସକୁ ଅପେକ୍ଷା କରିଛି, ସେ ତାଙ୍କର କାମ କରନ୍ତୁ। ” ସ୍ୱାମୀ ମଧ୍ୟ ଟ୍ୱିଟରରେ ଦେଶର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, ଏହି ମାମଲାରେ ତଦନ୍ତ ସିବିଆଇ ଆରମ୍ଭ କରୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ।

‘ସିବିଆଇକୁ ମାମଲା ସ୍ଥାନାନ୍ତର କରିବାର କୌଣସି ପ୍ରଶ୍ନ ଉଠୁନାହିଁ ‘: ମହାରାଷ୍ଟ୍ର ଗୃହମନ୍ତ୍ରୀ

ବୁଧବାର ମହାରାଷ୍ଟ୍ର ସରକାର କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବ ନାହିଁ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, କେବଳ ମୁମ୍ବାଇ ପୋଲିସର ଯାଞ୍ଚ ସପକ୍ଷରେ ଅଛି ଏବଂ ମାମଲା ସିବିଆଇକୁ ହସ୍ତାନ୍ତର କରିବାର କୌଣସି ପ୍ରଶ୍ନ ଉଠୁନାହିଁ।
ସୁବ୍ରମଣ୍ୟମ ସ୍ୱାମୀଙ୍କ ପରି ନେତା ତଥା ସୁଶାନ୍ତଙ୍କ ପରିବାର ବିହାର ପୋଲିସ ନିକଟକୁ ଯାଇ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଥିବା ବେଳେ ମୁମ୍ବାଇ ପୋଲିସର ସମାଲୋଚନା ପରେ ଏହି ବିବୃତ୍ତି ଦିଆଯାଇଛି।

FIR ରେ ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ୭ ଟି ପ୍ରଶ୍ନ।

“ଯେତେବେଳେ ସୁଶାନ୍ତ ୨୦୧୯ ପୂର୍ବରୁ କୌଣସି ମାନସିକ ରୋଗରେ ପୀଡିତ ନଥିଲେ, ରିୟା ଚକ୍ରବର୍ତ୍ତୀଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ସହ କ’ଣ ହେଲା।”

“ଯଦି ସୁଶାନ୍ତ ମାନସିକ ରୋଗରେ ପୀଡିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ, ପରିବାରର ଅନୁମତି ଲିଖିତ କିମ୍ବା ମୌଖିକ ଭାବରେ କାହିଁକି ନିଆଗଲା ନାହିଁ।”

“ରିୟାଙ୍କ ଇନପୁଟ ଉପରେ ଆଧାର କରି ଡାକ୍ତରମାନେ ସୁଶାନ୍ତଙ୍କୁ ଦେଉଥିବା ଔଷଧ ଏବଂ ଚିକିତ୍ସା କ’ଣ ଥିଲା।”

ସେ କହିଛନ୍ତି ଯେ ହଠାତ୍ ରିୟା ସୁଶାନ୍ତଙ୍କୁ ଏକୁଟିଆ ଛାଡି, ଗୁରୁତର ଅବସ୍ଥାରେ ଥିବା ଜାଣି ତାଙ୍କ ସହ ସମ୍ପର୍କ ନରଖି ଦୂରେଇଯାଇଥିଲେ କାହିଁକି।

“କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ଥିବା ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ କାହିଁକି ଟ୍ରାନ୍ସଫର କରାଯାଇଥିଲା ଯାହା ମୋ ପୁଅ ସହିତ ଜଡିତ ନୁହେଁ।”

“ଯେତେବେଳେ ସୁଶାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ହୋଇଥିଲେ, ସେ ରିୟାଙ୍କୁ ଭେଟିବା ପରେ କାହିଁକି ଫିଲ୍ମ ଅଫର ପାଇବା ବନ୍ଦ କରିଦେଲେ।”

ସୁଶାନ୍ତ ତାଙ୍କ ବନ୍ଧୁ ମହେଶଙ୍କ ସହ କେରଳରେ ଉପଯୁକ୍ତ ଜମି ଖୋଜୁଥିଲେ ଅର୍ଗାନିକ୍‌ ଫାର୍ମିଙ୍ଗ କରିବା ପାଇଁ, କିନ୍ତୁ ରିୟା କାହିଁକି ସୁଶାନ୍ତଙ୍କୁ ଏହି ଚାଷ କାର୍ଯ୍ୟରୁ ନିବୃତ୍ତ କରିଥିଲେ।

ରିୟା ସୁପ୍ରୀମକୋର୍ଟଙ୍କ ଦ୍ୱାରସ୍ଥ

ଆଇପିସିର ଧାରା ୩୪୦, ୩୪୨, ୩୮୦, ୪୦୬, ୪୨୦, ୩୦୬ ଅଧୀନରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ଅପହରଣ, ଠକେଇ ଏବଂ ଷଡ଼ଯନ୍ତ୍ର ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ସୁଶାନ୍ତଙ୍କ ପିତା କେ କେ ସିଂଙ୍କ ଅଭିଯୋଗ ଉପରେ ଏଫଆଇଆର ଦାଖଲ ହେବା ପରେ ବିହାର ପୋଲିସର ଏକ ଚାରିଜଣିଆ ଟିମ୍ ମୁମ୍ବାଇରେ ପହଞ୍ଚିଥିଲେ।

ଏହି ମାମଲାରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହେବା ପରେ ରିୟା ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୁମ୍ବାଇରେ ତଦନ୍ତ ବିଚାରାଧୀନ ଥିବାରୁ ବିହାରରୁ ମୁମ୍ବାଇକୁ ତଦନ୍ତ ସ୍ଥାନାନ୍ତର କରିବାକୁ ଅନୁରୋଧ କରି ସେମାନେ ଏକ ରିଟ ପିଟିସନ ଦାଖଲ କରିଥିବା ଅଭିନେତ୍ରୀଙ୍କର ଓକିଲ ସତୀଶ ମନେଶିନ୍ଦ ସୂଚନା ଦେଇଛନ୍ତି।

ବୁଧବାର ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ସୁଶାନ୍ତଙ୍କ ଭଉଣୀ ମଧ୍ୟ ତାଙ୍କ ବିବୃତ୍ତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.