Home ଓଡ଼ିଶା ନୟାଗଡ଼ରେ ୨୪ ଆକ୍ରାନ୍ତଙ୍କ ସହ ୫୬୧, ଆଜି ଆଉ ଜଣେ ମୃତ୍ୟୁ

ନୟାଗଡ଼ରେ ୨୪ ଆକ୍ରାନ୍ତଙ୍କ ସହ ୫୬୧, ଆଜି ଆଉ ଜଣେ ମୃତ୍ୟୁ

145

ନୟାଗଡ଼, ୩୦ା୭:( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଆଜି ୨୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଯାହାକି ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬୧କୁ ବୃଦ୍ଧି ପାଇଥିବାବେଳେ ଓ ସୁସ୍ଥଙ୍କ ସଂଖ୍ୟା ୩୫୦ ଉପରେ ରହିଛି ଏବଂ କରୋନା ମୃତକଙ୍କ ସଂଖ୍ୟା ୨ ହୋଇଛି। ଏହି ମୃତକ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ସେ କିଡ୍‌ନୀ ରୋଗରେ ପିଡ଼ୀତ ଥିଲେ ବୋଲି ଜଣାପଡ଼ିଛି। ତାଙ୍କ ଘର ଦଶପଲା ବ୍ଳକ ଟାକେରା ପଂଚାୟତ ତିଳାବାଡ଼ି ଅଂଚଳର ବୋଲି ଅସମର୍ଥୀତ ସୂତ୍ରରୁ ଜଣାପଡ଼ିଛି। ସେ ଗତ ୭ତାରିଖରେ ଜ୍ୱର ହେବା କାରଣରୁ ତାଙ୍କର ସ୍ୱାବ ପରୀକ୍ଷା ହେବାରୁ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଅନ୍ୟପକ୍ଷରେ ନୟାଗଡ଼ ଜିଲାରେ ଯେପରି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି ଏହାର ସୁରକ୍ଷାକୁ ଲକ୍ଷ୍ୟ କରି ଜିଲାରେ ଗୋଟେ ବଡ଼ ସର୍ଟଡାଉନ ଘୋଷଣା ହୋଇପାରେ ବୋଲି ବିଶେଷସୂତ୍ରରୁ ଜଣାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.