Home Top News କିଏ ଶକ୍ତିଶାଳୀ: ବିଜେଡି V/s ବିଜେପି ସଙ୍ଗଠନ ସମ୍ପାଦକ?

କିଏ ଶକ୍ତିଶାଳୀ: ବିଜେଡି V/s ବିଜେପି ସଙ୍ଗଠନ ସମ୍ପାଦକ?

132

ଭୁବନେଶ୍ୱର: ବିଜେପି ସଙ୍ଗଠନ ସମ୍ପାଦକ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ମଧ୍ୟରେ କିଏ ଶକ୍ତିଶାଳୀ? କାହାର ଶକ୍ତି, ଦକ୍ଷତା ଏବଂ କ୍ଷମତା ଅଧିକ? ମାନସ ମହାନ୍ତି ଏବେ ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ ଅଛନ୍ତି। ସେହିପରି ପ୍ରଣବ ପ୍ରକାଶ ଦାସ (ବବି) ଅଛନ୍ତି ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ। ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯାଜପୁର ବିଧାୟକ ସହିତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସଭାପତି ଅଛନ୍ତି। ମାନସ ମହାନ୍ତିଙ୍କ ଦାୟିତ୍ୱ କେବଳ ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ। ତେବେ, ମାନସ ମହାନ୍ତି ଏବଂ ବବି ଦାସଙ୍କ ମଧ୍ୟରେ କିଏ ଶକ୍ତିଶାଳୀ? ବାସ୍ତବରେ ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ସେ କାହାର ନୁହଁନ୍ତି! ସଙ୍ଗଠନ ସମ୍ପାଦକ ପଦବୀ ବିଜେପିରୁ ହିଁ ପ୍ରାରମ୍ଭ ହୋଇଛି। ବିଜେପିରୁ ଶିଖି ଅନ୍ୟ କିଛି ଦଳ ସଙ୍ଗଠନ ସମ୍ପାଦକ ପଦବୀ ସୃଷ୍ଟି କରିଛନ୍ତି। ଯେପରି ବିଜେଡି ଏବେ କିଛି ଦିନ ତଳେ ସାଙ୍ଗଠନିକ ସମ୍ପାଦକ ପଦବୀ ସୃଷ୍ଟି କରିଛି। କିନ୍ତୁ ବିଜେପିର ସଙ୍ଗଠନ ସମ୍ପାଦକ ଏବଂ ବିଜେଡିର ବା ଅନ୍ୟ କୌଣସି ଦଳରେ ସଙ୍ଗଠନ ସମ୍ପାଦକ ପଦବୀ ଭିତରେ ବହୁତ ଫରକ୍ ରହିଛି। ଯେପରି ବିଜେଡିର ସାଙ୍ଗଠନିକ ସମ୍ପାଦକ ନିଜେ ବିଧାୟକ ଅଛନ୍ତି। ପୁଣି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସଭାପତି ମଧ୍ୟ ଅଛନ୍ତି। କିନ୍ତୁ, ବିଜେପିରେ ସେପରି ହୁଏ ନାହିଁ। ସବୁଠାରୁ ବଡ଼ କଥା ବିଜେପିର ସଙ୍ଗଠନ ସମ୍ପାଦକ ବିଜେପି ନିଯୁକ୍ତି କରେ ନାହିଁ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍) ବିଜେପି ସମେତ ତା’ର ବିବିଧ କ୍ଷେତ୍ରକୁ ଜଣେ ପ୍ରଚାରକଙ୍କୁ ସଙ୍ଗଠନ ସମ୍ପାଦକ ଭାବରେ ପଠାଇଥାଏ। ସଂଘ ଏବଂ ବିଜେପି ବା ଯେ କୌଣସି ବିବିଧ କ୍ଷେତ୍ର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାର ଦାୟିତ୍ୱ ସଙ୍ଗଠନ ସମ୍ପାଦକ ଉପରେ ନ୍ୟସ୍ତ ଥାଏ। ବିଜେପିର ସଙ୍ଗଠନ ସମ୍ପାଦକ ଦାୟିତ୍ୱରେ ଥିବା ପ୍ରଚାରକ ବିଜେପିରେ ରହି ରଜନୀତି ହିଁ କରନ୍ତି ସେମିତି କିଛି ମାନେ ନାହିଁ। ଯେଉଁମାନେ ପ୍ରଚାରକ ହୋଇରୁହନ୍ତି, ସେମାନଙ୍କୁ ସଂଘ ପୁଣି ମୂଳ କ୍ଷେତ୍ରକୁ ନେଇଯାଇଥାଏ କିମ୍ବା ଅନ୍ୟ କୋୖଣସି ବିବିଧକ୍ଷେତ୍ର ଦାୟିତ୍ୱ ଦେଇ ପଠାଇଥାଏ। ସେମାନେ କେବଳ ସଂଘ ଓ ସଙ୍ଗଠନ ପ୍ରତି ସମର୍ପିତ ଏବଂ ଦିଆଯାଇଥିବା ଦାୟିତ୍ୱ ପ୍ରତି ପ୍ରତିବଦ୍ଧ ଥାଆନ୍ତି। ସଂଘ ପାଇଁ ପ୍ରଚାରକ ଏକ ସମ୍ପତ୍ତି ହୋଇଥାଆନ୍ତି। ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ବବି ଦାସଙ୍କ ଉପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ରହିଥିବା ବେଳେ ବିଜେପି ସଙ୍ଗଠନ ସମ୍ପାଦକଙ୍କ ଉପରେ ବିଜେପି ସମେତ ସଂଘ (ଆରଏସ୍ଏସ୍)ର ହାତ ରହିଛି। ତେବେ ଚିନ୍ତା କରନ୍ତୁ, ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଏବଂ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଶକ୍ତିଶାଳୀ??
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.