Home Coronavirus Outbreak “ହୁ”ର ସତର୍କବାଣୀ: କରୋନା ଭ୍ୟାକ୍ସିନ୍ ର ଜରୁରୀକାଳୀନ ଅନୁମୋଦନ “ପ୍ରତିକୂଳ ପାର୍ଶ୍ୱ ପ୍ରତିକ୍ରିୟା” ହୋଇପାରେ

“ହୁ”ର ସତର୍କବାଣୀ: କରୋନା ଭ୍ୟାକ୍ସିନ୍ ର ଜରୁରୀକାଳୀନ ଅନୁମୋଦନ “ପ୍ରତିକୂଳ ପାର୍ଶ୍ୱ ପ୍ରତିକ୍ରିୟା” ହୋଇପାରେ

165

ନୂଆ ଦିଲ୍ଲୀ ୧-୯ (ଓଡ଼ିଆ ପୁଅ) ଆମେରିକାର ଔଷଧ ନିୟାମକ, ଫୁଡ୍ ଏଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA), କରୋନାଭାଇରସ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଯାଉଛି। ଏଫ୍‌ଡିଏ କମିଶନର ଷ୍ଟିଫେନ୍‌ ହାନ୍‌ ଫାଇନାନ୍ସିଆଲ୍ ଟାଇମ୍ସ ଖବରକାଗଜକୁ କହିଛନ୍ତି ଯେ, ତାଙ୍କ ଏଜେନ୍ସି (FDA), ଏପର୍ଯ୍ୟନ୍ତ “ପର୍ଯ୍ୟାୟ -୩” ପରୀକ୍ଷଣ ଜାରି ରଖିଥିବା କୌଣସି ଟିକାକୁ ପ୍ରତ୍ୟାଖ୍ୟାନ କରିବ ନାହିଁ। ହାନ କହିଛନ୍ତି ଯେ, ପର୍ଯ୍ୟାୟ -୩ ପରୀକ୍ଷଣ ସମ୍ପୂର୍ଣ୍ଣ ହୋଇନଥିଲେ ମଧ୍ୟ ଉପଯୁକ୍ତ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିବାକୁ FDA ବହୁତ ଭଲ ଭାବରେ ବିଚାର କରିପାରିବ। ରାଜନୈତିକ ବିଚାର ଉପରେ ନୁହେଁ, ତଥ୍ୟ ଏବଂ ବିଜ୍ଞାନ ଉପରେ ଏହି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଏହାର ଗୋଟିଏ ଦିନ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ମାର୍ଗ ଅନୁସରଣ ନକରିବାକୁ ଦେଶଗୁଡ଼ିକୁ ଚେତାବନୀ ଦେଇଛି।

WHO ର ମୁଖ୍ୟ ବୈଜ୍ଞାନିକ ଡଃ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି ଯେ, ଏକ ଅଣ ପ୍ରମାଣିତ ଟିକା ଅର୍ଥାତ୍ ଅସମ୍ପୂର୍ଣ୍ଣ ପ୍ରମାଣିତ ଟିକା ବ୍ୟବହାର କରିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ “ପ୍ରତିକୂଳ ପାର୍ଶ୍ୱ ପ୍ରତିକ୍ରିୟା” ହୋଇପାରେ। ତେଣୁ ଜରୁରୀକାଳୀନ ବ୍ୟବହାର, “ବହୁ ଗମ୍ଭୀରତାର ସହିତ” କରାଯିବା ଆବଶ୍ୟକ।

“ବିଶ୍ୱର ବୈଜ୍ଞାନିକମାନେ ଏକଜୁଟ ହୋଇଛନ୍ତି ଏବଂ ଅଧିକାଂଶ କମ୍ପାନୀ ଏହି ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ଯେ ପର୍ଯ୍ୟାୟ-୩ କ୍ଲିନିକାଲ୍ ପରୀକ୍ଷଣର ତଥ୍ୟ ଉପରେ ଆଧାର କରି ଟିକା ଅନୁମୋଦନ ହେବା ଆବଶ୍ୟକ” ବୋଲି ସ୍ୱାମୀନାଥନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଟିକାର ଏହିପରି ଜରୁରୀକାଳୀନ ଅନୁମୋଦନ କରିବାର ବିପଦ ହେଉଛି,
ପ୍ରଥମତଃ – ରାଣ୍ଡମାଇଜଡ୍ କ୍ଲିନିକାଲ୍ ପରୀକ୍ଷଣ ଜାରି ରଖିବା କଷ୍ଟସାଧ୍ୟ ହେବ।
ଦ୍ୱିତୀୟତଃ, ଅସମ୍ପୂର୍ଣ୍ଣ ଅଧ୍ୟୟନ କରାଯାଇଥିବା କମ୍ ପ୍ରଭାବଶାଳୀ ହୋଇପାରେ, ଯାହା ଦ୍ୱାରା ଏହି ମହାମାରୀର ଅନ୍ତ ଘଟାଇବା ସମ୍ଭବ ହେବନାହିଁ କିମ୍ବା ଅଧିକ ଖରାପ ହେବ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଥର କହିଛନ୍ତି ଯେ, ସେ ବିଶ୍ୱାସ କରନ୍ତି ଯେ, କରୋନାଭାଇରସ ଟିକା ଚଳିତ ବର୍ଷ ଉପଲବ୍ଧ ହେବା ସମ୍ଭବ। ନଭେମ୍ବର ୩ ନିର୍ବାଚନ ପୂର୍ବରୁ ଏକ ଟିକା ବଜାରକୁ ଆସିପାରେ ବୋଲି ସେ ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.