Home ଅପରାଧ ବୁଗୁଡା ତହସିଲଦାରଙ୍କୁ ଘେରାଉ ସହ ଟଣାଓଟରା, ମାମଲା ରୁଜୁ

ବୁଗୁଡା ତହସିଲଦାରଙ୍କୁ ଘେରାଉ ସହ ଟଣାଓଟରା, ମାମଲା ରୁଜୁ

286

ବୁଗୁଡା ୦୧-୦୯ (ଓଡ଼ିଆ ପୁଅ/ କୁମୁଦ ଚନ୍ଦ୍ର ବେହରା) ଗତକାଲି ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକରେ ସାର ଯୋଗାଣ ପାଇଁ ଦାବି କରି ରାମଣ୍ଡା ଓ ଅନ୍ୟ ଗ୍ରାମର ଲୋକମାନେ ମୁଖ୍ୟ ରାଜପଥକୁ ଅବରୋଧ କରିଥିବା ବେଳେ ବୁଗୁଡା ତହସିଲଦାରଙ୍କୁ ଘେରାଉ କରି ସାର୍ଟ ଚିରିବା ଓ ଟଣାଓଟରା କରିବା ନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଷୋହଳ ମଇଲ ଛକର ସାର ଡିଲର ନିକଟରେ ଯାହା ଷ୍ଟକ ଥିଲା ସମସ୍ତ ୟୁରିଆ ସାର ଶେଷ ହୋଇଯିବା ଯୋଗୁଁ ଅବଶିଷ୍ଟ ଚାଷୀଙ୍କୁ ସାର ଦେଇପାରିନଥିଲେ। ଲୋକମାନେ ଆଜିହିଁ ଯେପରି ହେଲେ ସାର ଦେବାକୁ ଦାବି କଲେ। ଫଳରେ ସହକାରୀ କୃଷି ଅଧିକାରୀ ସେଠାରେ ପହଞ୍ଚି ସାର ପୁଣି ଆସିଲେ ଦିଆଯିବ ବୋଲି ବୁଝାଇଲେ ମଧ୍ୟ ଲୋକମାନେ ନାରାଜ ହୋଇ ରାସ୍ତା ଅବରୋଧ କରିଥିଲେ। ଫଳରେ ସହକାରୀ କୃଷି ଅଧିକାରୀ ତହସିଲଦାରଙ୍କୁ ଫୋନ କରି କହିଲେ। ଖବର ପାଇ ବୁଗୁଡା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଲୋକଙ୍କୁ ବୁଝାସୁଝା କଲାବେଳେ ଲୋକମାନେ ତହସିଲଦାରଙ୍କୁ ଘେରିଯାଇ ଟଣାଓଟରା କରି ଶାର୍ଟ ଚିରି ଦେଇଥିଲେ। ଖବର ପାଇ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଘେରାଉ କରିଥିବା ଲୋକମାନଙ୍କ ଠାରୁ ତହସିଲଦାରଙ୍କୁ ମୁକ୍ତି କରିଥିଲେ। ଏନେଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେବାପରେ ବୁଗୁଡା ଥାନା କେଶ ନଂ ୨୫୦/୨୦ ପ୍ରକାରେ ଏକ ମାମଲା ରୁଜୁ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.