Home ଓଡ଼ିଶା ପତ୍ନୀ କିଞ୍ଜଲ କହିଲେ:୧୮ ଜାନୁଆରୀରୁ ହାର୍ଦ୍ଦିକ ନିଖୋଜ: ଗିରଫ କରିଥିଲା ପୋଲିସ୍ – ଓଲଟା ପୋଲିସ୍...

ପତ୍ନୀ କିଞ୍ଜଲ କହିଲେ:୧୮ ଜାନୁଆରୀରୁ ହାର୍ଦ୍ଦିକ ନିଖୋଜ: ଗିରଫ କରିଥିଲା ପୋଲିସ୍ – ଓଲଟା ପୋଲିସ୍ ପଚାରୁଛି ହାର୍ଦ୍ଦିକ କେଉଁଠି?

513

ଅହମ୍ମଦାବାଦ ୧୪-୨ (ଓଡ଼ିଆ ପୁଅ) : ଗୁଜରାତର କଂଗ୍ରେସ ନେତା ଏବଂ ପାଟୀଦାର ଆରକ୍ଷଣ ଆନ୍ଦୋଳନର ନେତ୍ତୃତ୍ୱ କରିବାଥିଲେ ହାର୍ଦ୍ଦିକ ପଟେଲଙ୍କର ପତ୍ନୀ କିଞ୍ଜଲ ପଟେଲ ବଡ଼ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କିଞ୍ଜଲ ପଟେଲ କହିଲେ କି ୧୮ ଜାନୁଆରୀ ପରେ ହାର୍ଦ୍ଦିକ ପଟେଲ ନିଖୋଜ ଅଛନ୍ତି। ତାଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କରାଯାଇଥିଲା। ହାର୍ଦ୍ଦିକଙ୍କର ପତ୍ନୀ ଦୃଢ଼ୋକ୍ତି କରି କହିଛନ୍ତି କି ଗିରଫ ହେବା ପରେ ହିଁ ତାଙ୍କର କିଛି ଜଣାନାହିଁ। ପୁଲିସ ମଧ୍ୟ କୌଣସି ସୂଚନା ଦେଉନାହିଁ।

ପୁଲିସ ବାରମ୍ବାର ଆସି ଆମକୁ ତାଙ୍କ ବିଷୟରେ ପଚାରୁଛି – କିଞ୍ଜଲ ପଟେଲ

ପାଟୀଦାର ଆରକ୍ଷଣ ନେତାଙ୍କର ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କିଞ୍ଜଲ କହିଲେ, “ହାର୍ଦ୍ଦିକ ପଟେଲଙ୍କୁ ୧୮ ଜାନୁଆରୀରେ ଗିରଫ କରାଯିବା ପରେ ତାଙ୍କର କିଛି ଜଣାନାହିଁ। ଆମେ ଜାଣିପାରୁନାହିଁ କି ସେ କେଉଁଠି ଅଛନ୍ତି, କିନ୍ତୁ ପୁଲିସ ବାରମ୍ବାର ଆସି ଆମକୁ ତାଙ୍କ ବିଷୟରେ ପଚାରୁଛି।”

ସୂଚନାଯୋଗ୍ୟଯେ, ଦାର୍ଦ୍ଦିକ ପଟେଲଙ୍କୁ ଶୁଣାଣି ସମୟରେ ହାଜର ହେବାପାଇଁ ନ୍ୟାୟାଳୟ ତରଫରୁ ଜାରୀ ଜାମିନ ବିହୀନ ପରୱାନା ଉପରେ ୧୮ ଜାନୁଆରୀରେ ଗିରଫ କରାଯାଇଥିଲା। ହାର୍ଦ୍ଦିକ ପଟେଲ ୨୦୧୫ ରୁ ପାଟୀଦାର ଆରକ୍ଷଣ ଆନ୍ଦୋଳନ ସମ୍ବନ୍ଧିତ ରାଜଦ୍ରୋହ ମାମଲାର ସାମନା କରୁଛନ୍ତି।

ହାର୍ଦ୍ଦିକ ପଟେଲଙ୍କୁ ଏହି ମାମଲାରେ ଚାରି ଦିନ ପରେ ଜାମିନ ମିଳିଥିଲା। କିନ୍ତୁ ପାଟନ ଏବଂ ଗାନ୍ଧୀନଗର ଜିଲ୍ଲାରେ ରୁଜୁ ଦୁଇଟି ମାମଲାରେ ତାଙ୍କୁ ପୁଣି ହେପାଜତକୁ ନେଇଥିଲା। ପଟେଲଙ୍କୁ ୨୪ ଜାନୁଆରୀରେ ମଧ୍ୟ ଏହି ଦୁଇ ମାମଲାରେ ଜାମିନ ମିଳିଥିଲା। ତଳ କୋର୍ଟ ପୁଣି ଶୁଣାଣି ସମୟରେ ହାଜିର ନ ହେବାକାରଣରୁ ସାତ ଫେବୃଆରିରେ ଜାମିନ ବିହୀନ ପରୱାନା ଜାରୀ କରିଥିଲେ।

କିଏ ହାର୍ଦ୍ଦିକ ପଟେଲ?
ହାର୍ଦ୍ଦିକ ପଟେଲଙ୍କର ଜନ୍ମ ୨୦ ଜୁଲାଇ ୧୯୯୩ ରେ ଚନ୍ଦନ ନଗରୀ ଗୁଜରାତରେ ହୋଇଥିଲା। ସେ ଗୁଜରାତରେ ପାଟୀଦାର ଆନ୍ଦୋଳନର ବଡ଼ ଯୁବ ନେତା ଅଟନ୍ତି ଏବଂ ଗୁଜରାତ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିଲେ। ପାଟୀଦାର ସମୁଦାୟ ଓବିସି ଶ୍ରେଣୀ ଅନୁଯାୟୀ ସରକାରୀ ଚାକିରି ଏବଂ ଶିକ୍ଷାରେ ଆରକ୍ଷଣ ଚାହାଁନ୍ତି। ହାର୍ଦ୍ଦିକ ୨୦୧୧ ରେ ସରଦାର ପଟେଲ ସମୂହଙ୍କୁ ଯୋଡ଼ିଥିଲେ। ତା’ ପରେ ସେ ୨୦୧୫ ରେ ପାଟୀଦାର ଅନାମତ ଆନ୍ଦୋଳନ ସମିତିର ନିର୍ମାଣ କରିଥିଲେ, ଯାହାର ଲକ୍ଷ୍ୟ ଅନ୍ୟ ପଛୁଆ ବର୍ଗରେ ସାମିଲ ହେବାରଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.